Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକରେ ଦର୍ଶକଙ୍କୁ ଆକର୍ଷିତ କରୁଛି ‘ରଜ କୁଇନ୍ ୨୦୨୫’ ର ଗାଲା ରାଉଣ୍ଡ
ଆଜିର ଖବର

ଜୀ ସାର୍ଥକରେ ଦର୍ଶକଙ୍କୁ ଆକର୍ଷିତ କରୁଛି ‘ରଜ କୁଇନ୍ ୨୦୨୫’ ର ଗାଲା ରାଉଣ୍ଡ

May 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦ ଓ ଓଡିଆ ପର୍ବସମୂହକୁ ଗୁରୁତ୍ବ ଦେଇ ଆସୁଛି। ସେହିପରି ରଜ ପୂର୍ବରୁ ଜୀ ସାର୍ଥକରେ ପ୍ରସାରିତ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ ‘ରଜ କୁଇନ୍ ୨୦୨୫’, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି। ବିଗତ ୧୩ ବର୍ଷ ଧରି ଏହି ସୋ ଓଡିଶାର ୧ ନମ୍ବର ରିଆଲିଟି ସୋ ଭାବରେ ପରିଚିତ। ଯେଉଁଥିପାଇଁ ଜୀ ସାର୍ଥକ ପାଇଛି ଅଗଣିତ ଆପଣମାନଙ୍କ ଅଶେଷ ଭଲପାଇବା।

ଏହି ସୋ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଅଭିନେତ୍ରୀ ବିଗତ ଦିନରେ ଦେଇ ସାରିଛି। ପ୍ରତିବର୍ଷ ପରି ଅନେକ ଆଶାୟୀ ପ୍ରାର୍ଥୀ ଏହି ସୋ ରେ ଭାଗନେଇ ଅଡିସନ ରାଉଣ୍ଡରୁ ଆଗକୁ ଆସି ଗାଲା ରାଉଣ୍ଡରେ ପହଂଚିଛନ୍ତି। ତେବେ ଚଳିତ ବର୍ଷ ‘ରଜ କୁଇନ୍’ର ଗାଲା ରାଉଣ୍ଡରେ ପ୍ରତିଯୋଗୀ ମାନେ ସମ୍ପୂର୍ଣ ଭାବେ ଏକ ଭିର୍ନ୍ନ ଓ ଆକର୍ଷଣୀୟ ପର୍ଯ୍ୟାୟ ମାଧ୍ୟମରେ ଆଗକୁ ବଢିବେ। ସବୁ ପର୍ଯ୍ୟାୟରେ ନିଜର ଚତୁରତା, ବୁଦ୍ଧିମତା ଓ କୌଶଳର ପରିଚୟ ଦେଖାଇ ପ୍ରତିଯୋଗୀ ମାନେ ଜଜ୍ ମାନଙ୍କୁ ଆକର୍ଷିତ କରିବା ସହ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟକୁ ଉତୀର୍ଣ୍ଣ ହେବେ। ପ୍ରତିଯୋଗୀ ମାନେ ଏକ ଏତିହ୍ୟ ଯାତ୍ରାରେ ଓଡ଼ିଶାର ବିଭିର୍ନ୍ନ ଏତିହ୍ୟ ସ୍ଥଳୀ ପରିଦର୍ଶନ କରିବା ସହ ନିଜର ସାହସିକ କୌଶଳ ମାଧ୍ୟମରେ ଓ ପଥପ୍ରାନ୍ତ ନାଟକ ଦ୍ୱାରା ଆଗ ପର୍ଯ୍ୟାୟକୁ ବଢିବେ। ଦର୍ଶକମାନେ ସବୁ ରାଉଣ୍ଡରେ ଭରପୁର ମନୋରଞ୍ଜନ ପାଇବା ସହ ନିଜ ନିଜ ପସନ୍ଦିତ ପ୍ରତିଯୋଗୀ ମାନଙ୍କୁ ସମର୍ଥନ ଦେବା ପାଇଁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

ମେଣ୍ଟର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ହିରୋଇନ ଦିବ୍ୟା, ସୁର୍ଯ୍ୟମୟୀ, ଅନୀଷା ଓ ଅନୁଭା ବାଛି ସାରିଛନ୍ତି ତାଙ୍କର ନିଜର ନିଜର ଟିମ୍। ଗାଲାରାଉଣ୍ଡରେ ପ୍ରତିଯୋଗିତା ଆହୁରି ଦମଦାର ହେବ କାରଣ ପ୍ରତିଯୋଗୀମାନେ ନିଜ ମେଣ୍ଟରଙ୍କ ସହାୟତାରେ ନିଜର ବେଷ୍ଟ ଦେବା ପାଇଁ ସମସ୍ତ ଚେଷ୍ଟା କରିବେ। ଚଳିତ ବର୍ଷ ଜଜ୍ ଭାବରେ ନଜର ଆସିଛନ୍ତି ଆମ ସମସ୍ତଙ୍କ ପ୍ରିୟ ଲିପି ମହାପାତ୍ର, ଶ୍ରୀତମ ଦାସ ଓ ଦେବାଶିଷ ପାତ୍ର। ଏଥର ଦେଖିବାର ଅଛି, ସେମାନେ କାହାର ପରଫରମାନ୍ସ ଆକର୍ଷିତ ହୋଇ କାହାକୁ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟକୁ ଉତୀର୍ଣ୍ଣ କରିବେ।

ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରିତ ‘ରଜ କୁଇନ୍’ ଏବର୍ଷ କିଛି ଅଲଗା ହେବା ସହ ସବୁ ଏପିସୋଡ ହେବ ଅନନ୍ୟ। ତେବେ କିଏ ହେବ ଚଳିତ ସିଜନର ରଜ କୁଇନ୍? ଜାଣିବାକୁ ଦେଖନ୍ତୁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ ‘ରଜ କୁଇନ୍ ୨୦୨୫’।

ଗାଲା ରାଉଣ୍ଡ ଜୀ ସାର୍ଥକ ମନୋରଞ୍ଜନ ଚ୍ୟାନେଲ ରଜ କୁଇନ୍ ୨୦୨୫
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026
Latest News

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.