Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ କ୍ରେତା ଓ ବିକ୍ରେତା ସମ୍ମିଳନୀ
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ କ୍ରେତା ଓ ବିକ୍ରେତା ସମ୍ମିଳନୀ

June 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଓରମାସ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କ୍ରେତା ଓ ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କରସାହୁ, ଓରମାସ ଉପ ମୁଖ୍ୟ ନିର୍ବାହୀ ରାଜ୍ ଗୋପାଳ ଦାସ ଏବଂ ସମସ୍ତ ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲାର ହସ୍ତ ଶିଳ୍ପ ତଥା ହସ୍ତ ତନ୍ତ କାରିଗର ମାନଙ୍କର ଉତ୍ପାଦ ଓ ସାମଗ୍ରୀର ଉପଯୁକ୍ତ ବାଜାରି କରଣ, ଗୁଣବତ୍ତା ବୃଦ୍ଧି କରିବା, ବ୍ରାଣ୍ଡିଂ ଓ ଭଲ ପ୍ୟାକେଜିଂ କରି ବାହାର ବଜାର ସହ ଏକ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ଦିଗରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିବାସହ ବିଭାଗୀୟ ଅଧିକାରୀ ମାନେ ଏ ଦିଗରେ ଯଥେଷ୍ଟ ଯତ୍ନଶୀଳ ହୋଇ ଖୋର୍ଦ୍ଧା ଜିଲ୍ଲାର ଔଦ୍ୟୋଗିକ ବିକାଶ ରେ ଏକ ଦୃଷ୍ଟାନ୍ତ ଆଣିବାକୁ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କ୍ରେତା ସଂସ୍ଥା ଆ ଇ ଟି ସି ଇଣ୍ଡିଆ ଲିମିଟେଡ, ଫେବ ଇଣ୍ଡିଆ, କୋଟପାଡ଼ ସମବାୟ ସମିତି, କୋରାପୁଟ, ଭିଲା ମାର୍ଟ, ଗ୍ରାମୀଣ ବଜାର, ଭୁବନେଶ୍ୱର, ସ୍ୱର୍ଣ୍ଣlହାର, ଆର ଫେଶନ, ଭୁବନେଶ୍ୱର, ମିଲେଟ କେୟାର ସେଣ୍ଟର ଏବଂ ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ଼ ଆଦି ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କୃଷିଜାତ ପନିପରିବା, ଶସ୍ୟ ଜାତୀୟ ପଦାର୍ଥ, ହସ୍ତ ଶିଳ୍ପ ତଥା ହସ୍ତ ତନ୍ତ ସାମଗ୍ରୀକୁ ବଜାରିକରଣ ପାଇଁ ନିଜନିଜର ସ୍ଵୀକୃତି ପ୍ରଦାନ କରିଥିଲେ।

ଏହି ଅବସରରେ କ୍ରେତା ସଂସ୍ଥା ଗୁଡିକୁ ଖୋର୍ଦ୍ଧା ଜିଲ୍ଲାର ଉତ୍ପାଦ ଗୁଡ଼ିକର ବିପଣନ ନିମନ୍ତେ ଧଳା ପଥର, ପରଦା ଶାଢ଼ୀ, ଖୋର୍ଦ୍ଧା ଲୁଙ୍ଗି ଓ ଗାମୁଛା, ଜଟଣୀ ଅଞ୍ଚଳର ବଢ଼ି, ବାଲିଅନ୍ତା ଓ ବାଲିପାଟଣା ର ପନିପରିବା, ବାଣପୁର, ବେଗୁନିଆ ଓ ବାଲିପାଟଣା ର ମୁଗ ଡାଲି, ବୋଲୋଗଡର ଅଗରବତୀ, ଜଟଣୀ, ତରାବୋଇ ର ହସ୍ତତନ୍ତ, ବାଲିଅନ୍ତା ର ପଟ୍ଟଚିତ୍ର ଓ ତାଳପତ୍ର ହସ୍ତଶିଳ୍ପ ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବ୍ୟବସାୟ ପ୍ରବନ୍ଧକ,ଓରମାସ, ହିମାଂଶୁ ପଟ୍ଟନାୟକ, ପୁନମ ପ୍ରଧାନ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟର କର୍ମଚାରୀ ମାନେ ଯୋଗ ଦେଇଥିଲେ।

ଖୋର୍ଦ୍ଧା ଚଞ୍ଚଳ ରାଣା
Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ଅଶୋଧିତ ତୈଳ ଦର

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଆଠ ନାବାଳକଙ୍କ ମୃତ୍ୟୁ

April 20, 2026

ଆଜି ଅକ୍ଷୟ ତୃତୀୟା, ଏହା କାହିଁକି ପାଳନ ହୁଏ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

April 20, 2026
Latest News

ବଢିଲା ଅଶୋଧିତ ତୈଳ ଦର

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଆଠ ନାବାଳକଙ୍କ ମୃତ୍ୟୁ

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.