Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡେଙ୍ଗୁ ଓ ମ୍ୟାଲେରିଆ ନିୟନ୍ତ୍ରଣ ଓ ପ୍ରତିକାର ପାଇଁ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ
ଆଜିର ଖବର

ଡେଙ୍ଗୁ ଓ ମ୍ୟାଲେରିଆ ନିୟନ୍ତ୍ରଣ ଓ ପ୍ରତିକାର ପାଇଁ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ

June 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ଓ ମ୍ୟାଲେରିଆ (ଭି ବି ଡି) ରୋଗ ନିୟନ୍ତ୍ରଣ ଓ ପ୍ରତିକାର ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ଅତିରିକ୍ତ ମୁଖ୍ୟ ଜିଲ୍ଲା ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କସ୍ତୁରୀବାଳା ଜେନା ଯୋଗଦେଇଥିଲେ।

ବୈଠକରେ ମଶା ବଂଶ ଦମନ, ନାଳନର୍ଦ୍ଦମା ସଫେଇ, ମଶା ଧୁଆଁ ପ୍ରୟୋଗ, ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଗାଁ କଲ୍ୟାଣ ସମିତି ମାନଙ୍କ ଦ୍ଵାରା ବ୍ୟାପକ ଜନ ସଚେତନତା କରାଯିବା ଉପରେ ଜିଲ୍ଲା ପାଳ ଗୁରୁତ୍ୱାରୋପ କରିବା ସହ ଜୁଲାଇ ଅଗଷ୍ଟ ଓ ସେପ୍ଟେମ୍ବର ମାସ ମଶା ପ୍ରବଣ ହୋଇଥିବାରୁ ପ୍ରତ୍ୟେକ ଶୁକ୍ରବାର (ଡ୍ରାଏ ଡେ) ପାଳନ ନିମନ୍ତେ ପ୍ରତ୍ୟେକ ଅଧିକାରୀ ନିଜନିଜ ଅଧୀନରେ ଥିବା କାର୍ଯ୍ୟାଳୟ ଏବଂ କ୍ଷେତ୍ରରେ ସଫେଇ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ପଂଚାୟତରେ ଡେଙ୍ଗୁ/ମ୍ୟାଲେରିଆ ନମୁନା ଅଧିକ ବାହାରିଛି ସେହି ପଂଚାୟତ ଗୁଡ଼ିକର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାସହ ଜଙ୍ଗଲ ବିଭାଗ, କୃଶିବିଭାଗ, ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଅଣୁ ଯୋଜନା ପ୍ରସ୍ତୁତ କରି ସି ଡି ଏମ ଏବଂ ପି ଏଚ୍ଚ ଓ ଙ୍କୁ ଦେବେl ସ୍କୁଲ, ହାଟ, ମନ୍ଦିର ଆଦି ସ୍ଥାନ ମାନଙ୍କରେ ଗ୍ରାମୀଣ କ୍ଷେତ୍ରରେ ଜିଲ୍ଲା ପରିଷଦ ଏବଂ ସହରାଞ୍ଚଳ କ୍ଷେତ୍ରରେ ( ଡୁ ଡ଼ା) ବିଶେଷ ଯତ୍ନବାନ ହୋଇ ଡେଙ୍ଗୁ ଓ ମ୍ୟାଲେରିଆ ନିୟନ୍ତ୍ରଣ ଓ ଜିରୋ କାଜୁଆଲ୍ଟୀ (ଶୂନ୍ୟ ମୃତ୍ୟୁ)ପାଇଁ କାର୍ଯ୍ୟ କରିବେ।  ଗ୍ରାମୀଣ କ୍ଷେତ୍ରରେ ଆଶା କର୍ମୀ ମାନେ ଘରକୁ ଘର ବୁଲି ସଚେତନତାକୁ ବ୍ୟାପକ କରି।

ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ଲକ୍ଷଣ ବିଷୟରେ ଲୋକଙ୍କୁ ଅବଗତ କରାଇବା ସହ ବାଡ଼ି ବଗିଚାରେ କେଉଁଠି ହେଲେବି ବର୍ଷା ଜଳ ଜମିବାର ପାତ୍ର ଯେପରି ନ ରୁହେ ସ ଦିଗରେ ବାର୍ତ୍ତା ପହଞ୍ଚାଇବେ। ଜ୍ଵର ହେଲେ ରକ୍ତ ପରୀକ୍ଷା କରାଇ ତଦନୁଯାୟୀ ଚିକିତ୍ସା ନେବାକୁ ଜିଲ୍ଲାପାଳ ସମସ୍ତ ଜିଲ୍ଲା ବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଡେଙ୍ଗୁ ରୋଗ ପରୀକ୍ଷା ପାଇଁ ଜିଲ୍ଲାରେ ୪ଗୋଟି ଡେଙ୍ଗୁ ସେଣ୍ଟିନୋଲ ପରୀକ୍ଷା ଗାର ରହିଛି ଯେଉଁଠି ସଂପୂର୍ଣ୍ଣ ମାଗଣାରେ ସେବା ଉପଲବ୍ଧ।

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲ,ଭୁବନେଶ୍ୱରରେ ଡେଙ୍ଗୁ ୱାର୍ଡ ର ବ୍ୟବସ୍ଥା କରାଯାଇଛି। ଜୁନ ୨୨ ତାରିଖ ସୁଦ୍ଧା ୯୮୬୦ ରୋଗୀଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୭୩ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭି.ବି. ଡି) ଡାକ୍ତର ଜୀବନ୍ତ କୁମାର ଅଚାର୍ଜି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ପରିବାର ମଙ୍ଗଳ, ଡାକ୍ତର ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ଭେଷଜ, ଡାକ୍ତର ଶ୍ୟାମା ପ୍ରସାଦ ମିତ୍ର, ଡି ପି ଏମ , ଜାତୀୟ ସ୍ୱାସ୍ଥ୍ୟ ମିଶନ, ଖୋର୍ଦ୍ଧା, ଶୁଭକାନ୍ତ ପଶାୟତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗିତାନସୁ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ଶିକ୍ଷା, ପୌର ସଂସ୍ଥା,ମିଶନ ଶକ୍ତି, ବିଜ୍ଞାପିତ ପରିଷଦ, କୃଷି, ମତ୍ସ୍ୟ, ଜଙ୍ଗଲ ଓ ପରିବେଶ, ଶିଳ୍ପ ଆଦି ବିଭାଗର ଅଧିକାରୀ, ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ। ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା ଅସିତ୍ କୁମାର ଦାଶ ପାୱାର ପଏଣ୍ଟ ପ୍ରଦର୍ଶନରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ଲକ୍ଷଣ ଓ ନିରାକରଣ ଉପରେ ବିସ୍ତୃତ ଉପସ୍ଥାପନ ସହ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ଡେଙ୍ଗୁ ମ୍ୟାଲେରିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଅଷ୍ଟମୀ-ନବମିରେ କରନ୍ତୁ ଯଜ୍ଞ: ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

October 18, 2026

ଘରେ ଶଙ୍ଖ ରଖିବା ନିଶ୍ଚିତ ଶୁଭ, ହେଲେ ଯଦି ଏହି ଭୁଲ କରିଦେଲେ ତେବେ କଥା ସରିଲା

October 18, 2026

ନବରାତ୍ରୀ ଉତ୍ସବରେ “ଗରବା” ନୃତ୍ୟର ପରଂପରା ଏବଂ ନୃତ୍ୟ ଶୈଳୀର ଆକର୍ଷଣ

October 18, 2026

ହିମାଚଳ ପ୍ରଦେଶରୁ ୫୦ ଜଣିଆ ଯୁବ ଛାତ୍ର ପ୍ରତିନିଧି ଦଳର ଓଡ଼ିଶା ଗସ୍ତ

October 18, 2026
Latest News

ଅଷ୍ଟମୀ-ନବମିରେ କରନ୍ତୁ ଯଜ୍ଞ: ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

October 18, 2026

ଘରେ ଶଙ୍ଖ ରଖିବା ନିଶ୍ଚିତ ଶୁଭ, ହେଲେ ଯଦି ଏହି ଭୁଲ କରିଦେଲେ ତେବେ କଥା ସରିଲା

October 18, 2026

ନବରାତ୍ରୀ ଉତ୍ସବରେ “ଗରବା” ନୃତ୍ୟର ପରଂପରା ଏବଂ ନୃତ୍ୟ ଶୈଳୀର ଆକର୍ଷଣ

October 18, 2026

ହିମାଚଳ ପ୍ରଦେଶରୁ ୫୦ ଜଣିଆ ଯୁବ ଛାତ୍ର ପ୍ରତିନିଧି ଦଳର ଓଡ଼ିଶା ଗସ୍ତ

October 18, 2026

ବିବାହରେ କାହିଁକି ହୁଏ ଅହେତୁକ ବିଳମ୍ବ? ଜାଣନ୍ତୁ କାରଣ ଏବଂ ସରଳ ପ୍ରତିକାର

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.