Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

July 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ତାଳଚେର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଳଚେର ହାଣ୍ଡିଧୁଆ ଗ୍ରାମର ଖେଳପଡ଼ିଆ ଏବଂ ଗୋପାଳପ୍ରସାଦ ରିଜର୍ଭ ଫରେଷ୍ଟରେ ପୃଥକ ପୃଥକ ଭାବରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅନ୍ତର୍ଗତ ବୃକ୍ଷରୋପଣ ଅଭିଯାନ ଓ ୭୬ତମ ବନମହୋତ୍ସବ-୨୦୨୫ରେ ଯୋଗଦେଇଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ସ୍କୁଲ ଛାତ୍ରଛାତ୍ରୀ ଓ ସାମାଜିକ ସଂଗଠନର ସଦସ୍ୟମାନଙ୍କ ସହ ମିଶି ଗଛ ଲଗାଇବା ସହ ଅନୁଗୋଳ ଜିଲ୍ଲାରେ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୧୦ ଲକ୍ଷ ଗଛ ଲଗାଇବା ପାଇଁ ସଂକଳ୍ପ କରିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ “ମା’ ପାଇଁ ଗଛଟିଏ” ଏକ ଭାବନାତ୍ମକ ବିଚାର। ପ୍ରକୃତି ମାତାକୁ ସୁରକ୍ଷା ଦେବା ପାଇଁ ସାରାଦେଶରେ ଏହି ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ଅଭିଯାନ ଏପରି ଏକ ଭବିଷ୍ୟତ ପ୍ରତି ସମର୍ପଣ, ଯେଉଁଠି ପ୍ରକୃତିର ସମ୍ମାନ ; ଆମର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପରିଗଣିତ ହେବ । ତାଳଚେର ସମେତ ଅନୁଗୋଳ ଜିଲ୍ଲାରେ କୋଇଲା ଉତ୍ପାଦନ ହେବା କାରଣରୁ ଏଠାରେ ବହୁମାତ୍ରାରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି। ଦେଶରେ ପ୍ରଗତି ପାଇଁ କୋଇଲା ଉତ୍ପାଦନ ସହ ପରିବେଶର ସୁରକ୍ଷା କରିବା ମଧ୍ୟ ଜରୁରି। ତେଣୁ ପ୍ରଦୂଷଣ ହ୍ରାସ ପାଇଁ ଆମେ ସମସ୍ତେ ଗଛ ଲଗାଇବା ଦରକାର।  ସ୍କୁଲ ସ୍ତରରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଯୁବ ସଂଗଠନ, ସରକାରୀ ଅନୁଷ୍ଠାନ, ମାତୃଶକ୍ତି, ସ୍ୱେଚ୍ଛାସେବୀମାନଙ୍କୁ  “ଏକ୍ ପେଡ୍ ମା’ କେ ନାମ ୨.୦ ଅଭିଯାନରେ ଯୋଡି ଅନୁଗୋଳକୁ ସବୁଜ ସହରରେ ପରିଣତ କରିବାର ଦାୟିତ୍ୱ ନେବା ଦରକାର।

ସେ ଆହୁରି କହିଛନ୍ତି ଚଳିତଥର ଅନୁଗୋଳ ବନଖଣ୍ଡରେ ପୂର୍ବ ବର୍ଷ ଅପେକ୍ଷା ଦୁଇ ଗୁଣା ଅର୍ଥାତ୍ ୭ ଲକ୍ଷ ୫୦ ହଜାର ଗଛ ଲଗାଯିବାର ଯୋଜନା ରହିଛି। ତେବେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଅନୁଗୋଳରେ ୧୦ ଲକ୍ଷ ଚାରା ଲଗାଇବା ସହ ଏହି ପରମ୍ପରାକୁ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଅବ୍ୟାହତ ରଖିବା ପାଇଁ ଆମେ ସଂକଳ୍ପ ନେବା  ଦରକାର। ଗଛର ଯତ୍ନ ନେବା ସହ ଏହାକୁ ଜନଆନ୍ଦୋଳନର ରୂପ ଦେବା। ବନୀକରଣରେ ତାଳଚେର ସମେତ ଅନୁଗୋଳର ପରିଚୟ ସୃଷ୍ଟି କରିବାକୁ ସେ ଅପିଲ୍ କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୋଳ ବନଖଣ୍ଡର ପଦକ୍ଷେପ ଅନ୍ତର୍ଗତ ଭ୍ରାମ୍ୟମାଣ ଚାରା ବିତରଣ ରଥ, ସୂଚନା ରଥ, ସବୁଜ ଅନୁଗୋଳ ମୋବାଇଲ ଆପ୍, ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଟ୍ରକ, ଅନୁଗୋଳ ଫରେଷ୍ଟ ଡିଭିଜନ ୱେବସାଇଟ୍ ଓ ଅନ୍ୟାନ୍ୟ ପୋର୍ଟାଲ ଆଦି ଶୁଭାରମ୍ଭ କରିଥିଲେ। ଅନୁଗୋଳରେ ବୃକ୍ଷରୋପଣ ଅଭିଯାନକୁ ଏକ ଜନଆନ୍ଦୋଳନର ରୂପ ଦେବା ସହ ଜନସାଧାରଣଙ୍କ ମଧ୍ୟରେ ସମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଏପରି ପଦକ୍ଷେପକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ।

ଅନୁଗୋଳ ଏକ୍ ପେଡ୍ ମା’ କେ ନାମ ୨.୦ ତାଳଚେର
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Latest News

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.