ଜଗା ପ୍ରଧାନଙ୍କ ଗିରଫ ଦାବୀ ନେଇ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ……

Published: Jul 3, 2025, 5:23 pm IST
dharmendra

ଭୁବନେଶ୍ବର: ବିଏମସି ଅଫିସରଙ୍କୁ ବିଜେପି କର୍ମୀମାନେ ବାଡାଇବା ଘଟଣାରେ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଘଟଣାରେ ଏ ପର୍ଯ୍ୟନ୍ତ ଜଗନ୍ନାଥ ପ୍ରଧାନ ଗିରଫ ନ ହୋଇ ଥିବାରୁ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି। ମାଡମାଡିବା ବେଳେ ଅଭିଯୁକ୍ତମାନେ ଜଗା ପ୍ରଧାନଙ୍କ ନାମ ଉଚ୍ଚାରଣ କରିଥିଲେ। ଫଳରେ ସେ ହିଁ ଏହି ଘଟଣାର ମୁକ୍ୟ ଖଳନାୟକ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଜଗନ୍ନାଥ ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନଙ୍କଙ୍କ ଖାସ ଲୋକ ବୋଲି କୁହାଯାଉଛି। ସେଥିପାଇଁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ। ତେବେ ଓଡିଶା ଗସ୍ତରେ ଥିବା ଧର୍ମେନ୍ଦ୍ର ଏ ନେଇ ଆଜି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଆଇନ ଉପରେ କେହି ନୁହଁନ୍ତି, ସେ ଦଳିୟ କର୍ମୀ ହେଉ କି ଯେ କେହି। ସେମାନେ ନିଶ୍ଚିତ ଦଣ୍ଡ ପାଇବେ। ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବେ ମୋର ବିଶ୍ବାସ ରହିଛି। ଆଇନକୁ କେହି ହାତକୁ ନେବା ଉଚିତ ନୁହେଁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Related posts