ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅର୍ନ୍ତଗତ ସିଙ୍ଗାବାଡି ଗ୍ରାମରେ ଗତ ୬ ତାରିଖ ରାତିରେ ଦିଲ୍ଲୀପ ପାତ୍ର ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
ଉଲ୍ଲେଖ ଯୋଗ୍ୟ ଯେ, ପୁର୍ବ ଶତୃତାକୁ ନେଇ ସିଙ୍ଗାବାଡି ଗ୍ରାମର ପିତବାସ ସାହୁ ଓ ଆଉ କିଛି ଯୁବକ ଦିଲ୍ଲୀପଙ୍କୁ ଘରୁ ଡାକି ଆଣି ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଦିଲ୍ଲୀପଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହାପରେ ମୃତ ଦିଲ୍ଲୀପଙ୍କ ବଡ଼ଭାଇ ହରିଶ୍ଚନ୍ଦ୍ର ପାତ୍ର ଗତ ୭ ତାରିଖରେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୨୮୬/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ପିତବାସ ସାହୁକୁ ଟାମଣା ଛକରୁ ଧରି ଆଣି ଜେରା କରିଥିଲା। ଏବଂ ପରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩ ଓ ୩ ବଳରେ ଗିରଫ କରି କୋର୍ଟ ଚାଲାଣ କରଯାଇଥିଲା। ଘଟଣା ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ବିବୃତ୍ତି ପ୍ରଦାନ କରିଛନ୍ତି।