Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ୟା, ଭୂସ୍ଖଳନ ପ୍ରଭାବିତ ରାଜ୍ୟ ପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁରି କଲେ କେନ୍ଦ୍ର ସରକାର
ଆଜିର ଖବର

ବନ୍ୟା, ଭୂସ୍ଖଳନ ପ୍ରଭାବିତ ରାଜ୍ୟ ପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁରି କଲେ କେନ୍ଦ୍ର ସରକାର

July 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବନ୍ୟା, ଭୂସ୍ଖଳନ ପ୍ରଭାବିତ ଆସାମ, ମଣିପୁର, ମେଘାଳୟ, ମିଜୋରାମ, କେରଳ, ଉତ୍ତରାଖଣ୍ଡ ପାଇଁ ୧୦୬୬.୮୦ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ଛଅଟି ବନ୍ୟା ପ୍ରଭାବିତ ରାଜ୍ୟ ମଧ୍ୟରୁ, ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସଡିଆରଏଫ୍‍) ରୁ କେନ୍ଦ୍ରୀୟ ଅଂଶ ଭାବରେ ଆସାମକୁ ୩୭୫.୬୦ କୋଟି ଟଙ୍କା, ମଣିପୁରକୁ ୨୯.୨୦ କୋଟି ଟଙ୍କା, ମେଘାଳୟକୁ ୩୦.୪୦ କୋଟି ଟଙ୍କା, ମିଜୋରାମକୁ ୨୨.୮୦ କୋଟି ଟଙ୍କା, କେରଳକୁ ୧୫୩.୨୦ କୋଟି ଟଙ୍କା ଏବଂ ଉତ୍ତରାଖଣ୍ଡକୁ ୪୫୫.୬୦ କୋଟି ଟଙ୍କା ଦିଆଯାଇଛି। ଏହି ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ଅତ୍ୟଧିକ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏହି ରାଜ୍ୟଗୁଡ଼ିକ ପ୍ରଭାବିତ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ବନ୍ୟା, ଭୂସ୍ଖଳନ, ବାଦଲଫଟା ବର୍ଷା ପ୍ରଭାବିତ ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ମୋଦୀ ସରକାର ସମସ୍ତ ପରିସ୍ଥିତିରେ ରାଜ୍ୟମାନଙ୍କ ସହିତ ଦୃଢତାର ସହ ଛିଡା ହୋଇଛନ୍ତି।

ଚଳିତ ବର୍ଷ କେନ୍ଦ୍ର ସରକାର ୧୪ଟି ରାଜ୍ୟକୁ ଏସଡିଆରଏଫ୍ ୬୧୬୬.୦୦ କୋଟି ଟଙ୍କା ଏବଂ ୧୨ଟି ରାଜ୍ୟକୁ ଏନଡିଆରଏଫ୍ ରୁ ୧୯୮୮.୯୧ କୋଟି। ଟଙ୍କା ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମ୍ଏଫ୍) ରୁ ୫ଟି ରାଜ୍ୟକୁ ୭୨୬.୨୦ କୋଟି ଟଙ୍କା ଜାରି କରାଯାଇଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମ୍ଏଫ୍) ରୁ ୨ଟି ରାଜ୍ୟକୁ ୧୭.୫୫ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।

କେନ୍ଦ୍ର ସରକାର ସମସ୍ତ ବନ୍ୟା, ଭୂସ୍ଖଳନ, ବାଦଲଫଟା ବର୍ଷା ପ୍ରଭାବିତ ରାଜ୍ୟକୁ ଆବଶ୍ୟକ ଏନଡିଆରଏଫ ଦଳ, ସେନା ଏବଂ ବାୟୁସେନା ସହାୟତା ସହିତ ସମସ୍ତ ଲଜିଷ୍ଟିକ୍ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଚଳିତ ବର୍ଷର ମୌସୁମୀ ସମୟରେ, ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏନଡିଆରଏଫ୍ ର ୧୦୪ଟି ଦଳ ନିୟୋଜିତ ହୋଇଛନ୍ତି।

ଆସାମ ଉତ୍ତରାଖଣ୍ଡ କେରଳ ବନ୍ୟା ମଣିପୁର ମିଜୋରାମ ମେଘାଳୟ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

Odisha Rail Projects: ଓଡିଶାରେ କଣ ବଡ ରେଳ ପ୍ରକଳ୍ପ ଚାଲିଛି, ଗୃହକୁ ସୂଚନା ଦେଲେ ରେଳମନ୍ତ୍ରୀ

December 4, 2025

India Navy Day: ଆଜି ପାଳନ ହେଉଛି ନୌସେନା ଦିବସ, କେରଳରେ ବଡ ପ୍ରସ୍ତୁତି

December 4, 2025

ଆଜିଠାରୁ ଆରମ୍ଭ ହେବ ୧୦୦ ଦିନିଆ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ, ଜାଣନ୍ତୁ କଣ ହେବ

December 4, 2025

ଆଜି ଡିସେମ୍ବର 4 ତାରିଖ ଗୁରୁବାରରେ ଏହି 5ଟି ରାଶି ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ ରହିଛି ଆର୍ଶିବାଦ

December 4, 2025
Latest News

Odisha Rail Projects: ଓଡିଶାରେ କଣ ବଡ ରେଳ ପ୍ରକଳ୍ପ ଚାଲିଛି, ଗୃହକୁ ସୂଚନା ଦେଲେ ରେଳମନ୍ତ୍ରୀ

December 4, 2025

India Navy Day: ଆଜି ପାଳନ ହେଉଛି ନୌସେନା ଦିବସ, କେରଳରେ ବଡ ପ୍ରସ୍ତୁତି

December 4, 2025

India Russia Summit: ପୁଟିନ ଗସ୍ତରେ ସୁଦୃଢ ହେବ ଭାରତ ଋଷିଆ ବାଣିଜ୍ୟିକ ସଂପର୍କ

December 4, 2025

Putin’s India Visit: ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ପୁଟିନ, ସୁରକ୍ଷା ବ୍ୟବସ୍ଥା କଡାକଡି

December 4, 2025

ରାଜ୍ୟରେ ଅବୈଧ ବାଲି ଖନନ ଉପରେ ପ୍ରଦେଶ କଂଗ୍ରେସ ଆଣିଲା ବଡ ଅଭିଯୋଗ

December 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.