Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଏହି ଦିନ ହେବ ଛାତ୍ର ସଂସଦ ନିର୍ବାଚନ: ଜାଣନ୍ତୁ ପ୍ରାର୍ଥୀଙ୍କ ଯୋଗ୍ୟତା, ବୟସ ସୀମା ଓ କଟକଣା
ଆଜିର ଖବର

ରାଜ୍ୟରେ ଏହି ଦିନ ହେବ ଛାତ୍ର ସଂସଦ ନିର୍ବାଚନ: ଜାଣନ୍ତୁ ପ୍ରାର୍ଥୀଙ୍କ ଯୋଗ୍ୟତା, ବୟସ ସୀମା ଓ କଟକଣା

July 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଗୁଲ ବାଜିଛି। ଆସନ୍ତା ସେପ୍ଟେମ୍ବରରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ୭ ବର୍ଷ ପରେ କଲେଜ ନିର୍ବାଚନ ହେଉଥିବାରୁ କଲେଜ ପରିସର ଚଳଚଞ୍ଚଳ ହୋଇପଡିଛି। ସେପ୍ଟେମ୍ବର ୨୫ କିମ୍ବା ୨୬ ତାରିଖରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି। ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନଥିଲେ ବି ଉଚ୍ଚଶିକ୍ଷା‌ ବିଭାଗ ଏନେଇ ଯୋଜନା ପ୍ରସ୍ତୁତ କରିଛି। ସେପ୍ଟେମ୍ବର ୧୫ କିମ୍ବା ୧୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୭/୧୮ ତାରିଖ ପୂର୍ବାହ୍ନରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ସେହିଦିନ ଅପରାହ୍ନରେ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ ହେବ। ୧୮/୧୯ ତାରିଖ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ଏବଂ ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର ଏବଂ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।

ସେପ୍ଟେମ୍ବର ୨୪ କିମ୍ବା ୨୫ ତାରିଖରେ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ସଭା ଅନୁଷ୍ଠିତ ହେବ। ଏଥର ମଧ୍ୟ ଗୋଟିଏ ସମୟରେ ସାରା ରାଜ୍ୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି। ସମ୍ଭବତଃ ୨୫ କିମ୍ବା ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ। ସେପ୍ଟେମ୍ବର ୨୬, ନହେଲେ ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହାପରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦଶହରା ଛୁଟି ଘୋଷଣା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ବୟସ ସୀମା:

– ପ୍ରାର୍ଥୀ ହେବା ଲାଗି ସ୍ନାତକ ଛାତ୍ରଛାତ୍ରୀଙ୍କ ବୟସ ୧୫ରୁ ୨୨ ହୋଇଥିବା ଦରକାର।
– ପିଜି ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୨୫ ବର୍ଷ ରଖାଯାଇଛି।

ଯୋଗ୍ୟତା:

– ପ୍ରାର୍ଥୀ ହେବା ପାଇଁ କ୍ଲାସରୁମ୍‌ରେ ୭୫ ପ୍ରତିଶତ ଉପସ୍ଥାନ ନିତାନ୍ତ ଆବଶ୍ୟକ
– ପ୍ରାର୍ଥୀଙ୍କ ବିରୋଧରେ କୌଣସି ପ୍ରକାର ଅପରାଧିକ ମାମଲା ନଥିବା ଆବଶ୍ୟକ
– କୌଣସି ରାଜନୈତିକ ଦଳରୁ କେହି ପ୍ରାର୍ଥୀ ହୋଇପାରିବେ ନାହିଁ
– କ୍ୟାମ୍ପସ୍‌ରେ ଗଣ୍ତଗୋଳ ହେଲେ ନିର୍ବାଚନକୁ ବାତିଲ୍‌ କରିପାରିବେ କଲେଜ କର୍ତ୍ତୃପକ୍ଷ

କଟକଣା:

– ପ୍ରଚାର ସମୟରେ ପ୍ରାର୍ଥୀମାନେ ପ୍ରିଣ୍ଟିଂ ପୋଷ୍ଟର, ବ୍ୟାନର୍‌ ଲଗାଇପାରିବେ ନାହିଁ
– ବ୍ୟାନର୍‌ ଲଗାଇବା ଲାଗି କଲେଜ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରିବେ
– ପ୍ରଚାରରେ ଡାକବାଜି ଯନ୍ତ୍ର, ଗାଡ଼ି ଓ ଜୀବଜନ୍ତୁ ବ୍ୟବହାର ହେବ ନାହିଁ।

ଉଚ୍ଚଶିକ୍ଷା ବିଭାଗ ଓଡିଶା ଛାତ୍ର ସଂସଦ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

August 11, 2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ବୈଠକ

August 11, 2026

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026
Latest News

ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

August 11, 2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ବୈଠକ

August 11, 2026

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.