Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସ ଉଦ୍ଘାଟନ ଓ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଖୋର୍ଦ୍ଧାରେ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସ ଉଦ୍ଘାଟନ ଓ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

July 14, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଭାରତ ସରକାରଙ୍କ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ବିକ୍ରମ ନଗର, ତରତୁଆସ୍ଥିତ ଭାରତ ତିଦ୍ଦତ ସୀମା ପୋଲିସ, ୪୧ ବାଟାଲିୟନ ପରିସରରେ ବହୁ ଉପେକ୍ଷିତ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସ ଉଦ୍ଘାଟନ କରି ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସର ଶିଳା ନ୍ୟାସ କରିଛନ୍ତି। ପରିସରରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରି ନିଜ ଅଭିଭାଷଣରେ ଶିକ୍ଷାମନ୍ତ୍ରୀ କହିଲେ ଯେ, ଓଡ଼ିଶାରେ ୮ଟି କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ଭାବେ ଖୋଲା ହେଲା। ଓଡ଼ିଶାରେ ସମୁଦାୟ ୭୫ଗୋଟି କେନ୍ଦ୍ରୀୟ ବିଦ୍ୟାଳୟ ଅଛି। କେନ୍ଦ୍ରୀୟ ବିଦ୍ୟାଳୟକୁ ସବୁ ଉପଖଣ୍ଡରେ ଖୋଲାଯାଇ କେନ୍ଦ୍ର ସରକାରଙ୍କ ୨୦୨୦ଶିକ୍ଷା ନୀତିକୁ ବିସ୍ତାର କରି ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରାଯିବ ବୋଲି ପ୍ରେଚେଷ୍ଟା ଜାରି ରହିଛି।

ସେ କହିଥିଲେ ୧୮୩୫ ମସିହାରେ ଭାରତର ଶିକ୍ଷା ବ୍ୟବସ୍ଥାକୁ ମ୍ୟାକ ଲିୟନ୍ ଭଳି ବ୍ରିଟିଶ ଶାସକ ମାନେ ଅନେକ ଚେଷ୍ଟା କରି ବିଫଳ ହୋଇଥିଲେ। କେନ୍ଦ୍ର ସରକାରଙ୍କ ୨୦୨୦ ଶିକ୍ଷାନୀତି ଶିକ୍ଷାର ବିକାଶ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ଖୋର୍ଦ୍ଧାର ଇତିହାସ ଅନେକ ସୁଦୂର ପ୍ରସାରି। ଶିକ୍ଷା ପ୍ରାରମ୍ଭିକ ବର୍ଷ ୧ ରୁ୫ ପର୍ଯ୍ୟନ୍ତ ଆଞ୍ଚଳିକ ମାତୃଭାଷାରେ ହେବା ଦରକାର। ପରେ ହିନ୍ଦୀ, ଇଂରାଜୀ, ଶିକ୍ଷା ଗ୍ରହଣ କରିବା ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ଦୃତ ବିକାଶ ଘଟିଥାଏ।

ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଦକ୍ଷତା ବିକାଶ ଶିକ୍ଷା, ଉଦ୍ୟୋମିତା ଶିକ୍ଷା, ପି ଏମ ଶ୍ରୀ ସ୍କୁଲ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଶିକ୍ଷା ମାଧ୍ୟମରେ ବିକଶିତ ଓଡ଼ିଶା ୨୦୩୬ ଭିଜନ କୁ ସାକାର କରିବାକୁ ଆହ୍ଵାନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ କହିଲେ ଯେ, ରାଷ୍ଟ୍ରୀୟ ଶିକ୍ଷା ନୀତି ଓଡ଼ିଶାରେ କାର୍ଯ୍ୟନ୍ୱୟନ କରିବାରେ ଅଛି। ଆଇଟିବିପି କ୍ୟାମ୍ପସରେ ଆଜି ଯେଉଁ ୫ ଏକର ଜମିରେ ୩୦କୋଟି ବ୍ୟୟ ଅଟକଳରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶିଳାନ୍ୟାସ କଲେ ତାହା ଆଇ ଟି ବି ପି ପିଲାମାନଙ୍କୁ ଏବଂ ଖୋର୍ଦ୍ଧାର ତରତୁଆ ଅଞ୍ଚଳର ଓ ସହରର ସମସ୍ତ ପିଲାମାନଙ୍କୁ ଏଠାରେ ଆଧୁନିକ କୌଶଳରେ ପାଠ ପଢିବା ନିମନ୍ତେ ପିଲାମାନେ ଭରପୁର ସୁଯୋଗ ପାଇବେ। ଶିକ୍ଷା ଦାନ ମହତ ଦାନ ଅଟେ, ରାଜନୀତିର ଆଧାର ବିକାଶ ଅଟେ। ବର୍ତ୍ତମାନ ଓଡ଼ିଶାକୁ ସମଗ୍ର ଦେଶରେ ଶୀର୍ଷରେ ପହଞ୍ଚାଇବା ପାଇଁ ରାଜଧାନୀ ଅଞ୍ଚଳରେ ୧୧୧ କିମି ରିଙ୍ଗରୋଡ ୬୦୦୦କୋଟି ବ୍ୟୟ ଅଟକଳରେ ପ୍ରସ୍ତୁତ ହେଉଅଛି। ସେହିପରି ଖୋର୍ଦ୍ଧା ବାଇପାସ୍ ରୋଡ ୧୫୭ କୋଟି ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଚାଲୁଅଛି ଯାହା ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନା ଗମନର ଦୃତ ବିକାଶ ପାଇଁ ମାଇଲ ଷ୍ଟୋନ ସଦୃଶ ଅଟେ ବୋଲି ଅଭିଭାଷଣ ରଖିଥିଲେ।

ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ କହିଲେ ଯେ, ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଜିଲ୍ଲା ସଦର ମହକୁମାରେ କେନ୍ଦ୍ରୀୟ ବିଦ୍ୟାଳୟ ହେବା ବୁଦ୍ଧିଜୀବୀ ମାନଙ୍କର ଆଶା ଥିଲା। ଆଜି ଆଇ ଟି ବି ପି କ୍ୟାମ୍ପସରେ ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ଶିଳାନ୍ୟାସ ଓ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ଉଦ୍ଘାଟନ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ଏକ ଆକୃଷ୍ଟ ଓ ଆଦର୍ଶ ଶୈଖିକ କ୍ଷେତ୍ରରେ ସୃଷ୍ଟି କରି ବିକଶିତ ଓଡ଼ିଶା ଓ ବିକଶିତ ଭାରତରେ ଖୋର୍ଦ୍ଧା ଜିଲ୍ଲା ଏକ ମୁଖ୍ୟ ଅଙ୍ଗ ହୋଇ ଛିଡା ହେବ ଏହା ନିଶ୍ଚିତ ଭାବେ କୁହାଯାଇପାରେ।

ସେ ଆହୁରି ମଧ୍ୟ କହିଥିଲେ ଯେ ୨୦୨୦କେନ୍ଦ୍ରୀୟ ଶିକ୍ଷା ନୀତି ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଆରମ୍ଭ କରି ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ଶିକ୍ଷା ନୀତି ମାନବ ସମ୍ବଳକୁ ସୁବିନିଯୋଗ କରିବା ସହ ଶକ୍ତିଶାଳୀ କରିବା ପାଇଁ ଶିକ୍ଷା ବ୍ୟବସ୍ଥାର ସମସ୍ତ ରଣନିତିକୁ ସୁଦୃଢ କରାଯାଉଛି ଯାହା ଜୀବନକୁ ଆନନ୍ଦ, ସରସ ସୁନ୍ଦର କରି ଏକ ଉତ୍କର୍ଷ ମାନର ଜୀବନ ଶୈଳୀ ସୃଷ୍ଟି କରି ପ୍ରକୃତିକୁ ସୁରକ୍ଷା ଦେବ।

ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କେନ୍ଦ୍ରୀୟ ବିଦ୍ୟାଳୟ ସହରର ଓ ଆଇ ଟି ବି ପି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିବ ବୋଲି ଉତ୍ଥାପନ କରି ଏହାର ସୁଯୋଗ ନେବାକୁ ଆହ୍ଵାନ ଦେଇଥିଲେ।

ଶେଷରେ ୪୧ ଆଇ ଟି ବି ପି ବାଟାଲିୟନ କମାଣ୍ଡାଣ୍ଟ ନରେନ୍ଦ୍ର ସିଂହ ଧନ୍ୟବାଦ୍ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ଚାରା କୁଣ୍ଡ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଆଞ୍ଚଳିକ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ମୁଖ୍ୟ ଅତିଥି ପ୍ରଥମେ ଶହୀଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପରେ ଗାର୍ଡ ଅଫ ଅନର୍ ଦିଆଯାଇଥିଲା। ନୂତନ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ସହ ମୁଖ୍ୟ ଅତିଥି ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଶୈକ୍ଷିକ ଆଲୋଚନା କରିଥିଲେ।

ପରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଶିଳାନ୍ୟାସ ଭୂମି ପୂଜନରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ, ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସହ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।  ସଭାରେ ଆରକ୍ଷୀ ଅଧିକ୍ଷକ ଶାଗରିକା ନାଥ, ଉପାୟୁକ୍ତ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ , ଭୁବନେଶ୍ୱର ଶାଖା, ଡ. ଶିହରଣ ବୋଷ ମଞ୍ଚାସୀନ ଥିଲେ।

ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା,ବି ଡି ଓ, ଖୋର୍ଦ୍ଧା କ୍ଷୀରାବ୍ଧିତନୟା ସାହୁ, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ପ୍ରଧାନ ଟୁଲିଆମା, ନିବେଦିତା ପ୍ରଧାନ,ତହସିଲଦାର, ଖୋର୍ଦ୍ଧା, ବିଭାଶ ପାଣିଗ୍ରାହୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଅଧିକ୍ଷଣ ଯନ୍ତ୍ରୀ ଶିବଲାଲ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ,ଆଇ ଟି ବି ପି ଜନ ସମ୍ପର୍କ ଅଧିକାରୀ ଅଚ୍ୟୁତାନନ୍ଦ ବଳ, ଖୋର୍ଦ୍ଧା ପୌର ପରିଷଦ ନିର୍ବାହୀ ଅଧିକାରୀ ରିଜ୍ଵାନା କାକ୍ବାବ, ବରିଷ୍ଠ ରାଜନୈତିକ ନେତ୍ରୁ ମଣ୍ଡଳୀ ଜିଲ୍ଲା ଭାଜପା ସଭାପତି ବିଶ୍ୱ ରଞ୍ଜନ ବଡ଼ଜେନା, କର୍ମକର୍ତ୍ତା ନିକୁଞ୍ଜ ପଟ୍ଟନାୟକ, ଦିଲ୍ଲୀପ କୁମାର ହୋତା, ବିଭିନ୍ନ ପଂଚାୟତ ଓ ପୌର ପରିଷଦ ଜନ ପ୍ରତିନିଧି,ଆଇ ଟି ବି ପି ଅଭିଭାବକ, ଛାତ୍ରଛାତ୍ରୀ,ସହରର ବୁଦ୍ଧିଜୀବୀ, ଜନସାଧାରଣ,ଆଈ ଟି ବି ପି ଷ୍ଟାଫ୍, ପୋଲିସ ଅଧିକାରୀ ଓ କର୍ମଚାରୀ, ପାନୀୟଜଳ, ସ୍ଵାସ୍ଥ୍ୟ, ଅଗ୍ନିଶମସେବା,ଗଣ ମାଧ୍ୟମ ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଗଦେଇଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଖୋର୍ଦ୍ଧା ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025
Latest News

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.