Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଟ୍ରେନିଂ ଅଫ୍‌ ଟ୍ରେନର୍ସ’ କାର୍ଯ୍ୟକ୍ରମ: ବିହାରର ବିଭିନ୍ନ ସରକାରୀ ଆଇଟିଆଇର ୩୪ ପ୍ରଶିକ୍ଷକଙ୍କୁ ତାଲିମ
ଆଜିର ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଟ୍ରେନିଂ ଅଫ୍‌ ଟ୍ରେନର୍ସ’ କାର୍ଯ୍ୟକ୍ରମ: ବିହାରର ବିଭିନ୍ନ ସରକାରୀ ଆଇଟିଆଇର ୩୪ ପ୍ରଶିକ୍ଷକଙ୍କୁ ତାଲିମ

July 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ‘ଟ୍ରେନିଂ ଅଫ୍‌ ଟ୍ରେନର୍ସ (ଟିଓଟି) କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରର ଏକାଡେମୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିହାରର ବିଭିନ୍ନ ସରକାରୀ ଆଇଟିଆଇର ପ୍ରଶିକ୍ଷକମାନେ ଭାଗନେଇ ଅତ୍ୟାଧୁନିକ ‘ଶିକ୍ଷାଦାନ ଓ ମୂଲ୍ୟାଙ୍କନ’ ବିଷୟରେ ତାଲିମ ନେଇଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ବିହାର ଦକ୍ଷତା ମିଶନ ଭିତରେ ହୋଇଥିବା ଏମଓୟୁ ଆଧାରରେ ଏହି କାର୍ଯ୍ୟକ୍ରମ ଦୁଇ ସପ୍ତାହ ଧରି ଚାଲିଥିଲା। ଏଥିରେ ୩୪ ଜଣ ପ୍ରଶିକ୍ଷକ ଯୋଗ ଦେଇଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ସେମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା।

ଏଥିରେ ଦକ୍ଷତା ବିକାଶ ପ୍ରାଧିକରଣ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ରଶ୍ମିତା ପଣ୍ଡା ଯୋଗଦେଇ ପ୍ରଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ଏଭଳି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ। ଓଡ଼ିଶା ଏବଂ ବିହାର ରାଜ୍ୟର ମିଳିତ ସହଯୋଗରେ ଏଭଳି ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରିବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ସବୁବେଳେ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ର – ଭାରତର ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର। ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍‌ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ସ୍ଥାପିତ ଏହି କେନ୍ଦ୍ର ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ଶାଣିତ କରିବା ସହିତ ସେମାନଙ୍କୁ ଶିଳ୍ପ ଉପଯୋଗୀ ତାଲିମ ପ୍ରଦାନ କରୁଛି। ତା’ଛଡ଼ା ଏହି କେନ୍ଦ୍ର ‘ହବ୍‌ ଆଣ୍ଡ ସ୍ପୋକ୍‌’ ମଡେଲରେ କାମ କରୁଛି। ଫଳରେ ରାଜ୍ୟର ସରକାର ଆଇଟିଆଇ ଓ ପଲିଟେକନିକ୍‌ କଲେଜର ପ୍ରଶିକ୍ଷକମାନଙ୍କୁ ଅତ୍ୟାଧୁନିକ ପାଠ୍ୟକ୍ରମ ବିଷୟରେ ଅବଗତ କରିବା ପାଇଁ ବିଭିନ୍ନ ସମୟରେ ‘ଟିଓଟି’ କାର୍ଯ୍ୟକ୍ରମ କରାଯାଉଛି।

ଏବେ ବିହାରର ବିଭିନ୍ନ ଜିଲ୍ଲାରୁ ସରକାରୀ ଆଇଟିଆଇର ପ୍ରଶିକ୍ଷକମାନେ ଆସି ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେବା ଫଳରେ ଏହି କେନ୍ଦ୍ର ଆଉ ଏକ ଉଚ୍ଚତାକୁ ଯାଇ ପାରିଛି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଟି ଥମ୍ବିରାଜା କହିଛନ୍ତି ଯେ, ଦକ୍ଷତା ବିକାଶ ତାଲିମ କ୍ଷେତ୍ରରେ ବିଶ୍ୱ ଦକ୍ଷତା କେନ୍ଦ୍ର ଆଜି ସାରା ଦେଶରେ ଏକ ବିଶେଷ ପରିଚୟ ପାଇଛି। ଅନ୍ତର୍ଜାତୀୟ ସ୍ତରର ଢାଞ୍ଚାରେ ଏଠାରେ ଦିଆଯାଉଥିବା ତାଲିମ ରାଜ୍ୟ ବାହାରର ପ୍ରଶିକ୍ଷକମାନଙ୍କ ପାଇଁ ଆକର୍ଷଣ ସାଜିଛି। ଏହାଦ୍ୱାରା ଭାରତରେ ଦକ୍ଷତା ବିକାଶ କ୍ଷେତ୍ରରେ ଯେଉଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ତାହା ସାକାର ହୋଇପାରିବ।

‘ଟ୍ରେନିଂ ଅଫ୍‌ ଟ୍ରେନର’ କାର୍ଯ୍ୟକ୍ରମ ବିଷୟରେ ବିଶ୍ୱ ଦକ୍ଷତା କେନ୍ଦ୍ର ଏକାଡେମୀର ଉପନିର୍ଦ୍ଦେଶକ ଆଶୁତୋଷ ନୟନଦେ କହିଛନ୍ତି, ବର୍ତ୍ତମାନର ଶିଳ୍ପ ଦୁନିଆକୁ ଦୃଷ୍ଟିରେ ରଖି ପ୍ରଶିକ୍ଷକମାନଙ୍କୁ ଆମେ ଉନ୍ନତମାନର ତାଲିମ ପ୍ରଦାନ କରୁଛୁ। ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷାଦାନ ପଦ୍ଧତି ପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ ସହ ବିଷୟବସ୍ତୁ ବିଶ୍ଲେଷଣ ଆଦି ଉପରେ ଗୁରୁତ୍ୱ ଦିଆଯାଉଛି।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ମୁଖ୍ୟ କୌଶଳ ଅଧିକାରୀ ବ୍ରୁସ୍‌ ପୋହ ଏବଂ ଉପାଧ୍ୟକ୍ଷା ଜିତାମିତ୍ର ଶତପଥୀଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଆଇଟିଆଇ ବିଶ୍ୱ ଦକ୍ଷତା କେନ୍ଦ୍ର ବିହାର
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Latest News

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.