Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଜିଷ୍ଟିକ୍ସ ପ୍ରଣାଳୀ ସୁଦୃଢ଼ ହେଲେ ଦେଶର ସୀମା ମଜବୁତ ହେବ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ଆଜିର ଖବର

ଲଜିଷ୍ଟିକ୍ସ ପ୍ରଣାଳୀ ସୁଦୃଢ଼ ହେଲେ ଦେଶର ସୀମା ମଜବୁତ ହେବ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

July 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରତିରକ୍ଷା ମନ୍ତ୍ରୀ
ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ: ସୁରକ୍ଷିତ ଭାରତ ଆସିଲେ ୧୮ ଜାହାଜ

ନୂଆଦିଲ୍ଲୀ: ଗୁଜରାଟ ଭଦୋଦରାରେ ଗତି ଶକ୍ତି ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ରୂପେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିରେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଜନାଥ ସିଂହ କହିଥିଲେ, ଭାରତର ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ହେଉଛି। ଏହା ଦେଶର ଆର୍ଥିକ ବିକାଶ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରୁଛି।

ପ୍ରତିରକ୍ଷା ମନ୍ତ୍ରୀ ଲଜିଷ୍ଟିକ୍ସ କ୍ଷେତ୍ରକୁ ଏକବିଂଶ ଶତାବ୍ଦୀର ଭାରତରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନର କ୍ଷେତ୍ର ଭାବେ ଅଭିହିତ କରିଥିଲେ। ସେ କହିଥିଲେ, ଏହି କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ଅପାର ସୁଯୋଗ ରହିଛି। ଏହା ଏକ ବିକଶିତ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅବସରରେ ସେ ବିକଶିତ ଭାରତ ନିର୍ମାଣର ଦାୟିତ୍ୱ ନେବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ।

 

ଲଜିଷ୍ଟିକ୍ସର ଗୁରୁତ୍ୱ ବିଷୟରେ ଆଲୋକପାତ କରି ସେ କହିଥିଲେ, ଦେଶରେ ଲଜିଷ୍ଟିକ୍ସ ସେବା ପ୍ରଣାଳୀ ସୁଦୃଢ଼ ହେଲେ, ଆମର ସୀମା ମଜବୁତ ହୋଇପାରିବ । ଦେଶର ଗୋଟିଏ ଭାଗରେ ନିର୍ମିତ ପ୍ରତିରକ୍ଷା ଉତ୍ପାଦ କିମ୍ବା ସୈନିକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ସୀମାରେ ଠିକ୍ ସମୟରେ ପହଞ୍ଚାଇପାରିଲେ ଆମର ସୀମାରକ୍ଷୀମାନଙ୍କର ମନୋବଳ ଆହୁରି ଦୃଢ଼ ହୋଇଥାଏ।

ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ଶ୍ରୀ ରାଜନାଥ ସିଂ କହିଥିଲେ, ବହୁମୁଖି ପରିବହନ କେନ୍ଦ୍ର ନିର୍ମାଣ କରିବା ଏବଂ ମିଶନ୍‌ ମୋଡରେ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ଭଳି ପଦକ୍ଷେପ ଫଳରେ ଲଜିଷ୍ଟିକ୍ସ ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇଛି। ଏହାଦ୍ୱାରା ଡାଟା ଆଧାରିତ ନିଷ୍ପତ୍ତି ଗ୍ରହଣକୁ ପ୍ରୋତ୍ସାହନ ମିଳିପାରୁଛି।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ରେଳମନ୍ତ୍ରୀ ତଥା ଗତି ଶକ୍ତି ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ୧୧ ବର୍ଷ ମଧ୍ୟରେ ଭାରତୀୟ ରେଳରେ ହୋଇଥିବା ଯୁଗାନ୍ତାକାରୀ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ଗତ ଏକ ବର୍ଷ ମଧ୍ୟରେ ରେଳ ନେଟୱର୍କ ୫,୩୦୦ କିଲୋମିଟର ବିସ୍ତାର କରାଯାଇଛି ଏବଂ ସୁଡ଼ଙ୍ଗ ନିର୍ମାଣ ମୋଟ ୩୬୮ କିଲୋମିଟରରେ ପହଞ୍ଚିଛି ବୋଲି ସେ ସୂଚନା ଦେଇଥିଲେ।

ସେ କହିଥିଲେ, ଇତିହାସରେ ଅଢ଼େଇ ଶତାବ୍ଦୀକୁ ବାଦ୍‌ ଦେଲେ ଭାରତ ସର୍ବଦା ବିଶ୍ୱର ଶ୍ରେଷ୍ଠ ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ ହୋଇଆସିଛି। ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ମାଧ୍ୟମରେ ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ରିତ ମାନବ ସମ୍ବଳ ସୃଷ୍ଟି କରି ଭାରତକୁ ପୁଣି ଥରେ ଏକ ଶ୍ରେଷ୍ଠ ଅର୍ଥବ୍ୟବସ୍ଥା କରିବା ଉପରେ ଜୋର ଦିଆଯାଉଛି । ଗତି ଶକ୍ତି ବିଶ୍ୱବିଦ୍ୟାଳୟ ପ୍ରାୟ ୪୦ଟି ଭିନ୍ନ ଭିନ୍ନ ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ସହିତ ଏମଓୟୁ ସ୍ୱାକ୍ଷର କରିଛି। ଭବିଷ୍ୟତରେ ସାମୁଦ୍ରିକ ଇଞ୍ଜିନିୟରିଂ ଉପରେ କେନ୍ଦ୍ରିତ ଗବେଷଣା ପତ୍ର ପ୍ରସ୍ତୁତ କରିବା ଏବଂ ସାମୁଦ୍ରିକ ଶିଳ୍ପ ସହିତ ଏମଓୟୁ ସ୍ୱାକ୍ଷର କରିବାକୁ ସେ ପରାମର୍ଶ ଦେଇଥିଲେ।

ଶ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ଭାରତର ବିକାଶ ଯାତ୍ରାରେ ଯୋଗଦାନ ଦେବାକୁ ପରାମର୍ଶ ଦେଇଥିଲେ। ସେ ଏହି କ୍ଷେତ୍ରରେ ଅଭିନବ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରମନ୍ତ୍ରୀ ଗତି ଶକ୍ତି ବିଶ୍ୱବିଦ୍ୟାଳୟକୁ ‘ବିକାଶର ଇଞ୍ଜିନ’ ଭାବରେ ବର୍ଣ୍ଣନା କରିଥିଲେ ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଦୃଷ୍ଟିକୋଣକୁ ସମର୍ଥନ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ।

ସମାବର୍ତ୍ତନ ଉତ୍ସବରେ ବିଭିନ୍ନ ବିଷୟରେ ମୋଟ ୧୯୪ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ପାଠ୍ୟକ୍ରମରୁ ଜଣେ ଛାତ୍ରଙ୍କୁ ଶିକ୍ଷାଗତ ଉତ୍କର୍ଷତା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିପରି ଉତ୍କୃଷ୍ଟ ପ୍ରକଳ୍ପ ଏବଂ ଶ୍ରେଷ୍ଠ ବିଦ୍ୟାର୍ଥୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା କ୍ରମେ ପ୍ରତିଷ୍ଠାନ କରାଯାଇଥିବା ଗତି ଶକ୍ତି ବିଶ୍ୱବିଦ୍ୟାଳୟ ହେଉଛି ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଯାହା ପରିବହନ ସମ୍ବନ୍ଧୀୟ ଶିକ୍ଷା, ବହୁ-ବିଷୟକ ଗବେଷଣା ଏବଂ ତାଲିମ ଉପରେ କେନ୍ଦ୍ରିତ। ଏହା ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ବ୍ୟାପକ ଉଦ୍ଦେଶ୍ୟ ସହିତ ଗଭୀର ଭାବେ ଯୋଡ଼ି ହୋଇଛି। ଭାରତର ମୌଳିକ ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ବିପ୍ଳବ ଆଣିବା ଏହାର ଉଦ୍ଦେଶ୍ୟ।

ଅଶ୍ୱିନୀ ବୈଷ୍ଣବ ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଗୁଜରାଟ ପ୍ରତିରକ୍ଷା ମନ୍ତ୍ରୀ ବିକଶିତ ଭାରତ ଭଦୋଦରା
Share. Facebook Twitter LinkedIn Email WhatsApp Copy Link

Related Posts

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026

ଅମରାବତୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁ ମୃତ, ୬ ଗୁରୁତର

August 24, 2026

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026
Latest News

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026

ଅମରାବତୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁ ମୃତ, ୬ ଗୁରୁତର

August 24, 2026

କାହାକୁ ଅଧିକ କାମୁଡ଼େ ମଶା? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

August 24, 2026

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.