Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»WCL-୨୦୨୫: ୱେଷ୍ଟଇଣ୍ଡିଜ୍ କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ଭାରତ, ଏବେ ପାକିସ୍ତାନ ସହ ହେବ ଲଢେଇ!
ଆଜିର ଖବର

WCL-୨୦୨୫: ୱେଷ୍ଟଇଣ୍ଡିଜ୍ କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ଭାରତ, ଏବେ ପାକିସ୍ତାନ ସହ ହେବ ଲଢେଇ!

July 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ଟୁର୍ଣ୍ଣାମେଣ୍ଟର ଶେଷ ଲିଗ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ଭାରତୀୟ ଦଳର ସଂଘର୍ଷ ହୋଇଥିଲା। ଏହି ମ୍ୟାଚଟି ଭାରତୀୟ ଦଳ ପାଇଁ କର ବା ମର ପରିସ୍ଥିତି ଥିଲା। ଯୁବରାଜ ସିଂହ ନେତୃତ୍ଵାଧୀନ ଭାରତୀୟ ଦଳ ପାଇଁ ବଡ ବ୍ୟବଧାନରେ ଜିତିବା ଆବଶ୍ୟକ ଥିଲା। କାରଣ ଭାରତୀୟ ଦଳ ପାଇଁ କମ ରନ ରେଟ ଯୋଗୁଁ ସେମିଫାଇନାଲକୁ ଉନ୍ନିତ ହେବା ପାଇଁ ବାଧା ସୃଷ୍ଟି କରୁଥିଲା।

ତେବେ ଶେଷ ଶେଷ ଲିଗ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୪୪ ରନ କରିଥିଲା। ଭାରତକୁ ସେମିଫାଇନାଲ ପାଇଁ ୧୪.୧ ଓଭରରେ ୧୪୫ ରନର ଆବଶ୍ୟକ ଥିଲା। ଭାରତୀୟ ଦଳ ବୋଲିଂ ପରେ ବ୍ୟାଟିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା। ଭାରତ ୧୩.୨ ଓଭରରେ ୧୪୮ ରନ କରି ବଡ ବିଜୟ ସହିତ ସେମିଫାଇନାଲ ପାଇଁ ଟିକେଟ ପକ୍କା କରିଥିଲା।

ଭାରତୀୟ ଦଳ ପକ୍ଷରୁ ଷ୍ଟୁଆର୍ଟ ବିନ୍ନି, ୟୁବରାଜ ସିଂହ ଏବଂ ୟୁସୁଫ ପଠାନ ବିସ୍ଫୋରକ ପାଳି ଖେଳି ଦଳକୁ ବିଜେତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଷ୍ଟୁଆର୍ଟ ୨୧ ଟି ବଲରେ ଅପରାଜିତ ୫୦ ରନ କରିଥିବା ବେଳେ ୟୁସୁଫ ପଠାନ ୭ ଟି ବଲରେ ୨୧ ରନର ଧୂଆଁଧାର ପାଳି ଖେଳିଥିଲେ। ସେହିଭଳି ଅଧିନାୟକ ୟୁବରାଜ ସିଂହ ୧୧ ଟି ବଲରେ ୨୧ ରନ ସଂଗ୍ରହ କରିଥିବା ବେଳେ ଶିଖର ଧବନ ୧୮ ଟି ବଲରେ ୨୫ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ।

ତେବେ ଏହିପରି ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ପାଳି ଯୋଗୁଁ ୱେଷ୍ଟଇଣ୍ଡିଜ୍ କୁ ଭାରତୀୟ ଦଳ ବଡ ବ୍ୟବଧାନରେ ପରାସ୍ତ କରିଥିଲା। ଏହା ପୂର୍ବରୁ ବୋଲିଂରେ ଭାରତ ପାଇଁ ପିୟୁଷ ଚାୱଲା ୪ ଓଭର ବୋଲିଂ କରି ମାତ୍ର ୧୮ ରନ ଦେଇ ୩ ଟି ୱିକେଟ ନେଇଥିବା ବେଳେ ଷ୍ଟୁଆର୍ଟ ବିନ୍ନି ମଧ୍ୟ ୪ ଓଭର ବୋଲିଂ କରି ୧୭ ରନ ଦେଇ ୨ ଟି ୱିକେଟ ନେଇଥିଲେ।

ଏହି ବଡ ବିଜୟ ପରେ ଭାରତୀୟ ଦଳ ଲିଗ ପର୍ଯ୍ୟାୟରେ ୪ ସ୍ଥାନ ହାସଲ କରି ସେମିଫାଇନାଲକୁ ଉନ୍ନିତ ହୋଇଛି। ତେବେ ସେମିଫାଇନାଲରେ ଗ୍ରୁପ ଟପର ପାକିସ୍ଥାନ ସହ ଭାରତୀୟ ଦଳର ଲଢେଇ ହେବ। ଉଲ୍ଲେଖ ଯୋଗ୍ୟ ଯେ, ଲିଗ ପର୍ଯ୍ୟାୟରେ ପାକିସ୍ତାନ ସହ ଭାରତର ମ୍ୟାଚକୁ ବାତିଲ କରାଯାଇଥିଲା।

england India Champions India Vs Pakistan World Championship Of Legends
Share. Facebook Twitter LinkedIn Email WhatsApp Copy Link

Related Posts

ଆଇନ ପରିବର୍ତ୍ତନର ଇଞ୍ଜିନ ଭାବେ କାର୍ଯ୍ୟ କରେ: ଜଷ୍ଟିସ୍ ଶଶିକାନ୍ତ ମିଶ୍ର

September 27, 2026

ନେପାଳରେ ଭୟଙ୍କର ହିମସ୍ଖଳନ: ତିବ୍ଦତ ସୀମାନ୍ତ ହିମଲୁଙ୍ଗ ବେସ୍ କ୍ୟାମ୍ପ୍‌ରୁ ୧୦ ନିଖୋଜ

September 27, 2026

‘ସର୍ଜିକାଲ୍ ଷ୍ଟ୍ରାଇକର ୧୦ ବର୍ଷ’: ‘ମନ କି ବାତ୍’ ରେ ପାକିସ୍ତାନ ବିଷୟରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

September 27, 2026

CJP ନେତା ଆଶୁତୋଷ ରାଙ୍କାଙ୍କୁ ଅଟକ ରଖିଲା ଆସାମ ପୋଲିସ

September 27, 2026
Latest News

ଆଇନ ପରିବର୍ତ୍ତନର ଇଞ୍ଜିନ ଭାବେ କାର୍ଯ୍ୟ କରେ: ଜଷ୍ଟିସ୍ ଶଶିକାନ୍ତ ମିଶ୍ର

September 27, 2026

ନେପାଳରେ ଭୟଙ୍କର ହିମସ୍ଖଳନ: ତିବ୍ଦତ ସୀମାନ୍ତ ହିମଲୁଙ୍ଗ ବେସ୍ କ୍ୟାମ୍ପ୍‌ରୁ ୧୦ ନିଖୋଜ

September 27, 2026

‘ସର୍ଜିକାଲ୍ ଷ୍ଟ୍ରାଇକର ୧୦ ବର୍ଷ’: ‘ମନ କି ବାତ୍’ ରେ ପାକିସ୍ତାନ ବିଷୟରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

September 27, 2026

CJP ନେତା ଆଶୁତୋଷ ରାଙ୍କାଙ୍କୁ ଅଟକ ରଖିଲା ଆସାମ ପୋଲିସ

September 27, 2026

କାନାଡାରେ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୪ ଜଣଙ୍କ ମୃତ୍ୟୁ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.