Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇନ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ମନ୍ଦିର ଗୁଡିକର ଉନ୍ନତିକରଣ ଓ ସଂରକ୍ଷଣ ଉପରେ ଗୁରୁତ୍ଵାରୋପ
ଆଜିର ଖବର

ଆଇନ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ମନ୍ଦିର ଗୁଡିକର ଉନ୍ନତିକରଣ ଓ ସଂରକ୍ଷଣ ଉପରେ ଗୁରୁତ୍ଵାରୋପ

July 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବୁଧବାର ଲୋକସେବା ଭବନ ଠାରେ ଆଇନ ବିଭାଗର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ମନ୍ଦିର ଗୁଡ଼ିକର ଶୃଙ୍ଖଳିତ ରୀତିନୀତି, ପୁରାତନ ମନ୍ଦିର ଗୁଡିକର ଉନ୍ନତିକରଣ ଓ ସଂରକ୍ଷଣ ନେଇ ବିଭିନ୍ନ ବିଷୟରେ ଆଲୋଚ଼ନା କରିଥିଲେ।

ଏହି ବୈଠକରେ ସାଧାରଣ ଲୋକଙ୍କ ଲାଗି ଆବଶ୍ୟକ ସମସ୍ତ ତଥ୍ୟ ଉପଲବ୍ଧ ହେବା ଭଳି ଦେବୋତ୍ତର କମିଶନରଙ୍କ ୱେବ୍ସାଇଟର ଆଧୁନିକୀକରଣ, ଦେବୋତ୍ତର ତଥା ବ୍ୟକ୍ତିଗତ ମାଲିକାନାରେ ଥିବା ମନ୍ଦିର ଗୁଡିକର ସଠିକ ନୀତିକାନ୍ତି, ପର୍ବପର୍ବାଣୀ ଆୟୋଜନ, ମନ୍ଦିର ପରିଚାଳନା ପାଇଁ ସ୍ୱତନ୍ତ୍ର ଅନୁଦାନ, ସତ୍ଵଲିପି ଅନୁଯାଇ ସେବାପୂଜା ଅଧିକାର, ଟ୍ରଷ୍ଟ ବୋର୍ଡର ଦାୟିତ୍ୱ ଓ କର୍ତ୍ତବ୍ୟ, OHRE Act 1951 ର ପ୍ରାବଧାନ ଅନୁସାରେ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଗୁଡିକର ସୁପରିଚାଳନା, ଦେବୋତ୍ତର ନିରୀକ୍ଷକଙ୍କ ଦାୟିତ୍ୱ ଏବଂ ସରକାରୀ କାର୍ଯ୍ୟକୁ ତ୍ୱରିତ ଢଙ୍ଗରେ ଆଗେଇ ନେବା ପାଇଁ ନୂତନ ନିଯୁକ୍ତି ନେଇ ବୈଠକରେ ଆଲୋଚନା ହୋଇଥିଲା।

ତତ୍ ସହିତ ଦେବୋତ୍ତର ବିଭାଗର ଅଧିକାରୀମାନେ ବିଭିନ୍ନ ଅଂଚଳ ଗସ୍ତକରି ରାଜ୍ୟରେ ଥିବା ପୁରାତନ ମନ୍ଦିର ସ୍ଥିତି ସମ୍ପର୍କରେ ତଥ୍ୟ ହାସଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୁଶାସନ,ପାରଦର୍ଶିତା ଏବଂ ଡିଜିଟାଲ ଉନ୍ନତି ପାଇଁ ଗୁରୁତ୍ଵ ଦେଇ ସମସ୍ତ କାର୍ଯ୍ୟକୁ ସମୟବଦ୍ଧତାର ସହ ସମ୍ପାଦନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ନିର୍ଦ୍ଦେଶ ଦେଇଥିଲେ।

ସବୁ ଧାର୍ମିକ ଅନୁଷ୍ଠାନ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ବିଭାଗୀୟ ଅଧକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା, ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ଓ ଭଗବାନ ପ୍ରସାଦ ସାହୁଙ୍କ ସମେତ ଦେବୋତ୍ତର ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଆଇନ ବିଭାଗ ଓଡିଶା ସରକାର ପୃଥ୍ୱୀରାଜ ହରିଚନ୍ଦନ ଲୋକସେବା ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ଘର ଅଗଣାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ!

October 21, 2026

ପୁରୀ-ବାଦାମପାହାଡ଼ ମଧ୍ୟରେ ଗଡ଼ିବ ସିଧା ଟ୍ରେନ୍, ମୟୂରଭଞ୍ଜବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ହେବ ସାକାର

October 21, 2026

iPhone ବ୍ୟବହାରକାରୀଙ୍କ ପାଇଁ ଆସିପାରେ ନୂଆ ପେମେଣ୍ଟ ବିକଳ୍ପ, Apple Payକୁ ମିଳିବ ଚ୍ୟାଲେଞ୍ଜ!

October 20, 2026

CJP ପ୍ରସଙ୍ଗରେ ନବୀନଙ୍କ ସ୍ପଷ୍ଟ ଆଭିମୁଖ୍ୟ : ନବୀନଙ୍କ ଏକ୍ସ ପୋଷ୍ଟକୁ ନେଇ ଚର୍ଚ୍ଚା

October 20, 2026
Latest News

ଘର ଅଗଣାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ!

October 21, 2026

କିଡନୀ ଷ୍ଟୋନ୍ ସମସ୍ୟାରୁ ମୁକ୍ତି ପାଇଁ କିଛି ସହଜ ଘରୋଇ ଉପଚାର

October 21, 2026

ଭାରତ-ଆମେରିକା ଶୀଘ୍ର ହେବ ବାଣିଜ୍ୟ ଚୁକ୍ତି : ମାର୍କୋ ରୁବିଓ

October 21, 2026

ଆୟକର ନିୟମରେ ବଡ଼ ପରିବର୍ତ୍ତନ! TDS ପାଇଁ ଆଉ ୪ଟି ଫର୍ମ ନୁହେଁ, ଗୋଟିଏ ଫର୍ମରେ ହେବ ସବୁ କାମ

October 21, 2026

ଭାରତର ୩ ଶତ୍ରୁ: ଏକଜୁଟ ହେବାକୁ ମୋଦୀଙ୍କ ଆହ୍ୱାନ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.