ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଡବାହାଳ ଉପ୍ରା ବିଦ୍ୟାଳୟରେ ସୋମବାର ଦିନ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟ ଗେଟ୍ ରେ ତାଲା ପକାଇ ଧାରଣାରେ ବସିଥିଲେ ସ୍କୁଲ କମିଟିର ସଭ୍ୟ/ସଭ୍ୟା, ଗ୍ରାମବାସୀ ଓ ଛାତ୍ର ଛାତ୍ରୀ। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀଗୃହ ରହିଥିବା ବେଳେ ମୋଟ୍ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି ୧୮୧ ଜଣ। ବିଦ୍ୟାଳୟରେ ପିଇବା ପାଣି ସମସ୍ୟା ଓ ମଧ୍ୟାହ୍ନ ଭୋଜନରେ ପୋକ, ଭଲରେ ଗୋଟିଏ ଶୌଚାଳୟ ନଥିବାରୁ ଛାତ୍ରଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ସ୍କୁଲ କମିଟି ଓ ଗ୍ରାମବାସୀ ବାରମ୍ବାର ବିଇଓ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ବିଦ୍ୟାଳୟ କତୃପକ୍ଷ ନେଉ ନ ଥିବାରୁ ସୋମବାର ଦିନ ସକାଳୁ ବିଦ୍ୟାଳୟର ମୁଖ୍ୟ ଗେଟ୍ ରେ ତାଲା ପକାଇ ଧାରଣାରେ ସ୍କୁଲ କମିଟି, ଗ୍ରାମବାସୀ ଓ ଛାତ୍ରଛାତ୍ରୀ ବସିଥିଲେ।
ଖବର ପାଇ ପୋଲିସ ଓ ରେଢ଼ାଖୋଲ ବିଡ଼ିଓ ଏବଂ ତହସିଲଦାର ପହଞ୍ଚି ସ୍କୁଲ କମିଟି ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଡାକି ଖାତା ପତ୍ର ଯାଞ୍ଚ କରିବା ସହି ଖାତା ପତ୍ରରେ ଭୁଲ୍ ଥିବା କହିଥିଲେ ଓ ଆଗାମୀ ୭ ଦିନ ଭିତରେ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିବା ସହ ପୁଣି ବିଦ୍ୟାଳୟରେ ପାଠପଢ଼ା ସ୍ୱାଭାବିକ ହୋଇଥିଲା।