Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛତ୍ରପୁରରେ ‘ଗରିବ କଲ୍ୟାଣ ଓ ବିକାଶ ସମାବେଶ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଛତ୍ରପୁରରେ ‘ଗରିବ କଲ୍ୟାଣ ଓ ବିକାଶ ସମାବେଶ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

August 10, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଛତ୍ରପୁର:  ଅପାର ସମ୍ଭାବନାର ଅଞ୍ଚଳ ଗଞ୍ଜାମ ହେଉଛି କଳା, ଦକ୍ଷତା ଏବଂ ପରିଶ୍ରମୀ ଲୋକଙ୍କ ସହର। ଗଞ୍ଜାମ ଜିଲ୍ଲାର ବିକାଶ ନ ହେଲେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ। ଗଞ୍ଜାମର ବ୍ୟବସାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆମକୁ ଯୋଜନା କରିବାକୁ ପଡ଼ିବ। ଗଞ୍ଜାମର ମାନବସମ୍ବଳକୁ ଉପଯୋଗ କରି ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରିବା ପାଇଁ ଆମକୁ ଦାୟିତ୍ୱ ନେବାକୁ ହେବ ବୋଲି ରବିବାର ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଆୟୋଜିତ ‘ଗରିବ କଲ୍ୟାଣ ଓ ବିକାଶ ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅପାର ସମ୍ଭାବନାର ଅଞ୍ଚଳ ଗଞ୍ଜାମ ହେଉଛି କଳା, ଦକ୍ଷତା ଏବଂ ପରିଶ୍ରମୀ ଲୋକଙ୍କ ସହର। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳଦୁଆ ପଡ଼ିଥିଲା କଟକର ଇଦଗା ପଡ଼ିଆରେ। ତେବେ ଏହା ପୂର୍ବରୁ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ଉଦ୍ୟମରେ ରମ୍ଭା ରାଜ ପ୍ରସାଦରେ ପ୍ରଥମ ରମ୍ଭା ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ଆନୁଷ୍ଠାନିକ ସମିତି ଗଠନ ଲାଗି ପ୍ରସ୍ତାବ ଦିଆଯାଇଥିଲା। ଗଞ୍ଜାମର ଲୋକମାନେ ଅଧିକ ଦକ୍ଷ, ଯେଉଁମାନେ ଗୁଜୁରାଟ, ସୁରଟ ସମେତ ବାହାର ରାଜ୍ୟରେ କାମ କରି ସେଠାକାର ଅର୍ଥନୀତିକୁ ବଢାଉଛନ୍ତି। ଦୁଃଖର ବିଷୟ, ଏହି ଜିଲ୍ଲାରୁ ଲମ୍ବା ସମୟ ଧରି ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଗଞ୍ଜାମ ଯେଉଁଠି ପହଞ୍ଚିବା କଥା, ସେଇଠି ପହଞ୍ଚିପାରିନାହିଁ। ପ୍ରତ୍ୟେକ ଘରୁ ଯୁବକମାନେ ନିଜ ମାଆ ଭଉଣୀଙ୍କୁ ଛାଡି, ଭିଟାମାଟିକୁ ତ୍ୟାଗ ଦେଇ ରୋଜଗାର ଆଶାରେ ବାହାରକୁ ଯାଉଛନ୍ତି। ଏହା ହେଉଛି ମୂଳ ପ୍ରଶ୍ନ। ବିନା ଗଞ୍ଜାମ ଜିଲ୍ଲାର ବିକାଶରେ ବିକଶିତ ଓଡ଼ିଶା ହୋଇପାରିବ ନାହିଁ। ଗଞ୍ଜାମର ବ୍ୟବସାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆମକୁ ଯୋଜନା କରିବାକୁ ପଡ଼ିବ। ଆମର ଦାୟିତ୍ୱ ଏହି ଅଞ୍ଚଳରେ ଅଧିକ ରୋଜଗାର ସୃଷ୍ଟି କରିବା। ଏଠାକାର ଶିକ୍ଷା, ଦକ୍ଷତାକୁ ଆଗକୁ ନେବାକୁ ହେବ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି,  ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା କାରଣରୁ ଏଠାରେ ବିଜ୍ଞାନ ଶିକ୍ଷାରେ ଆଗକୁ ନେବା ପାଇଁ ୧୧୦୦ କୋଟି ଟଙ୍କା ବ୍ୟୟରେ ଆଇଜର, ବ୍ରହ୍ମପୁର ପରି ବିଶ୍ୱସ୍ତରୀୟ ଅନୁଷ୍ଠାନ ସ୍ଥାପନା ହୋଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ସହ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରାୟ ୨୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଆଜି IREL (ଇଣ୍ଡିଆ) ଲିମିଟେଡ୍ ଦ୍ୱାରା ଅତ୍ୟାଧୁନିକ ଟେକ୍ନୋଲୋଜି ସାହାଯ୍ୟରେ ପାନୀୟ ଜଳର ଅଭାବକୁ ଦୂର କରିବା ପାଇଁ ଲୁଣ ପାଣିକୁ ମଧୁର ଜଳରେ ପରିଣତ କରିବା ଦିଗରେ ଅଭିନବ ପଦକ୍ଷେପ ନିଆଯାଇଛି। ଏମକେସିଜି ମେଡିକାଲ କଲେଜ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, କଲେଜ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟସ୍, ଖଲ୍ଲିକୋଟ, ଆର୍ମି ଡିଫେନ୍ସ କଲେଜ, କଲେଜ ଅଫ ଫିସରିଜର ଉନ୍ନତି କରି ଗଞ୍ଜାମର ମାନବସମ୍ବଳକୁ ଉପଯୋଗ କରିବା। ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ଛୋଟ ଉଦ୍ୟୋଗ ବା ଏମଏସଏମଇ କ୍ଷେତ୍ରରେ ଯେଉଁମାନେ ନିବେଶ କରିବେ, ସେଥିପାଇଁ ବାହାର ରାଜ୍ୟରେ ରୋଡ୍ ସୋ ହେବ । ଏହି ସମସାମୟିକ ସ୍ଥିତିରେ ଆମର ଯୁବପିଢିମାନେ ଲକ୍ଷ୍ୟ ରଖିବା ଉଚିତ୍, କେବଳ ରୋଜଗାର କରିବା ନାହିଁ ବରଂ ରୋଜଗାର ଦେବା ପାଇଁ ଚେଷ୍ଟା କରିବା। ବୁଣାକାରମାନଙ୍କ ବ୍ୟବସାୟକୁ ବଢାଇବା ସହ ହସ୍ତତନ୍ତ ପୋଷାକର ପୁନଃ ପରିଚୟ ଦେବାକୁ ଦାୟିତ୍ୱ ନେବାକୁ ହେବ।

ଡବଲ ଇଞ୍ଜିନ ସରକାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ବ୍ୟକ୍ତିକୁ ଘର ଦିଆଯାଉଛି । ଓଡ଼ିଶାର ଚାଷୀମାନଙ୍କର ହିତ ପାଇଁ କ୍ୱିଣ୍ଟାଲ ପିଛା କେନ୍ଦ୍ର ସରକାରଙ୍କ ଧାନର ଏମଏସପି ୨୩୦୦ ଟଙ୍କା ଉପରେ ଅଧିକ ୮୦୦ ଟଙ୍କାର ଇନ୍‌ପୁଟ୍ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି। ଚାଷୀଙ୍କ କଲ୍ୟାଣ ନିମନ୍ତେ ପଶୁପାଳନ ଓ ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ସବସିଡି ପ୍ରଦାନ କରାଯାଉଛି। ସୁଭଦ୍ରା ଯୋଜନାରେ ମାଆ ଭଉଣୀମାନଙ୍କୁ ଆର୍ଥିକ ସହାୟତା ଦେଇ ଆତ୍ମନିର୍ଭର କରାଯାଉଛି। ନୂଆ ରାସନ୍ କାର୍ଡ, ପିଏମ ସୂର୍ଯ୍ୟ ଘର ଯୋଜନାରେ ସୋଲାର ପ୍ୟାନେଲ,  ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି।  ଶହୀଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି, ପିଏମ ଶ୍ରୀ ଯୋଜନାରେ ପ୍ରତି ସ୍କୁଲର ବିକାଶ କରାଇବାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ନେଇଛନ୍ତି। ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ତଥା ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣ ପ୍ରଦାନ କରାଯାଇଛି। ଗଞ୍ଜାମରେ ସଡ଼କ, ରେଳ, ବନ୍ଦର ଏବଂ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଗଞ୍ଜାମ, ଗୋପାଳପୁର, ବ୍ରହ୍ମପୁରକୁ ବ୍ୟବସାୟ ଓ ପର୍ଯ୍ୟଟନ ଭିତ୍ତିକ ଅର୍ଥନୀତିରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ମତପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ଓ ଅଞ୍ଚଳର ବିଧାୟକମାନେ ପ୍ରମୁଖ ଯୋଗଦେଇଥିଲେ।

ଗଞ୍ଜାମ ଗରିବ କଲ୍ୟାଣ ଓ ବିକାଶ ସମାବେଶ ଛତ୍ରପୁର ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ: ଗୋଟିଏ ଦିନରେ ୮୯୨ ଟ୍ରେନ୍ ଅଦଳବଦଳ

January 15, 2026

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

January 15, 2026

ପିଏମ୍ ଜନ-ଧନ ଯୋଜନା: ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କଲେ ହିତାଧିକାରୀ

January 15, 2026
Latest News

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ: ଗୋଟିଏ ଦିନରେ ୮୯୨ ଟ୍ରେନ୍ ଅଦଳବଦଳ

January 15, 2026

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

January 15, 2026

ପିଏମ୍ ଜନ-ଧନ ଯୋଜନା: ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କଲେ ହିତାଧିକାରୀ

January 15, 2026

ଏଆଇ-ଆଧାରିତ ଶିକ୍ଷା ସଂସ୍କାର ଉପରେ ଆଲୋଚନାଚକ୍ର

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.