Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକ ରିୟାଲିଟି ଶୋ’ର ମଞ୍ଚରେ ଅତିଥି ବିଚାରକ ଭାବେ ମହାଭାରତର ଦୁର୍ଯ୍ୟୋଧନ
ଆଜିର ଖବର

ଜୀ ସାର୍ଥକ ରିୟାଲିଟି ଶୋ’ର ମଞ୍ଚରେ ଅତିଥି ବିଚାରକ ଭାବେ ମହାଭାରତର ଦୁର୍ଯ୍ୟୋଧନ

August 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୀ ସାର୍ଥକରେ ଗତ ୯ ଅଗଷ୍ଟରୁ ପ୍ରସାରିତ ହେଉଥିବା ଓଡିଶାର ବଡ଼ ରିୟାଲିଟି ଶୋ’ “ଓଡ଼ିଶାର ବେଷ୍ଟ ସିନେ ଷ୍ଟାର ର ଖୋଜ୍” ମଞ୍ଚରେ ମୁମ୍ବାଇ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ତଥା ଭାରତର ସବୁଠାରୁ ବଡ଼ ଧାରାବାହିକ ମହାଭାରତର ଦୁର୍ଯ୍ୟୋଧନ ଓରଫ ପୁନିତ ଇଶାର ଅତିଥି ବିଚାରକ ଭାବେ ଯୋଗଦେଇଛନ୍ତି। ଓଡ଼ିଶାରେ କୋଣ ଅନୁକୋଣରେ ଅନେକ ଟ୍ୟାଲେଣ୍ଟେଡ କଳାକାର ଅଛନ୍ତି ଏବଂ ଆହୁରି ଅଧିକ ନବୀନ କଳାକାର ସୃଷ୍ଟି କରିବା ପାଇଁ ଜୀ ସାର୍ଥକ ଯେଉଁ ପ୍ଲାଟଫର୍ମ ଯୋଗାଇଦେଉଛି। ସେଥିପାଇଁ ଚ୍ୟାନେଲକୁ ସାଧୁବାଦ ଜଣାଇଥିଲେ ପୁନିତ। ଅଧିକ ପରିଶ୍ରମ କଲେ ନିଶ୍ଚିତ ଭାବେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ ବୋଲି ସେ ମତ ଦେଇଥିଲେ। ସାରା ଭାରତରେ ଅନେକ ରିୟାଲିଟି ଶୋ ଚାଲିଛି ହେଲେ ଆମ ଆଞ୍ଚଳିକ ଚ୍ୟାନେଲ ମାନଙ୍କରେ ମଧ୍ୟ ଉଚ୍ଚକୋଟିର ରିୟାଲିଟି ଶୋ ହେଉଛି ଏବଂ ଯୁବପିଢ଼ି ମନୋରଞ୍ଜନ ଦୁନିଆ ପ୍ରତି ଆକର୍ଷିତ ହୋଇ ନିଜର କ୍ୟାରିୟର ଗଢିବାରେ ଲାଗି ପଡ଼ୁଛନ୍ତି।

ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକର ଗୋଟିଏ ପରେ ଗୋଟିଏ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଦର୍ଶକଙ୍କ ମନ ଜିତିଛି। ସେହିପରି “ଓଡ଼ିଶାର ବେଷ୍ଟ ସିନେଷ୍ଟାର ର ଖୋଜ” ହେଉଛି ଏକ ଅନନ୍ୟ ପ୍ରତିଭା ଖୋଜିବାର ପ୍ରୟାସ ଯାହା ଓଡ଼ିଶାର ପରବର୍ତ୍ତୀ ବଡ଼ ଅଭିନେତାକୁ ପରିଚୟ ଦେବ। ଏହି ରିଆଲିଟି ଶୋ ରେ ଆଶାୟୀ ଯୁବ ଅଭିନେତା ଓ ଅଭିନେତ୍ରୀମାନେ ସେମାନଙ୍କର ବହୁମୁଖୀ ଅଭିନୟ, ସ୍କ୍ରିନରେ ଉପସ୍ଥିତି ଏବଂ ଷ୍ଟାର ଶକ୍ତି ମାଧ୍ୟମରେ – ଠିକ୍ ବଡ ପରଦାରେ ପ୍ରକୃତ ନାୟକ ଏବଂ ନାୟିକାମାନଙ୍କ ପରି ବିଭିନ୍ନ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦୀତା କରି ଆଗାମୀ ସୁପରଷ୍ଟାର ହେବା ପାଇଁ ନିଜର ଦାବିଦାରି ଉପସ୍ଥାପନ କରୁଛନ୍ତି।

ତେବେ ଚଳିତ ବର୍ଷ ବଡ଼ ଧୁମଧାମ ସହିତ ଆୟୋଜିତ ହୋଇଛି ଏହି ରିୟାଲିଟି ଶୋ। ନାଟକୀୟ ଦୃଶ୍ୟଠାରୁ ଆରମ୍ଭ କରି କମେଡି ଡ୍ରାମା ସହ ଆକ୍ସନ ସିକ୍ୱେନ୍ସ ପର୍ଯ୍ୟନ୍ତ ନିଜର ସବୁ ପ୍ରକାର ପ୍ରତିଭା ଦ୍ୱାରା ଏହି ମଞ୍ଚକୁ ଜୀବନ୍ତ କରିବେ। ପ୍ରତିଯୋଗୀମାନେ ବିଭିନ୍ନ ପର୍ଯ୍ୟାୟରେ ନିଜର କଳା ପ୍ରଦର୍ଶନ କରିବେ ଓ ଶେଷ ପର୍ଯ୍ୟାୟରେ ଅର୍ଥାତ ଗ୍ରାଣ୍ଡ ଫିନାଲେରେ ଜଣେ ଅଭିନେତା ଓ ଅଭିନେତ୍ରୀ ବିଜୟୀ ମୁକୁଟ ପିନ୍ଧିବେ ଯିଏ ପାଇବେ ବଡ ସ୍କ୍ରିନକୁ ପ୍ରବେଶ କରିବାର ବଡ ସୁଯୋଗ । ସେମାନଙ୍କୁ ଆଗାମୀ ଜୀ ସାର୍ଥକ ଫିଲ୍ମସ ଓ ମ୍ୟୁଜିକ ଭିଡିଓରେ ମୁଖ୍ୟ କଳାକାର ଭାବରେ ଲଞ୍ଚ ହେବେ।

ଏହି ରିୟାଲିଟି ଶୋ ରେ ବିଚାରକ ଭାବରେ ଓଲିଉଡ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଶ୍ରୀତମ, ଲିପି ଏବଂ ନମ୍ରତା ଥାପ୍ପା ନଜର ଆସିବେ ଓ ଉପସ୍ଥାପନା କରିବେ ଅଭିନେତ୍ରୀ ଅନନ୍ୟା ଏବଂ ଅଭିନେତା ରଞ୍ଜନ। ପ୍ରତ୍ୟେକ ଶନିବାର ଓ ରବିବାର, ରାତି ୯:୩୦ରୁ କେବଳ ଜୀ ସାର୍ଥକରେ ଦର୍ଶକ ଦେଖିପାରିବେ।

ଓଡ଼ିଶାର କଳା ଓ ସ୍ଥାପତ୍ୟ ଓ ଅଭିନୟକୁ ଆଗକୁ ନେବା ପାଇଁ ଜୀ ସାର୍ଥକ ସବୁବେଳେ ଚେଷ୍ଟାରତ, ତେଣୁ ଆମ ସହିତ ଯୋଡି ହୋଇ ରୁହନ୍ତୁ ଓ ଚ୍ଯାନେଲର ଏହି ପ୍ରୟାସକୁ ଆଉ ପାଦେ ଆଗକୁ ନେବା ପାଇଁ ଅନୁରୋଧ କରିଛନ୍ତି ଚ୍ୟାନେଲ କର୍ତ୍ତୁପକ୍ଷ।

ଜୀ ସାର୍ଥକ ମହାଭାରତ ମୁମ୍ବାଇ ରିୟାଲିଟି ଶୋ
Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରପତି ମାକ୍ରନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

September 6, 2025

ସମ୍ବଲପୁରରେ ନୂଆଁଖାଇ ଭେଟଘାଟ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ…

September 6, 2025

ଶ୍ରୀମନ୍ଦିର କଣ ସରକାରଙ୍କ ଖେଳଘର? ଏମିତି କାହିଁକି ପ୍ରଶ୍ନ କଲା କଂଗ୍ରେସ

September 6, 2025

ଭଞ୍ଜନଗର ପୋଲିସ୍ ଦ୍ଵାରା ୧୩ କିଲୋରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ: ୨ ବେପାରୀ ଗିରଫ

September 6, 2025
Latest News

ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ

September 6, 2025

ରାଷ୍ଟ୍ରପତି ମାକ୍ରନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

September 6, 2025

ସମ୍ବଲପୁରରେ ନୂଆଁଖାଇ ଭେଟଘାଟ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ…

September 6, 2025

ଶ୍ରୀମନ୍ଦିର କଣ ସରକାରଙ୍କ ଖେଳଘର? ଏମିତି କାହିଁକି ପ୍ରଶ୍ନ କଲା କଂଗ୍ରେସ

September 6, 2025

ଭଞ୍ଜନଗର ପୋଲିସ୍ ଦ୍ଵାରା ୧୩ କିଲୋରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ: ୨ ବେପାରୀ ଗିରଫ

September 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.