Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆଇଟି ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଆଇଆଇଟି ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

August 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
IIT DELHI
ଆଇଆଇଟି ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଆଇଆଇଟି ଦିଲ୍ଲୀ ପରିଦର୍ଶନ କରିବା ସହ ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚଡ଼ି ଛାତ୍ରଛାତ୍ରୀ, ଉଦ୍ଭାବକ ଏବଂ ଗବେଷକଙ୍କ ସହିତ ଆଲୋଚନା କରିଛନ୍ତି । ଏହାବ୍ୟତୀତ ଶ୍ରୀ ପ୍ରଧାନ ପୃଥକ ଭାବରେ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନସିଟିଇ)ର ୩୧ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶିକ୍ଷକ ସମୁଦାୟକୁ ସମ୍ବୋଧନ କରିଛନ୍ତି।

ଆଲୋଚନା ସମୟରେ ଶ୍ରୀ ପ୍ରଧାନ ଚଳିତ ବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣରେ ଦେଇଥିବା ଦୃଷ୍ଟିକୋଣ ସହିତ ସ୍ୱାବଲମ୍ବୀ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଦେଶକୁ ଆତ୍ମନିର୍ଭର କରିବା ଦିଗଗୁଡ଼ିକ ଉପରେ ଛାତ୍ରଛାତ୍ରୀଙ୍କ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ। ଜାତୀୟ ପ୍ରାଥମିକତାକୁ ଗୁରୁତ୍ୱ ଦେବା ଦିଗରେ ସାମୂହିକ ଉଦ୍ୟମ କରିବା ତଥା ୨୦୪୭ ସୁଦ୍ଧା ‘ସମୃଦ୍ଧ ଭାରତ’ର କଳ୍ପନାକୁ ପୂରଣ କରିବା ଉପରେ ମତପ୍ରକାଶ କରିଥିଲେ ଶ୍ରୀ ପ୍ରଧାନ। ଛାତ୍ରଛାତ୍ରୀମାନଙ୍କ ସ୍ୱପ୍ନ ଓ ଆକାଂକ୍ଷା, ଗବେଷଣାର କ୍ଷେତ୍ର ଉପରେ ପଚାରି ବୁଝିଥିଲେ। ଏହା ସହିତ ଦକ୍ଷତା ବୃଦ୍ଧି ଏବଂ ନବସୃଜନର ସ୍ପିରିଟକୁ ଆଗକୁ ବଢାଇବା ଦିଗରେ ଶ୍ରୀ ପ୍ରଧାନ ନିଜର ମତପ୍ରକାଶ କରିଥିଲେ।

ସେ କହିଥିଲେ ଆମର ଆଇଆଇଟି ଗୁଡ଼ିକ ଆତ୍ମନିର୍ଭର ଭାରତର ମୂଳଦୁଆ ହେବ। ଆମର ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଏବଂ ଭାରତକୁ ସମାଧାନର ଏକ ବିଶ୍ୱ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ସରକାର ଭାରତର ଉଦ୍ଭାବକ ଏବଂ ଗବେଷକଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗରେ ଆମର ପ୍ରତିଭାବାନ ଯୁବଶକ୍ତି ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଉଦ୍ୟମିତାର ନୂଆ ନିୟମ ଲେଖିବେ ଏବଂ ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ନିର୍ମାଣ କରିବାରେ ବଡ ଯୋଗଦାନ ରଖିବେ। ଆମ ଯୁବପିଢ଼ିଙ୍କ ପ୍ରତିଭା ଏବଂ ସଂକଳ୍ପ ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ସୁଦୃଢ଼ କରିବା ସହିତ ପ୍ରଯୁକ୍ତିବିଦ୍ୟା ଏବଂ ଆର୍ଥିକ ସାର୍ବଭୌମତ୍ୱକୁ ବୃଦ୍ଧି କରିବାର ପଥ ପ୍ରଶସ୍ତ କରିବ। ଶ୍ରୀ ପ୍ରଧାନ ଆଇଆଇଟି, ଦିଲ୍ଲୀରେ ଛାତ୍ରଛାତ୍ରୀମାନଙ୍କ ସହ ସକାଳ ଜଳଖିଆ କରିଥିଲେ। ଏହି ଆଲୋଚନା କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ବିଭାଗର ସଚିବ ଡକ୍ଟର ବିନୀତ ଯୋଶୀ, ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ପ୍ରଫେସର ରଙ୍ଗନ ବାନାର୍ଜୀ, ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ଦିଲ୍ଲୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅପରପକ୍ଷରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦର ୩୧ତମ ପ୍ରତିଷ୍ଠା ଦିବସରେ କହିଛନ୍ତି ଯେ ଶିକ୍ଷକମାନେ ଆମ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରୁଛନ୍ତି। ନବନସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିରନ୍ତର ଦକ୍ଷତା ବିକାଶ ଉପରେ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି। ଜାତୀୟ ଶିକ୍ଷା ନୀତି ଅନୁସାରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରି ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ବର୍ତ୍ତମାନର ଟେକ୍ନୋଲୋଜି ଦୁନିଆ ସହ ଯୋଡ଼ିବା ଆମର ଲକ୍ଷ୍ୟ ରହିଛି। ଶିକ୍ଷକମାନେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥାନ୍ତି। ଏକବିଂଶ ଶତାବ୍ଦୀରେ ଭାରତ ଆଗକୁ ବଢ଼ୁଥିବା ବେଳେ ଶିକ୍ଷକମାନେ ଭବିଷ୍ୟତର ସୁଯୋଗର ମାନଚିତ୍ର ପ୍ରସ୍ତୁତ କରିବା ଏବଂ ଆମ ଯୁବପିଢ଼ି ଅଭିବୃଦ୍ଧି କାହାଣୀର ନେତୃତ୍ୱ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ସେହିପରି ଛାତ୍ରଛାଛାତ୍ରୀମାନଙ୍କୁ ସ୍ୱାକ୍ଷରତା ଓ ପରିସଂଖ୍ୟାନର ପାଠପଢାକୁ ବୁଝିବା ଭଳି ଶିକ୍ଷା ଦେବା ଦରକାର ବୋଲି ସେ କହିଛନ୍ତି।

ଆଇଆଇଟି ଦିଲ୍ଲୀ ଆତ୍ମନିର୍ଭର ଭାରତ ଇନୋଭେସନ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.