ରଣପୁର: ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ଉପ-ନିର୍ଦ୍ଦେଶକ ସୁଶ୍ରୀ ସଙ୍ଗୀତା ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବନଲତା ବେହେରା ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ସେମାନେ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସହିତ ଆଲୋଚନା କରି ଶିକ୍ଷାର ଗୁଣତ୍ତ୍ୱ, ନିପୁଣ ଭାରତ କାର୍ଯ୍ୟକ୍ରମର ପ୍ରଗତି, ଆସ ସ୍କୁଲ କାର୍ଯ୍ୟକ୍ରମ ଯିବା କାର୍ଯ୍ୟକ୍ରମର ପ୍ରଗତି, ଶିକ୍ଷାଦାନ ସମୟରେ ଶିକ୍ଷଣ ସାମଗ୍ରୀ ବ୍ୟବହାର, ମଧ୍ୟାହ୍ନ ଭୋଜନର ମାନ ଆଦିକୁ ସମୀକ୍ଷା କରିଥିଲେ।
ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ନୟାଗଡ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେଉଥିବା ‘ଦୀପା’ କମ୍ପ୍ୟୁଟର ପ୍ରୋଗ୍ରାମ ସମ୍ବନ୍ଧରେ ମଧ୍ୟ ତଦାରଖ କରିଥିଲେ। ଏହା ସହିତ ମାଳ ଜାମୁଗଣ୍ଡ ଅଞ୍ଚଳକୁ ଯାଇ ଶିକ୍ଷକ ମିହିର କୁମାର ଭୂୟାଁ ଙ୍କ ସହିତ ବିଦ୍ୟାଳୟର ସୁବିଧା ଅସୁବିଧା ସମ୍ପର୍କ ରେ ଆଲୋଚନା କରିଥିଲେ।
ପରିଦର୍ଶନ ସମୟରେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ, ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିରିଜାକାନ୍ତ ମହାପାତ୍ର, ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ଅଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଉଚ୍ଚ ଅଧିକାରୀମାନଙ୍କ ଏହି ପରିଦର୍ଶନରୁ ବିଦ୍ୟାଳୟର ଶିକ୍ଷାମାନ ସୁଧାର ଓ ପିଲାଙ୍କ ସାର୍ବଜନୀନ ଉନ୍ନତି ପାଇଁ ସକାରାତ୍ମକ ପରିଣାମ ଆସିବ ବୋଲି ଆଶା କରାଯାଉଛି।