Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡି ଛାଡିବେ ବରିଷ୍ଠ ନେତା ଭୂପିନ୍ଦର ସିଂ, ପାଣ୍ଡିଆନଙ୍କୁ ମାରିଲେ ତେରଚ୍ଛା ବାଣ
ଆଜିର ଖବର

ବିଜେଡି ଛାଡିବେ ବରିଷ୍ଠ ନେତା ଭୂପିନ୍ଦର ସିଂ, ପାଣ୍ଡିଆନଙ୍କୁ ମାରିଲେ ତେରଚ୍ଛା ବାଣ

September 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡି ଛାଡିବେ ବରିଷ୍ଠ ନେତା
ବିଜେଡି ଛାଡିବେ ବରିଷ୍ଠ ନେତା ଭୂପିନ୍ଦର ସିଂ, ପାଣ୍ଡିଆନଙ୍କୁ ମାରିଲେ ତେରଚ୍ଛା ବାଣ

ଭୁବନେଶ୍ବର: ଖୁବ ଶିଘ୍ର ବିଜେଡି ଛାଡିବେ ବରିଷ୍ଠ ନେତା ଭୂପିନ୍ଦର ସିଂହ। ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଜେଡି ପୂର୍ବ ପରି ଯେପରି କାର୍ଯ୍ୟ କରିବା କଥା ତାହା କରୁ ନାହିଁ। ଲୋକେ ବର୍ତ୍ତମାନ ମଧ୍ୟ ଭାବୁଛନ୍ତି ବିଜେଡି ବିଜେପି ଏକ। ଦଳ ତରଫରୁ ଯେଉଁ ନିଷ୍ପତି ନିଆଯାଉଛି ତାହା ବିଜେଡି ବିଜେପି ସଂପର୍କ ଅଛି ବୋଲି ଜଣା ପଡୁଛି। ତାହା ଠିକ ନୁହେଁ ବୋଲି ଭୂପିନ୍ଦର ସିଂହ କହିଛନ୍ତି।

ସେହିପରି ସେ ଆହୁରି କହିଛନ୍ତି ଯେ, ଦଳ ଭିତରେ ଦଳଗତ ନିଷ୍ପତି ନେବା କଥା, ହେଲେ ବର୍ତ୍ତମାନ ତାହା ଜଣଗତ ନିଷ୍ପତି ହେଉଛି। ଘରର ମୁରବି ଯେତେବେଳେ କୌଣସି ନିଷ୍ପତି ଗ୍ରହଣ କରନ୍ତି ସେତେବେଳେ ସେ ସମସ୍ତଙ୍କ ମତ ନିଅନ୍ତି। ହେଲେ ବିଜେଡିରେ ତାହା କରାଯାଉ ନାହିଁ। ଏପରି କହି ଭୂପିନ୍ଦର ପାଣ୍ଡିଆନଙ୍କୁ ତେରଚ୍ଛା ବାଣ ମାରିଛନ୍ତି।

ସେ କହିଛନ୍ତି ଯେ, ଗତ ନିର୍ବାଚନ ପରଠାରୁ ବିଜେଡି ସଂସଦୀୟ ଦଳରେ କଣ ଆଭିମୁଖ୍ୟ ତାହା ଜଣାପଡୁ ନାହିଁ। ସେମାନେ କିଏ କେତେବେଳେ କଣ ନିଷ୍ପତି ନେଉଛନ୍ତି ତାହା ସ୍ପଷ୍ଟ ନୁହେଁ। ଫଳରେ ଲୋକେ ଦଳର ଏପରି ନିଷ୍ପତି ଉପରେ ସନ୍ଦେହ ପ୍ରକାଶ କଲେଣି। ବିଜେଡି ମୁଖ୍ୟ ବିରୋଧୀ ହୋଇଥିଲେ ମଧ୍ୟ ଯେମିତି ବିରୋଧ କରିବା କଥା ତାହା ହୋଇପାରୁ ନାହିଁ ବୋଲି ଭୂପିନ୍ଦର କହିଛନ୍ତି।

ତେବେ ଏହି ସାମ୍ବିଦିକ ସମ୍ମିଳନୀରେ ଭୂପିନ୍ଦର କଂଗ୍ରେସକୁ ବେଶ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବିଜେଡି ମୁଖ୍ୟ ବିରୋଧୀ ଭୂମିକା ନ ନେବାରୁ ଲୋକେ ଏବେ କଂଗ୍ରେସକୁ ମୁଖ୍ୟ ବୋଲି ଭାବି ସାରିଲେଣି। ଅନ୍ୟ ପକ୍ଷରେ କଂଗ୍ରେସ ବର୍ତ୍ତମାନ ସର୍ବ ଭାରତୀୟ ସ୍ତରରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଏହାର ଗ୍ରାଫ ଉପରକୁ ଉଠିବାରେ ଲାଗିଛି। ରାଜ୍ୟରେ ମଧ୍ୟ ସେହି ହିସାବରେ କଂଗ୍ରେସ ଉପରକୁ ଉଠିବାରେ ଲାଗିଛି।

ଭୂପିନ୍ଦର ସିଂ 2014 ମସିହାରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ଦଳ ତାଙ୍କୁ ରାଜ୍ୟସଭା ପଠାଇଥିଲା। 2019 ମସିହାରେ ବିଜେଡି ତାଙ୍କୁ ତାଙ୍କର ପାରଂପାରିକ ଆସନ ନର୍ଲାରେ ଛିଡା କରାଇଥିଲା। ସେ ସେଠାରୁ ଜିତିଥିଲେ। ହେଲେ 2024 ମସିହାରେ ତାଙ୍କୁ ଦଳ ଟିକେଟ ଦେଇ ନ ଥିଲା। ତେବେ ବିଜେଡି ପୂର୍ବରୁ ସେ 2009 ମସିହାରେ କଂଗ୍ରେସରେ ସେଠାରୁ ଜିତି ବିରୋଧୀ ଦଳର ନେତା ହୋଇଥିଲେ।

Bhupinder Singh ବିଜେଡି ଛାଡିବେ ବରିଷ୍ଠ ନେତା ଭୂପିନ୍ଦର ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026

ଆମ ଆଦମୀ ପାର୍ଟିର ଆଶାକୁ ଝଟକା!: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ସ୍ଥଳରେ ପହଞ୍ଚିଲେ ଅଖିଳେଶ ଯାଦବ

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.