Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାସନ ଏବଂ ନାଗରିକ ସେବାକୁ ସଶକ୍ତ କରିବା ପାଇଁ ଓଡିଶାରେ ଏଆଇ ବୁଟ୍ କର୍ମଶାଳା
ଆଜିର ଖବର

ଶାସନ ଏବଂ ନାଗରିକ ସେବାକୁ ସଶକ୍ତ କରିବା ପାଇଁ ଓଡିଶାରେ ଏଆଇ ବୁଟ୍ କର୍ମଶାଳା

September 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
AI Boot Camp
Odisha Hosts AI Boot Camp to Empower Governance and Citizen Services

ଭୁବନେଶ୍ଵର: ରାଜ୍ୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡିଶା ଦ୍ଵାରା ଏହାର ଭୁବନେଶ୍ଵର ସ୍ଥିତ ମୁଖ୍ୟାଳୟରେ ଏକ କୃତ୍ରିମ ବୁଦ୍ଧିମତ୍ତା ସଚେତନତା କର୍ମଶାଳା ଉଦ୍ଘାଟିତ ହୋଇ ଯାଇଛି। ଏହି କର୍ମଶାଳାରେ ଓଡିଶା ସରକାରଙ୍କର ବିଭିନ୍ନ ବିଭାଗ ଏବଂ ସଂଗଠନରୁ ଶତାଧିକ ଅଧିକାରୀ ଯୋଗ ଦେଇଥିଲେ।

କର୍ମଶାଳାକୁ ଓଡିଶା ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ତଥା ଯୋଜନା ଓ ସଂଯୋଜନ ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉଦ୍ଘାଟନ କରି କୃତ୍ରିମ ବୁଦ୍ଧିମତ୍ତା ତଥା ଅନ୍ୟ କେତେକ ଟେକ୍ନୋଲୋଜି ରାଜ୍ୟରେ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ପ୍ରକାଶ କରିଥିଲେ। ଏହା ଦ୍ୱାରା ବିଭିନ୍ନ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରିତା କିଭଳି ଅଧିକ ତ୍ୱରାନ୍ନିତ ହୋଇପାରିବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ। କୃତ୍ରିମ ବୁଦ୍ଧିମତ୍ତାକୁ ବ୍ୟବହାର କରି ନୋଟିଂ, ଡ୍ରାଫ୍ଟିଙ୍ଗ ଭଳି ଦୈନଦିନ ସରକାରୀ କାର୍ଯ୍ୟକୁ ସହଜରେ କରାଯାଇ ପାରିବ ବୋଲି ସେ ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହିତ ଏଆଇର ଉପଯୋଗ କରି ଶାସନ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦିଲ୍ଲୀ ସ୍ଥିତ ରାଜ୍ୟ ସୂଚନା ବିଜ୍ଞାନ କେନ୍ଦ୍ର ମୁଖ୍ୟାଳୟର ଉପ ମହାନିର୍ଦ୍ଦେଶକ ତଥା ଓଡିଶା ରାଜ୍ୟ ସଂଯୋଜକ ଟିମୋଥୀ ଦଖର କୃତ୍ରିମ ବୁଦ୍ଧିମତ୍ତା ଉପରେ ନିଜର ଅନୁଭୂତିକୁ ବିଶେଷ ଭାବରେ ଉପସ୍ଥାପନ କରିବା ସହିତ ଏହାର ଆଇନଗତ, ଗୋପନୀୟତା, ପାରଦର୍ଶିତା, ସାମାଜିକ, ନୈତିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ। ଓଡିଶା ଏନ୍.ଆଇ.ସି.ର ଉପ ମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ. ଅଶୋକ କୁମାର ହୋତା ନିଜର ସ୍ଵାଗତ ଭାଷଣରେ କର୍ମଶାଳାର ଆଭିମୁଖ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ଏବଂ ଭବିଷ୍ୟତରେ ଏହିପରି ଅଧିକ କର୍ମଶାଳା ଓଡିଶା ସରକାରଙ୍କର ଅଧିକାରୀମାନଙ୍କ ପାଇଁ କରାଯିବାର ଯୋଜନା ରହିଛି ବୋଲି ପ୍ରକାଶ କରିଥିଲେ। ଅନୁଷ୍ଠାନର ସମସ୍ତ ବୈଜ୍ଞାନିକ, ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ତଥା କର୍ମଚାରୀମାନେ ଏଥିରେ ଉତ୍ସାହପୂର୍ବକ ଯୋଗଦାନ କରିଥିଲେ।

ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା କୃତ୍ରିମ ବୁଦ୍ଧିମତ୍ତା ସଂପର୍କିତ ଏକ ପ୍ରଚାର ପୁସ୍ତିକା ଉନ୍ମୋଚିତ ହୋଇଥିଲା। ପରିଶେଷରେ ଏନ୍.ଆଇ.ସି.ରେ ନବୀକରଣ କରାଯାଇଥିବା ପ୍ରଶିକ୍ଷଣ କେନ୍ଦ୍ରକୁ ଅତିଥିମାନେ ଉଦ୍ଘାଟନ କରିଥିଲେ। ଅତିରିକ୍ତ ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ. ପବିତ୍ରାନନ୍ଦ ପଟ୍ଟନାୟକ ଧନ୍ୟବାଦ ଦେଇଥିବା ବେଳେ ପ୍ରଶିକ୍ଷଣ ବିଭାଗ ମୁଖ୍ୟ ଜୟନ୍ତ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

AI Boot Camp Citizen Services Empower Governance କୃକୃତ୍ରିମ ବୁଦ୍ଧିମତ୍ତା ସଚେତନତା କର୍ମଶାଳା
Share. Facebook Twitter LinkedIn Email WhatsApp Copy Link

Related Posts

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.