ଭାଇ, କାଲି ରାତିରେ ମୁଁ ଗୋଟିଏ ସ୍ୱପ୍ନ ଦେଖିଲି କି ମୋ ମୋବାଇଲରେ ଗୋଟେ SMS ଆସିଛି —
ଯେ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ମୋ ବ୍ୟାଙ୍କ ଏକାଉଣ୍ଟରେ ଡିପୋଜିଟ ହୋଇଛି —
ମୁଁ ଖୁବ ଖୁସିରେ ଡେଇଁ ଡେ ଇଁ ବହାରକୁ ଆସିଲି –
ସମସ୍ତଙ୍କୁ କହିଲି —
ଦେଖ ଭାଇ ଦେଖ
ଅଚ୍ଛେ ଦିନ ଆସିଗଲା
ମୋ ଏକାଉଣ୍ଟକୁ ପଚାଶ ଲକ୍ଷ ଆସିଗଲା —
ମୋ ଘରର ଅନ୍ୟମାନେ କହିଲେ
ବେଶି ଡିଆଁ ମାରନା
ଆମ ସମସ୍ତଙ୍କ ଖାତାରେ ବି ୫୦ ଲକ୍ଷ ଆସିଛି —
ମୋ ରାଣ, ଭାରି ଦୁଃଖ ଲାଗିଲା **
ଭାବିଲି ଯାଏଁ ସାଙ୍ଗଙ୍କୁ କହିବି —
ସାଙ୍ଗ କହିଲେ, ସେତିକି ଖୁସି ଥାଉ
ଆମ ଖାତାରେ ମଧ୍ଯ ପଚାଶ ଲକ୍ଷ ଆସିଛି —
ମୋର ସବୁ ଖୁସି ମାଟିରେ ମିଶିଗଲା
ପୁଣି ଭାବିଲି – ଦୋକାନକୁ ଯାଇ କିଛି ଜିନିଷ ନେଇଆସେ —
** ଭାଇ, ଗୋପାଳଭାଇ ଦୋକାନ କାହିଁକି ବନ୍ଦ ଅଛି ?
ଜଣେ କହିଲା – ଗୋପାଳ ଭାଇ ଦୋକାନ ବନ୍ଦ କରିଦେଲେ
ଏବେ ସେ ଦୋକାନ କାହିଁକି କରିବ ?
ତା ଖାତାକୁ ୫୦ ଲକ୍ଷ ଆସିଯାଇଛି *
ପୁଣି ଭାବିଲି, ସପିଙ୍ଗ ମଲକୁ ଯିବା –
ସେଠି ଦେଖିଲି ମଲ ଓ ସବୁ ଦୋକାନ ବନ୍ଦ
ସମସ୍ତଙ୍କୁ ୫୦ ଲକ୍ଷ ମିଳି ଯାଇଛି —-
ଏଥର ଭାବିଲି ହୋଟେଲ ଯାଇ ମନପସନ୍ଦର ପେଟପୁରା ଖାଇବା —
ସେଠି ଦେଖିଲି ହୋଟେଲ ପୁରା ଖାଲି – ସିକୁରୀଟି ଗାର୍ଡ ମଧ୍ୟ ନାହିଁ, ସେ ବି ୫୦ ଲକ୍ଷ ପାଇ ଧନୀ ହୋଇ ଯାଇଛି –
ବଜାର ଗଲି —
ଠେଲାଵାଲା, ଚା ଵାଲା, ଜୁସଵାଲା, ପରିବାବାଲା ସମସ୍ତେ କାମଛାଡ଼ି ବ୍ୟାଙ୍କକୁ ଯାଇଛନ୍ତି ଟଙ୍କା ଉଠାଇବାକୁ–
କାରଣ କାମ କରିବାର ଆଉ ଆବଶ୍ୟକତା ନ ଥିଲା, ସମସ୍ତେ ଧନୀ ହୋଇ ସାରିଥିଲେ —
ସହର ବାହାରକୁ ଗଲି
ସବୁ ଫେକ୍ଟ୍ରି ବନ୍ଦ
ସବୁ କର୍ମଚାରୀଙ୍କୁ ପଚାଶ ଲକ୍ଷ ମିଳିଯାଇଛି – ସମସ୍ତେ ନାଚଗୀତରେ ମସଗୁଲ ଅଛନ୍ତି
ଆଛାଦିନ ଆସିଗଲା
ଅଚ୍ଛାଦିନ ଆସିଗଲା **
ବିଲଆଡେ ଗଲି —
କେହି ବିଲକୁ ଆସିନାହାନ୍ତି
ଗାଈଗୋରୁ ଆରାମରେ ପନିପରିବା ଧାନ ଆଦି ଖାଉଛନ୍ତି
ଜଣେ ଭାଇ ଦେଖାହେଲା , କହିଲା
ଆମକୁ ଆଉ ଖରାବର୍ଷାରେ ଖଟିବାକୁ ପଡିବନି
ଆମେସବୁ ଧନୀ ହୋଇଯାଇଛୁ -/
** ମେଡିକାଲ ଗଲି
ଡାକ୍ତର ସବୁ ତାସ ଖେଳିବାରେ ବ୍ୟସ୍ତ ଥିଲେ
ଆଉ ଆମର ଚିକିତ୍ସା କରିବା ଦରକାର ନାହିଁ —
ପଚାଶ ଲକ୍ଷ ଟଙ୍କା ଢେର ବଞ୍ଚିବା ପାଇଁ **
ପାଞ୍ଚ ଦିନ ପରେ —–
ଖବର ମିଳିଲା ଲୋକେ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି
କାରଣ —
ବିଲରୁ ପନିପରିବା ଆସୁନାହିଁ
ରାସନ ଦୋକାନ ବନ୍ଦ
ହୋଟେଲ ଜଳଖିଆ ଦୋକାନ ବନ୍ଦ
ଲୋକେ ଚିକିତ୍ସା ଅଭାବରୁ ସଡୁଛନ୍ତି –
ଡାକ୍ତର ସବୁ ଛୁଟିରେ —-
ପଶୁ ଭୋକରେ ମରୁଛନ୍ତି
ପିଲା ଭୋକରେ କାନ୍ଦୁଛନ୍ତି, ଗାଈ କ୍ଷୀର ଦେଉନାହାନ୍ତି ——
ଲୋକମାନେ ବିଡା ବିଡା ନୋଟ ଧରି ରାସ୍ତାରେ ଧାଁ ଦଉଡ଼ ହେଉଛନ୍ତି — ଭାଇ ଦି ହଜାର ନେ, ମୋତେ ଅଧ ଲିଟର କ୍ଷୀର ଦେ – ଦି ଦିନ ହେଲା ପିଲାଟା କିଛି ଖାଇନାହିଁ —
ଦଶ ଦିନ ପରେ ଲୋକମାନେ ମରିବାକୁ ଲାଗିଲେ —
କିଛିଲୋକ ଟଙ୍କା ବ୍ୟାଗ ଧରି ବଜାରରେ ବୁଲୁଛନ୍ତି, ଲକ୍ଷେ ନେ ୫ କିଲୋ ଚାଉଳ ଦେ – ଚାରିଦିନ ହେଲା କିଛି ଖାଇନାହୁଁ, ଘରେ ଯାହା ଥିଲା ସବୁ ଶେଷ –/
ସବୁ ବଜାର ବନ୍ଦ ହୋଇ ସାରିଛି
ବଜାର, ଗୋଦାମରେ କାହା ଷ୍ଟକ ଥିଲା ଶେଷ-
ସବୁଆଡେ ମୃତ୍ୟୁକୁ ଅପେକ୍ଷା କରିଥିବା ମଣିଷ ଦେଖାଯାଉଥାନ୍ତି
ଆଉ ମୁଁ ମୋର ୫୦ ଲକ୍ଷ ଧରି ଘୁଷୁରୀ ଘୁଷୁରି ବୁଲୁଛି —
ଭାଇ ଏଇ ନିଅ ପଚାଶ ଲକ୍ଷ
ଦି ପଟ ରୁଟି ଦିଅ ***
ଏହି ସମୟରେ ମାଆ ପାଟି ଶୁଭିଲା —
ଉଠ ବେ ଭେଗା, ରାତିସାରା ମୋବାଇଲ ଚଳେଇବୁ, ସକାଳ ନଅଟା ବାଜିଲାଣି – ଡାକି ଡାକି ମୋ ତଂଟି ଫାଟିଗଲାଣି —
” ମରିଗଲି ମରିଗଲି ” ବୋଲି ବିଳିବିଳେଇ ହେଉଛୁ , କିଛି ଖରାପ ସପନ ଦେଖୁଲୁକି ?
ମୁଁ କହିଲି ନା ମାଆ, ସ୍ୱପ୍ନ ଦେଖିଲି –
ତା ପରେ ଭାବିଲି ଏ ‘ଖରାପ ଦିନ’ ଭଲ *
ଗରିବୀ ଅଛି
ଖାଇବାକୁ ତ ମିଳୁଛି
ପାଣି ତ ମିଳୁଛି
ପଶୁ ପଡ଼ିଆରେ ତ ଚରୁଛନ୍ତି
ଲୋକେ ଯିବା ଆସିବା ତ କରୁଛନ୍ତି **#**
ମାଆ ହାତରୁ ଖାଇ ମୁଁ କାମକୁ ଚାଲିଲି —
ଭଗବାନ ଏ ପଚାଶ ଲକ୍ଷ ଟଙ୍କା କାହାରି ଖାତାକୁ ନ ଆସୁ —
ନହେଲେ ଆଉ କାମ କିଏ କରିବ — ସମସ୍ତେ ତ ଅଧା କୋଟିପତି !!!!! ( ସୌଜନ୍ୟ ସାମାଜିକ ଗଣ ମାଧ୍ୟମ)