Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁରରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଆଜିର ଖବର

ସମ୍ବଲପୁରରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

September 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ବଲପୁର
ସମ୍ବଲପୁରରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ସମ୍ବଲପୁର: ଅଧାରୁ ପାଠ ଛାଡ଼ିଥିବା, ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନଥିବା ତଥା ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମ୍ବଲପୁରରେ ରାଜ୍ୟବ୍ୟାପୀ ଅଭିଯାନ ଆୟୋଜିତ “ଆସ ସ୍କୁଲ ଯିବା” ସଚେତନତା ପଦଯାତ୍ରାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି।

ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ ହେଉଛି –  ଦେଶର ପ୍ରତ୍ୟେକ ପିଲାଙ୍କୁ ସ୍କୁଲକୁ ଆଣିବା ଏବଂ ସେମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା । ଡ୍ରପ୍ ଆଉଟ ହ୍ରାସ କରିବା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ବୃଦ୍ଧି, ବିଦ୍ୟାଳୟ ଭିତ୍ତିଭୂମିର ବିକାଶ, ସାକ୍ଷରତା ହାର ବୃଦ୍ଧି କରିବା ଦିଗରେ ମଧ୍ୟ ଆମ ସରକାର ଯତ୍ନଶୀଳ । ଶିକ୍ଷା ମନ୍ତ୍ରଣାଳୟର ଉଲ୍ଲାସ -ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ-୨୦୨୫ ଅଧୀନରେ ୧୫ ବର୍ଷ ବୟସରୁ ଅଧିକ ନିରକ୍ଷର ଥିବା ଲୋକଙ୍କୁ ସାକ୍ଷର କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।

ସେହିପରି ସମ୍ବଲପୁରରେ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନ୍ୟ ଜିଲ୍ଲା ଅପେକ୍ଷା ବହୁତ ଭଲ ଅଛି । ବର୍ତ୍ତମାନ ସମୟରେ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୩୦୦୦ ପିଲା ବିଭିନ୍ନ ଶ୍ରେଣୀ ଅନୁସାରେ ସ୍କୁଲ ବାହାରେ ଅଛନ୍ତି । ସେମାନଙ୍କୁ ସ୍କୁଲ ଶିକ୍ଷା ଓ ଦକ୍ଷତା ସହ ଯୋଡିବା ପାଇଁ ଆସ ସ୍କୁଲ ଯିବା ପରି ଅଭିଯାନ ରାଜ୍ୟ ସରକାରଙ୍କ ପ୍ରଶଂସନୀୟ ପଦକ୍ଷେପ । ସମସ୍ତଙ୍କୁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ରେ ଯୋଡ଼ିବା ଆମ ସରକାରଙ୍କ ମୂଳ ଉଦ୍ଦେଶ୍ୟ । ଏହା କେବଳ ଭାଷଣବାଜି କିମ୍ବା ଖବରର ବିଷୟ ନୁହେଁ, ବରଂ ଏଥିପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରବୃଦ୍ଧ ବର୍ଗମାନେ ନିଜର ଦାୟିତ୍ୱ ନିର୍ବାହ କରିବା ଦରକାର । ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା, ନିରକ୍ଷର ଲୋକଙ୍କୁ ସାକ୍ଷର କରିବା, ଭୋକାଲ୍ ଫର୍ ଲୋକାଲକୁ ପ୍ରୋତ୍ସାହନ ଦେଇ ସ୍ୱଦେଶୀ ସାମଗ୍ରୀର ବ୍ୟବହାର କଲେ ହିଁ ଆମ ଦେଶ ଶିକ୍ଷା ଓ ସାମାଜିକ ଦୃଷ୍ଟିରୁ ଉନ୍ନତ ଓ ଅଧିକ ମଜଭୂତ୍ ହେବ । ଚାଲ ସ୍କୁଲ ଯିବା, ପାଠ ପଢିବାର ବାତାବରଣ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେବା ସହ ଆଜିର ସ୍କୁଲ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ହିଁ ବିକଶିତ ଭାରତର ସ୍ୱପ୍ନ ପୂରଣ ହେବ ବୋଲି ସେ କହିଥିଲେ ।

ଏହି ପଦଯାତ୍ରାରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ପ୍ରମୁଖ ସାମିଲ ହୋଇଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଶିକ୍ଷା ଅଧିକାରୀ ଏବଂ ପରିଚାଳନା ସମିତିର ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ ।

“ଆସ ସ୍କୁଲ ଯିବା” କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦଯାତ୍ରା ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Latest News

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.