Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱତନ୍ତ୍ର ଗୀତ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ: ଶେୟାର କରୁଛନ୍ତି ଲକ୍ଷ ଲକ୍ଷ ଦର୍ଶକ
ଆଜିର ଖବର

ସ୍ୱତନ୍ତ୍ର ଗୀତ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ: ଶେୟାର କରୁଛନ୍ତି ଲକ୍ଷ ଲକ୍ଷ ଦର୍ଶକ

September 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
modi
ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ କଳା ଜଗତର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଶ୍ରୀ ମୋଦୀଙ୍କୁ ଅଭିନବ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି। ଭାରତର ବିଭିନ୍ନ ଭାଷାରେ ସ୍ୱତନ୍ତ୍ର ସଙ୍ଗୀତ ପ୍ରସ୍ତୁତ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଟି-ସିରିଜ୍‌ ଏବଂ ସାରେଗାମା ପକ୍ଷରୁ ଏହିସବୁ ଗୀତ ପ୍ରସ୍ତୁତ କରାଯାଇଛି।

ଏଥିମଧ୍ୟରୁ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ସ୍ୱର ସଂଯୋଜନାରେ ପ୍ରସ୍ତୁତ ଗୀତ ‘ଏଇ ଜଗନ୍ନାଥ ମାଟିରୁ ଜଣାଉଛୁ ଅଭିନନ୍ଦନ’ ବେଶ ଜନଆଦୃତି ଲାଭ କରିଛି । ଏ ଗୀତକୁ ୟୁଟ୍ୟୁବ୍‌ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ଦେଖାଯାଉଛି ଏବଂ ଶେୟାର କରାଯାଉଛି । ଟି-ସିରିଜ ଦ୍ୱାରା ପ୍ରସ୍ତୁତ ଏହି ଗୀତକୁ ଲୋକପ୍ରିୟ କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜ ଏବଂ ଦୀପ୍ତିରେଖା ପାଢ଼ୀ ଗାଇଛନ୍ତି । ବହୁ ଲୋକପ୍ରିୟ ଅଭିନେତା ଏହି ଭିଡିଓ ଗୀତରେ ଅଭିନୟ କହିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ଓ ଦେଶର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସମେତ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କଟକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଭୂତିଭୂଷଣ ଜେନା, ମୁକେଶ ମହାଲିଙ୍ଗ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଏହି ଗୀତକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ସେହିପରି ଲୋକପ୍ରିୟ ଚଳଚ୍ଚିତ୍ର ତାରକା ଅନୁ ଚୌଧୁରୀ, ଶ୍ରୀତମ ଦାସ, ହରିହର ମହାପାତ୍ର, ଅନୁଭବ ମହାନ୍ତି, ପିଙ୍କୀ ପ୍ରଧାନ, ସବ୍ୟସାଚୀ ମିଶ୍ର ପ୍ରମୁଖ ମଧ୍ୟ ଗୀତଟିକୁ ବହୁଳମାତ୍ରାରେ ଶେୟାର କରିଛନ୍ତି।

ଅନୁରୂପ ଭାବେ ପ୍ରସୂନ ଯୋଶୀଙ୍କ ରଚନା ଏବଂ ବିଶିଷ୍ଟ ଗାୟକ ଶଙ୍କର ମହାଦେବନଙ୍କ ସ୍ୱର ସଂଯୋଜନାରେ ପ୍ରସ୍ତୁତ ହିନ୍ଦୀ ଭାଷାରେ ଆଉ ଏକ ଗୀତ – ‘ବନ୍ଦନୀୟ ହୈ ଦେଶ ମେରା’ ମଧ୍ୟ ଟି-ସିରିଜ୍‌ ପକ୍ଷରୁ ରିଲିଜ୍‌ କରାଯାଇଛି। ସେହିପରି ମରାଠୀ, ତେଲୁଗୁ, ଅହମୀୟା ଭାଷାରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇ ସ୍ୱତନ୍ତ୍ର ଗୀତ ପ୍ରସ୍ତୁତ କରାଯାଇଛି। ସାରେଗାମା ପକ୍ଷରୁ ମଧ୍ୟ ତାମିଲ ଏବଂ ମାଲୟାଲମ ଭାଷାରେ ଗୀତ ପ୍ରସ୍ତୁତ କରାଯାଇ ଶ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଏସବୁ ଗୀତକୁ ସାମାଜିକ ଗଣମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି ଏବଂ ଶେୟାର କରୁଛନ୍ତି।

ଜନ୍ମଦିନର ଅଭିନନ୍ଦନ ଟି-ସିରିଜ୍‌ ନରେନ୍ଦ୍ର ମୋଦୀ ସାରେଗାମା
Share. Facebook Twitter LinkedIn Email WhatsApp Copy Link

Related Posts

୯ମ ଶ୍ରେଣୀ ପାଇଁ ନୂତନ ସାମାଜିକ ବିଜ୍ଞାନ ପୁସ୍ତକ ପ୍ରକାଶ କଲା NCERT: ଜାଣନ୍ତୁ କେଉଁଠୁ କିଣିବେ?

September 29, 2026

ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ: ୫ ଭାଟି ସିଲ୍, ଘରୋଇ ଗ୍ୟାସ୍ ଜବତ

September 29, 2026

ଭାଲୁକୁଣୀ ଭସାଣରେ ଅଘଟଣ: ଝିଅଙ୍କ ଉପରେ ଖସିପଡ଼ିଲା ଡିଜେ ସାଉଣ୍ଡ ବକ୍ସ, ୭ ଗୁରୁତର

September 29, 2026

୫ଟି ସ୍ୱର୍ଣ୍ଣ ସମେତ ଭାରତର ମୋଟ ୪୭ ପଦକ: ୧୦ ଦିନ ପରେ ଜାଣନ୍ତୁ ପାକିସ୍ତାନର ସ୍ଥିତି

September 29, 2026
Latest News

୯ମ ଶ୍ରେଣୀ ପାଇଁ ନୂତନ ସାମାଜିକ ବିଜ୍ଞାନ ପୁସ୍ତକ ପ୍ରକାଶ କଲା NCERT: ଜାଣନ୍ତୁ କେଉଁଠୁ କିଣିବେ?

September 29, 2026

ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ: ୫ ଭାଟି ସିଲ୍, ଘରୋଇ ଗ୍ୟାସ୍ ଜବତ

September 29, 2026

ଭାଲୁକୁଣୀ ଭସାଣରେ ଅଘଟଣ: ଝିଅଙ୍କ ଉପରେ ଖସିପଡ଼ିଲା ଡିଜେ ସାଉଣ୍ଡ ବକ୍ସ, ୭ ଗୁରୁତର

September 29, 2026

୫ଟି ସ୍ୱର୍ଣ୍ଣ ସମେତ ଭାରତର ମୋଟ ୪୭ ପଦକ: ୧୦ ଦିନ ପରେ ଜାଣନ୍ତୁ ପାକିସ୍ତାନର ସ୍ଥିତି

September 29, 2026

ଭାରତକୁ ପଞ୍ଚମ ସ୍ଵର୍ଣ୍ଣ: ମହିଳା ଟ୍ରାପ୍ ସୁଟିଂରେ ନୀରୁ ଧଣ୍ଡା ଜିତିଲେ ପଦକ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.