Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସସି ଏସ୍‍ଟି ବିଭାଗ ବିଦ୍ୟାଳୟରେ କେତେ ପିଲା ପଢୁଛନ୍ତି? ପ୍ରଶ୍ନ କଲେ ଟଙ୍କଧର, ଉତ୍ତର ରଖିଲେ ମନ୍ତ୍ରୀ
ଆଜିର ଖବର

ଏସସି ଏସ୍‍ଟି ବିଭାଗ ବିଦ୍ୟାଳୟରେ କେତେ ପିଲା ପଢୁଛନ୍ତି? ପ୍ରଶ୍ନ କଲେ ଟଙ୍କଧର, ଉତ୍ତର ରଖିଲେ ମନ୍ତ୍ରୀ

September 19, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏସସି ଏସ୍‍ଟି ବିଭାଗ ବିଦ୍ୟାଳୟ
ଏସସି ଏସ୍‍ଟି ବିଭାଗ ବିଦ୍ୟାଳୟରେ କେତେ ପିଲା ପଢୁଛନ୍ତି? ପ୍ରଶ୍ନ କଲେ ଟଙ୍କଧର, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ଓ ପଛୁଆବର୍ଗ ବିକାଶ ବିଭାଗ ଅଧିନରେ ଥିବା ବିଦ୍ୟାଳୟରେ ୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବିଭାଗ ଅଧିନରେ ଥିବା ୧୭୬୫ଟି ବିଭିନ୍ନ କିସମର ବିଦ୍ୟାଳୟରେ ଏହି ଛାତ୍ରଛାତ୍ରୀମାନେ ପଢୁଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଏସ୍‍ସି ଏସ୍‍ଟି ବିଭାଗ ଅଧିନରେ ଥିବା ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିଯୁକ୍ତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ବିଭାଗ ଅଧିନରେ ବର୍ତ୍ତମାନ ବିଭିନ୍ନ କିସମର ମୋଟ୍‍ ୧୭୬୫ ଶିକ୍ଷାନୁଷ୍ଠାନ ରହିଛି ।

ଏଥି ମଧ୍ୟରେ ୪୩୬ଟି ଆଶ୍ରମ ବିଦ୍ୟାଳୟ, ୭୬୯ଟି ସେବାଶ୍ରମ ବିଦ୍ୟାଳୟ, ୧୮୯ଟି ବାଳିକା ହାଇସ୍କୁଲ ଓ ୨୪୩ଟି ହାଇସ୍କୁଲ ରହିଛି । ଏହିସବୁ ବିଦ୍ୟାଳୟରେ ୪,୩୮,୨୩୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହିସବୁ ବିଦ୍ୟାଳୟ ପାଇଁ ମୋଟ୍‍ ୧୧,୫୧୪ ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଥିବାବେଳେ ଏଥିରେ ମାତ୍ର ୩୪୧୩ ଜଣ କାର୍ଯ୍ୟରତ ଅଛନ୍ତି । ବିଦ୍ୟାଳୟଗୁଡିକ ପାଇଁ ୨୧୦୮ଟି ମଞ୍ଜୁରୀପ୍ରାପ୍ତ ତାଲିମପ୍ରାପ୍ତ ସ୍ନତକ ଶିକ୍ଷକ ପଦବୀ ଥିବାବେଳେ ଏଥିରେ ୧୪୮ଜଣ ଶିକ୍ଷକ ଅଛନ୍ତି ।

ସେହିଭଳି ୬୧୭ଟି ସ୍ନତକୋତ୍ତର ଶିକ୍ଷକ ପଦବୀରେ ୧୪୦ଜଣ କାର୍ଯ୍ୟରତ ଅଛନ୍ତି । ୬୪୮୭ଟି ସେବକ/ସେବିକା ପଦବୀରେ ୨୦୪୩ ଜଣ କାର୍ଯ୍ୟରତ ଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

ଏସସି ଏସ୍‍ଟି ବିଭାଗ ବିଦ୍ୟାଳୟ ଟଙ୍କଧର ତ୍ରିପାଠୀ ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.