Title : Dy CM Pravati Parida flags off senior citizen tourist train in ganjam
Synopsis : ବ୍ରହ୍ମପୁରରୁ ବରିଷ୍ଠ ନାଗରିକମାନଙ୍କୁ ଧରି ଆଜି ପ୍ରଭାତୀ ପରିଡା ।
Story Line :
SHABD,Brahmapur, September 19,
ବ୍ରହ୍ମପୁର: ବ୍ରହ୍ମପୁରରୁ ବରିଷ୍ଠ ନାଗରିକମାନଙ୍କୁ ଧରି ଶୁକ୍ରବାର ତୀର୍ଥଯାତ୍ରୀ ଯୋଜନାର ଦ୍ବିତୀୟ ଟ୍ରେନ ଯାତ୍ରା ଆରମ୍ଭ କରିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କରିଛନ୍ତି। ୭୭୫ଜଣ ତୀର୍ଥଯାତ୍ରୀ ଏବଂ ୨୫ଜଣ ଏସକର୍ଟ ଅଧିକାରୀଙ୍କୁ ଧରି ଯାତ୍ରାରମ୍ଭ କରିଥିବା ଏହି ଟ୍ରେନ୍ ଅଯୋଧ୍ୟା ଓ ବାରାଣସୀ ଗସ୍ତ କରିବ।
ଏହି ତୀର୍ଥଯାତ୍ରୀ ଟ୍ରେନ୍ ରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ତୀର୍ଥଯାତ୍ରୀମାନେ ଯାତ୍ରା କରୁଛନ୍ତି। ଏହି ଟ୍ରେନ୍ ଯାତ୍ରାବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଅନ୍ୟ ବହୁ ବରିଷ୍ଠ ଅଧିକାରୀ ବ୍ରହ୍ମପୁର ଷ୍ଟେସନରେ ଉପସ୍ଥିତ ଥିଲେ।