Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଧ୍ୟରାତ୍ରରେ ମହାଷ୍ଟମୀର ମହାପର୍ବ, ନିଶବ୍ଦ ରାତ୍ରିରେ ପାଳିତ ହେଲା ମା’ଭଗବତୀଙ୍କ ଗୁପ୍ତପୂଜା
ଆଜିର ଖବର

ମଧ୍ୟରାତ୍ରରେ ମହାଷ୍ଟମୀର ମହାପର୍ବ, ନିଶବ୍ଦ ରାତ୍ରିରେ ପାଳିତ ହେଲା ମା’ଭଗବତୀଙ୍କ ଗୁପ୍ତପୂଜା

September 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମଧ୍ୟରାତ୍ରରେ ମହାଷ୍ଟମୀର ମହାପର୍ବ, ନିଶବ୍ଦ ରାତ୍ରିରେ ପାଳିତ ହେଲା ମା'ଭଗବତୀଙ୍କ ଗୁପ୍ତପୂଜା
ମଧ୍ୟରାତ୍ରରେ ମହାଷ୍ଟମୀର ମହାପର୍ବ, ନିଶବ୍ଦ ରାତ୍ରିରେ ପାଳିତ ହେଲା ମା'ଭଗବତୀଙ୍କ ଗୁପ୍ତପୂଜା

ବାଣପୁର: ଓଡ଼ିଶାର ପ୍ରସିଦ୍ଧ ତନ୍ତ୍ରପୀଠ ବାଣପୁରରେ ମା’ଭଗବତୀଙ୍କ ଶାରଦୀୟ ସାତବଖରା ପର୍ବ ପୀଠରେ ନିଶବ୍ଦ ମଧ୍ୟରାତ୍ରରେ ତନ୍ତ୍ର ବିଧି ଅନୁସାରେ ପାଳିତ ହୋଇଯାଇଛି ମହାଷ୍ଟମୀ ଗୁପ୍ତପୂଜା। “ଦୁର୍ଗୋତ୍ସବଚନ୍ଦ୍ରିକା” ର ବିଧିବିଧାନ ଅନୁସାରେ ସ୍ତୋତ୍ରୀୟ ପୂଜକ ପଣ୍ଡିତ ବାମନଚରଣ ଦାଶ ସାତମା’ଙ୍କୁ ବନଦୁର୍ଗା ମନ୍ତ୍ରରେ ଅଭିଶିକ୍ତ କରାଇ ମହାଷ୍ଟମୀର ସମସ୍ତ ବିଧିବିଧାନ ପାରମ୍ପରିକ ରୀତିନୀତି ଅନୁସାରେ ସମାପନ କରିଛନ୍ତି। ସାତବଖରା ଘରେ ମା’ କନକ ଦୁର୍ଗା, ମା’ ବିରିଜାଈ, ମା’ନାରାୟଣୀ, ମା’ କାଳିଜାଈ , ମା’ଶିଦ୍ଧେଶ୍ୱରୀ, ପୀଠେଶ୍ଵରୀମା’ ବୁଢ଼ିମା ଠାକୁରାଣୀଙ୍କ ସହିତ ମା’ଭଗବତୀ ଏହିପରିସପ୍ତମାତାଙ୍କ ଏହି ମହାଷ୍ଟମୀ ଓ ମହାମବମୀ ପର୍ବ ଶାରଦୀୟ ପର୍ବ ମଧ୍ୟରେ ଅଧିକ ଗୁରୁତ୍ଵ ବହନ କରୁଥିବାରୁ ଏହି ଦୁଇଦିନ ମାନଙ୍କରେ ମା’ ପରାଶକ୍ତିରେ ପରିଣତ ହୋଇ ମହାଶକ୍ତି ଭାବରେ ଆବିର୍ଭୁତ ହୋଇ ଆସୁରିକ ଶକ୍ତିମାନଙ୍କୁ ପରାହତ କରିଥିଲେ ବୋଲି ଅନ୍ୟ ଦିନର ପର୍ବ ପରମ୍ପରାଠାରୁ ଏହି ଦୁଇ ଦିନର ପୁଜାବିଧି ସଂପୂର୍ଣ୍ଣ ସ୍ୱତନ୍ତ୍ର ଏବଂ ମଧ୍ୟରାତ୍ରରେ ଗୁପ୍ତ ଭାବରେ ସଂପାଦନ କରାଯାଏ।

ଏହି ସମୟରେ ସାତବଖରା ପର୍ବଗୃହକୁ ଚତୁଃପାର୍ଶରୁ ରୁଦ୍ଧ କରାଯାଇଥିଲା, ଯେପରି କାହାର ନଜର ଯେପରିନପଡ଼େ।ଗୃହମଧ୍ୟରେ ପର୍ବପୂଜକ, ପତ୍ରି, ପରିଚ୍ଛା, ପାଳିଆମାଳି, ମଶାଲତି, ଘଣ୍ଟୁଆ, କାହାଳିଆ’ ବାଦ୍ୟକାର କେବଳ ରହି ଏହି ନୀତିକାନ୍ତିରେ ଅଂଶଗ୍ରହଣ କରିଥିଲେ। ଘଣ୍ଟା ଘଣ୍ଟକାହାଳୀ ବାଦ୍ୟରଶବ୍ଦ ସହିତ ମନ୍ତ୍ର ଉଚ୍ଚାରଣରେ ମା’ଙ୍କୁଶୋଡ଼ଷ ଉପଚାରରେ ପୂଜାକରାଯାଇଥିଲା ଏବଂ ରାତ୍ରର ଶେଷ ପ୍ରହରରେ ଦଶଦିଗପାଳଙ୍କୁ ପୂଜା କରାଯାଇ ଆଳତି ବଢିବା ପରେ ଅଷ୍ଟମୀ ପୂଜା ଶେଷ କରାଯାଇ ମା’ଙ୍କ ରାତ୍ରପହଡ଼ ପଡ଼ିଥିଲା।

ଏହି ପୂଜା ସମୟରେ କେବଳ ନିଯୋଗୀ ସେବାୟତଙ୍କ ବ୍ୟତୀତ ଅନ୍ୟ କାହାରିକୁ ଭିତକୁ ପ୍ରବେଶ ନିଷେଧ କରାଯାଇଥିଲା। ପରମ୍ପରା ଅନୁସାରେଏହି ସମୟରେ ସହରକୁ କିଛି ସମୟ ପାଇଁ ଅନ୍ଧକାର ଓ ଜନଶୂନ୍ୟ କରିଦିଆଯାଇଥିଲା। ବିଶ୍ୱାସ ଅଛି, ଏହି ସମୟରେ ସପ୍ତମାତା ବିଭିନ୍ନ ଭୟଙ୍କର ରୂପରେ ଆସୁରିକ ଶକ୍ତିମାନଙ୍କୁ ପ୍ରତିହତ କରିବା ପାଇଁ ପୃଥିବୀ ପରିକ୍ରମା କରନ୍ତି। ମନ୍ଦିର ପ୍ରଶାସନ, ଦେବୋତ୍ତର କାର୍ଯ୍ୟାଳୟ, ସ୍ଥାନୀୟ ଆରକ୍ଷୀ ଅଧିକାରୀ, ବିଜ୍ଞାପିତ ପରିଷଦ ରକର୍ମକର୍ତ୍ତା, ବିଦ୍ୟୁତ ବିଭାଗ କମିଚ଼ାରୀ ମଧ୍ୟରାତ୍ରରେ ବେଢ଼ା ପ୍ରାଚୀର ବାହାରେ ଉପସ୍ଥିତ ରହି ମା’ଭଗବତୀଙ୍କର ଏହି ପର୍ବକୁ ଶୃଙ୍ଖଳିତ ଭାବରେ ସମାପନ କରିଥିଲେ।

ତନ୍ତ୍ରପୀଠ ନିଶବ୍ଦ ରାତ୍ରି ବାଣପୁର ମହାଷ୍ଟମୀ ଗୁପ୍ତପୂଜା ମହାଷ୍ଟମୀର ମହାପର୍ବ ମା'ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

୧୬ତମ ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍‌: ‘ମିଡିଆ-୧୧’ ଚାମ୍ପିଅନ୍, ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

September 27, 2026

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ

September 27, 2026

ଆଜି ସେପ୍ଟମ୍ବର ୨୭ ତାରିଖରେ ପାଞ୍ଚଟି ରାଶିର ବୁଲିଲା ଭାଗ୍ୟ ଚକ୍ର

September 27, 2026

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026
Latest News

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ମୃତ, ୩୦ ଗୁରୁତର

September 27, 2026

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026

କୋହଲିଙ୍କ ଶେଷ ବିଶ୍ୱକପ୍‌ ହେବ ୨୦୨୭ ବିଶ୍ୱକପ୍

September 27, 2026

ମହିଳା ସଶକ୍ତିକରଣ ଓ ସହକାରିତା ସମ୍ପର୍କିତ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 27, 2026

୧୬ତମ ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍‌: ‘ମିଡିଆ-୧୧’ ଚାମ୍ପିଅନ୍, ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.