Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ମାଟିରେ କବିଗୋଦାବରୀଶ ମହାପାତ୍ରଙ୍କ ୧୨୭ତମ ଜୟନ୍ତୀ ପାଳିତ
ଆଜିର ଖବର

ବାଣପୁର ମାଟିରେ କବିଗୋଦାବରୀଶ ମହାପାତ୍ରଙ୍କ ୧୨୭ତମ ଜୟନ୍ତୀ ପାଳିତ

October 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର
ବାଣପୁରରେ ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ

ବାଣପୁର: ଆଧୁନିକ ଓଡ଼ିଆ ସାହିତ୍ୟର ମହାନକବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ, ଶିଶୁ ସାହିତ୍ୟକ, ବ୍ୟଙ୍ଗସାହିତ୍ୟର ସ୍ରଷ୍ଟା, ଓଡ଼ିଆ ଭାଷାସାହିତ୍ୟରେ ସର୍ବମୋଟ ତିନିହଜାର ପୃଷ୍ଠା ଛାପିଥିବା ବିସ୍ମୟ ସାରସ୍ଵତପ୍ରତିଭା କବି ଗୋଦାବରୀଶ ମହାପାତ୍ରଙ୍କ ୧୨୭ତମ ଜୟନ୍ତୀ ସମାରୋହ ବାଣପୁର ପଲଟଣ ପଡ଼ିଆ ନିକଟସ୍ଥ ସହିଦ କୃତ୍ତିବାସ ଭବନଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଚିଲିକା ସାହିତ୍ୟ ସମାଜ ଓ ବାଣପୁର ପଞ୍ଚାୟତ ସମିତିଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସାରସ୍ଵତ ସଭାରେ ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ ସଭାପତିତ୍ୱ କରି ତାଙ୍କ ବ୍ୟକ୍ତବ୍ୟରେ ବାଣପୁରର ବରପୁତ୍ରମାନଙ୍କୁ ସରକାରଙ୍କ ତରଫରୁ ସମୁଚିତ ସମ୍ମାନ ପ୍ରଦାନ କରାଯାଉଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ବିଶେଷକରି ଗୋଦାବରୀଶ ମହାପାତ୍ରଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ତୁରନ୍ତସ୍ଥାପନ କରିବାକୁ ମନ୍ତ୍ରୀ ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କରି ନିବେଦନ କରିଥିଲେ।

ମୁଖ୍ୟ ଅତିଥି ଆଇନ୍, ପୂର୍ତ୍ତ, ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମହୋଦୟ ପ୍ରଦୀପ ପ୍ରଜ୍ଵଳନ ଓ ପୁଷ୍ପାଞ୍ଜଳି ପ୍ରଦାନ କରି ତତ୍କାଳୀନ ସମାଜର ସାମାଜିକ କୁସଂସ୍କାର, ରାଜନୈତିକ ଭାଣ୍ଡାମି, ପ୍ରବଞ୍ଚନା ଜାଲିଆତି, ଠକାମି ଓ ଷଠତା ସହିତ ସରକାରୀ ବେସରକାରୀ ସ୍ତରରେ ଦର୍ନୀତିର ଉଚ୍ଛେଦ ସାଧନ ନିମନ୍ତେ ସାରସ୍ଵତ ସାଧନାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଏ ମାଟିର ବରପୁତ୍ର କବିଗୋଦାବରୀଶ ମହାପାତ୍ରଙ୍କପୂଜ୍ୟ ପୂଜା ଯଥୋଚିତ
ଭାବରେ ପାଳନ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରି ସରକାରଙ୍କ ତରଫରୁ ଏଥିପାଇଁ ସମସ୍ଥ ପ୍ରକାର ସହଯୋଗ ଯୋଗାଇଦେବାକୁ ଘୋଷଣା କରି କବି ମହାପାତ୍ରଙ୍କ ଉପରେ ସ୍ଵରଚିତ କବିତା ଆବୃତ୍ତି କରିଥିଲେ, ଯାହା ଉପସ୍ଥିତ ଶ୍ରୋତାଙ୍କ ଦ୍ଵାରା ଆଦୃତି ଲାଭ କରିଥିଲା।

ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇ ପୁରୀ ସାଂସଦ ସମ୍ବିତ ପାତ୍ର ମହୋଦୟ ଓଡ଼ିଶାର ପ୍ରସିଦ୍ଧ ସାରସ୍ଵତ ତୀର୍ଥକ୍ଷେତ୍ର ବାଣପୁର ମାଟିକୁ ଏବଂ ଏମାଟିର ସ୍ଵାରସ୍ଵତ ପ୍ରତିଭାମାନଙ୍କୁ ଶତ ପ୍ରଣାମ ଜଣାଇ ଓଡ଼ିଶାର ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବା ଏମାଟିର ବାଣୀପୁତ୍ରମାନଙ୍କ ପୂଜ୍ୟ ପୂଜା ନିମନ୍ତେ ନିଜ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ଘୋଷଣା କରି ଉଠକଙ୍କାଳ ପରି କାଳଜୟୀ କବିତାର କବି ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମୁଖ୍ୟବକ୍ତା ଡକ୍ଟର ବିବେକାନନ୍ଦ ପାଣିଗ୍ରାହୀ କବି ମହାପାତ୍ରଙ୍କ ଜୀବନୀ ଉପରେ ଆଲୋକପାତ କରି କବି ମହାପାତ୍ରଙ୍କ ଗଳ୍ପ ଗୁଡିକ ମଧ୍ୟରୁ “ମାଗୁଣିର ଶଗଡ଼ “ପରି ଅନ୍ୟାନ୍ୟ ଶ୍ରେଷ୍ଠ ଲୋକପ୍ରିୟଗଳ୍ପଗୁଡ଼ିକୁ ନେଇ ଏକ ସ୍ୱତନ୍ତ୍ରସଂକଳନ ପ୍ରସ୍ତୁତ କରିଥିବା କଥା ପ୍ରକାଶ କରି ବାଣୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମ୍ମାନୀତ ବକ୍ତା ଡ଼.ରମେଶ ଚନ୍ଦ୍ରପାଣି ଦୁଇ ଗୋଦାବରୀଶଙ୍କୁ ଜନ୍ମ ଦେଇ ବାଣପୁର ମାଟି ଧନ୍ୟ ହୋଇ ଉତ୍କଳ ମାଟିକୁ ଧନ୍ୟ କରିଛିବୋଲି ପ୍ରକାଶକ କରି ମହାପାତ୍ରଙ୍କ ଜୀବନର ଅନେକ ଅନାଲୋଚିତ ଅଧ୍ୟାୟ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ।

ସମ୍ମାନୀତ ଅତିଥି ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ ଓ ମଣ୍ଡଳ ଉନ୍ନୟନ ଅଧିକାରୀ ବିକାଶ କୁମାର ମହାନ୍ତି ସ୍ଥାନୀୟ ଅଞ୍ଚଳର ଅର୍ଦ୍ଧଶତାଧିକ ସାରସ୍ଵତ ପ୍ରତିଭା (କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ, ଶିଶୁ ସାହିତ୍ୟିକ, ବ୍ୟଙ୍ଗ କବିଙ୍କୁ) ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ଶାରଦୀୟ ସମ୍ବର୍ଦ୍ଧନା ଜଣାଇଥିଲେ।

ସଭା ଆରମ୍ଭରେ କଳାକାର ଚିରଞ୍ଚିପରୀଡ଼ା ଓ ସାଥିଙ୍କ ଦ୍ୱାରା “ଉଠ କଙ୍କାଳ” କବିତା ଗାନ କରାଯାଇଥିଲା। ପରେ ସ୍ଥାନୀୟ ବରିଷ୍ଠ ସାହିତ୍ୟିକ ନୃସିଂହ ପ୍ରସାଦ ମିଶ୍ରଙ୍କ ସଭାପତିତ୍ଵରେ ଏବଂ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ଓ ଅଧାପକ ସର୍ବେଶ୍ଵର ଷଡ଼ଙ୍ଗୀଙ୍କ ସଂଯୋଜନାରେ ସ୍ଥାନୀୟ କବିଙ୍କ ସ୍ଵରଚିତ କବିତା ଆବୃତ୍ତି ପରିବେଶକୁ ଅତିରସାଣିତ କରିଥିଲା।

ସଭା ଶେଷରେ ସାହିତ୍ୟ ସମାଜର ସଂପାଦକ ଶିକ୍ଷାବିତ୍ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସ୍ଥାନୀୟ କଳାକାରଙ୍କ ଦ୍ଵାରାଭଜନ ପରିବେଷଣ କରାଯାଇଥିଲା।

ଉଠ କଙ୍କାଳ ଓଡ଼ିଶା ସାହିତ୍ୟ ଏକାଡେମୀ ଗୋଦାବରୀଶ ମହାପାତ୍ର ଚିଲିକା ସାହିତ୍ୟ ସମାଜ ନିଆଁଖୁଣ୍ଟା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ଆରମ୍ଭରୁ ମହଙ୍ଗା ବାଣିଜ୍ୟିକ ଏଲପିଜି

October 1, 2026

“ସାରା ଦେଶରେ NRC ଲାଗୁ ହେବା ଉଚିତ”: SIR ବିବାଦ ମଧ୍ୟରେ RSS ର ଦାବି

October 1, 2026

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026
Latest News

ଅକ୍ଟୋବର ଆରମ୍ଭରୁ ମହଙ୍ଗା ବାଣିଜ୍ୟିକ ଏଲପିଜି

October 1, 2026

“ସାରା ଦେଶରେ NRC ଲାଗୁ ହେବା ଉଚିତ”: SIR ବିବାଦ ମଧ୍ୟରେ RSS ର ଦାବି

October 1, 2026

ୟୁପିରେ ୨୦୨୭ ନିର୍ବାଚନ ପୂର୍ବରୁ ମେଣ୍ଟରେ ମହାଟକ୍କର! ଆସନ ଦାବିକୁ ନେଇ SP-କଂଗ୍ରେସ ମୁହାଁମୁହିଁ, ଭାଙ୍ଗିବ କି ଇଣ୍ଡିଆ ମେଣ୍ଟ?

October 1, 2026

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.