Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ: ବୋଲେରୋକୁ ଧକ୍କା ଦେଲା ଟ୍ରକ, ଶରୀରରୁ ଅଲଗା ହେଲା ଚାଳକଙ୍କ ହାତ, ୧୨ ଆହତ
ଆଜିର ଖବର

ବାଲୁଗାଁ: ବୋଲେରୋକୁ ଧକ୍କା ଦେଲା ଟ୍ରକ, ଶରୀରରୁ ଅଲଗା ହେଲା ଚାଳକଙ୍କ ହାତ, ୧୨ ଆହତ

October 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ: ବୋଲେରୋକୁ ଧକ୍କା ଦେଲା ଟ୍ରକ, ଶରୀରରୁ ଅଲଗା ହେଲା ଚାଳକଙ୍କ ହାତ, ୧୨ ଆହତ
ବାଲୁଗାଁ: ବୋଲେରୋକୁ ଧକ୍କା ଦେଲା ଟ୍ରକ, ଶରୀରରୁ ଅଲଗା ହେଲା ଚାଳକଙ୍କ ହାତ, ୧୨ ଆହତ

ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତ ଛତ୍ରଗଡ଼ ଜଳି ଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବୋଲେରୋକୁ ଏକ ଅଜଣା ଟ୍ରକ ଧକ୍କା ଦେଇଛି। ଯେଉଁଥିରେ ବୋଲେରୋରେ ଥିବା ୧୨ ଜଣଙ୍କ ମଧ୍ୟରୁ ୩ ଜଣ ଗୁରୁତର ଓ ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ବ୍ରହ୍ମପୁର କନିଶି ଅଞ୍ଚଳର ୧୨ ଜଣ ଯାତ୍ରୀ ଏକ ବୋଲେରୋରେ ଗାଡ଼ି ନମ୍ବର (ଓଡ଼ି ୦୭ ଡି୮୬୬୫) ଘଟଗାଁ ମା ତାରିଣୀ ଦର୍ଶନ ସାରି ଫେରୁଥିଲେ। ସୋମବାର ଭୋର ପ୍ରାୟ ୪ ଟା ସମୟରେ ଏହି ବୋଲେର ୧୬ ନଂ ଜାତୀୟ ରାଜପଥ ଛତ୍ରଗଡ଼ ଜଳି ଶଙ୍ଖ ନିକଟରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଯାହାଯୋଗୁଁ ରାସ୍ତା କଡ଼ରେ ଥିବା ଏକ ଟ୍ରକକୁ ଓଭର ଟେକ୍ କରିଥିବା ସମୟରେ ହଠାତ ପଛ ପର୍ଶ୍ୱରୁ ଅନ୍ୟ ଏକ ଟ୍ରକ ଦୃତ ଗତିରେ ଆସି ବୋଲେରୋକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।

ଉକ୍ତ ବୋଲେରୋରେ ୩ ଜଣ ଶିଶୁ, ୨ଜଣ ମହିଳାଙ୍କ ସମେତ ୧୨ ଜଣ ଯାତ୍ରୀ ଥିଲେ। ତେବେ ବୋଲେରୋ ଗାଡ଼ିଟି ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହୋଇଛି। ଏବଂ ଗାଡ଼ି ଭିତରେ ଥିବା ଚାଳକଙ୍କ ଏକ ହାତ କଟି ରାସ୍ତାରେ ପଡିଥିବା ବେଳେ ୧୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ଗୁରୁତର ଓ ୯ ଜଣ ଆହତ ହୋଇଥିଲେ।

ଖବର ପାଇ ଦୁର୍ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ପୋଲିସ ପହଞ୍ଚି ଗୁରୁତର ଆହତଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବାବେଳେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନତାରିତ କରାଯାଇଛି।ସାମାନ୍ୟ ଆହତ ୯ ଜଣଙ୍କୁ ଅନ୍ୟ ଏକ ଗାଡ଼ିରେ ସେମାନଙ୍କ ଗନ୍ତ୍ୟବ ସ୍ଥଳକୁ ପଠାଇ ଦିଆଯାଇଛି।ଦୁର୍ଘଟଣା ଯୋଗୁଁ ଅନେକ ସମୟ ଧରି ରାସ୍ତା ଜାମ ହୋଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ବୋଲେରୋକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।ଦୁର୍ଘଟଣା ସ୍ଥଳରୁ ନାଭାଲ ଫାଣ୍ଡି ପୋଲିସ ଉକ୍ତ ବୋଲେରୋକୁ ଜବତ କରି ତଦନ୍ତ ଜାରି ରଖିଛି।

BJP Ads
ଖୋର୍ଦ୍ଧା ଗଞ୍ଜାମ ବାଲୁଗାଁ ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

November 5, 2025

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025

ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

November 5, 2025

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

November 5, 2025
BJP Ads
Latest News

କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

November 5, 2025

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025

ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

November 5, 2025

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

November 5, 2025

ରାଜ୍ୟ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ କଲା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.