ଖୋର୍ଦ୍ଧା: ଜିଲ୍ଲା ସଦର ମହକୁମା ହାବେଳୀ ପଡିଆଠାରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଜିଲ୍ଲା ପ୍ରଶାସନ, ଓର୍ମାଷ, ଖୋର୍ଦ୍ଧା ମିଳିତ ଆନୁକୁଲ୍ୟରେ ପବିତ୍ର ଆଲୋକର ପର୍ବ ଦୀପାବଳୀ -୨୦୨୫ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପାବଳୀ (ଦୀୱାଲୀ) ଷ୍ଟଲକୁ ଉଦ୍ଘାଟନ କରିଛନ୍ତି।
ଉକ୍ତ ଦୀପାବଳୀ ଷ୍ଟଲରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ମୁଖ୍ୟତଃ ଦୀପାବଳୀ ପାଇଁ ବିଭିନ୍ନ ପ୍ରକାରର ମାଟି ନିର୍ମିତ ଦୀପ, ଲଣ୍ଠନ, ଝାଡୁ, ତେଲ ଓ ମହମବତୀ ଇତ୍ୟାଦି ବିକ୍ରି କରାଯାଉଅଛି। ଏହାକୁ ପରିଚାଳନା କରିବା ପାଇଁ ସାଇବାବା ଉତ୍ପାଦକ ଗୋଷ୍ଠୀ, ଗୋଡ଼ିପଡ଼ା, ଖୋର୍ଦ୍ଧାଙ୍କୁ ଦାୟିତ୍ବ ଦିଆଯାଇଅଛି। ଏହି ଷ୍ଟଲ ଟି ଆସନ୍ତା ଦୀପାବଳୀ ପର୍ଯ୍ୟନ୍ତ ଚାଲୁ ରହିବ।
ଆଜିର ଏହି ଦୀପାବଳୀ (ଦୀୱାଲୀ) ଷ୍ଟଲ ର ଉଦ୍ଘାଟନୀ ସମୟରେ ଓର୍ମାସ୍, ଖୋର୍ଦ୍ଧାର ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନୀଳକଣ୍ଠ ରଥ ଓ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ।