Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୀପାବଳି ଉପଲକ୍ଷେ ବିଏସଏନଏଲ୍ ର ସ୍ଵତନ୍ତ୍ର ଅଫର
ଆଜିର ଖବର

ଦୀପାବଳି ଉପଲକ୍ଷେ ବିଏସଏନଏଲ୍ ର ସ୍ଵତନ୍ତ୍ର ଅଫର

October 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
BSNL
BSNL ଆଣିଲା ଚମତ୍କାର ଅଫର: ସୁଲଭ ମୂଲ୍ୟରେ ମିଳିବ ଦୀର୍ଘ ବୈଧତା ଏବଂ ପ୍ରଚୁର ଡାଟା

ଭୁବନେଶ୍ଵର: ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ବିଏସଏନଏଲ୍ ପକ୍ଷରୁ ପ୍ରତ୍ୟେକ ବର୍ଗର ଗ୍ରାହକଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା ଉପଲବ୍ଧ କରାଯାଇଛି। ଏହା ଅକ୍ଟୋବର ୧୮, ୨୦୨୫ ରୁ ନଭେମ୍ବର ୧୮, ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ସ୍ଵତନ୍ତ୍ର ସୁବିଧା ଅନୁସାରେ ନୂତନ ଗ୍ରାହକମାନେ କେବଳ ୧ ଟଙ୍କା ଦେଇ ୪ଜି ସିମ୍ ପାଇପାରିବେ। ଉପଭୋକ୍ତାମାନେ ଏଥିରେ ଅସୀମିତ କଲ୍ , ଦୈନିକ ୨ଜିବି ଡାଟା ଓ ଦୈନିକ ୧୦୦ ଏସଏମଏସ ୩୦ ଦିନ ପର୍ଯ୍ୟନ୍ତ ଉପଭୋଗ କରିପାରିବେ। ବରିଷ୍ଠ ନାଗରିକମାନେ ଉପରୋକ୍ତ ପ୍ଳାନ ବ୍ୟତୀତ ୧୮୧୨ ଟଙ୍କା ଦେଇ ୪ଜି ସିମ୍ ପାଇପାରିବେ।

ଏଥିରେ ଉପଭୋକ୍ତାମାନେ ଅସୀମିତ କଲ୍, ଦୈନିକ ୨ଜିବି ଡାଟା ଓ ଦୈନିକ ୧୦୦ ଏସଏମଏସ ୩୬୫ ଦିନ ପର୍ଯ୍ୟନ୍ତ ଉପଭୋଗ କରିପାରିବେ। ଏହା ସହ BiTV ପ୍ରିମିୟମ ପ୍ଲାନ ୬ ମାସ ପାଇଁ ଉପଭୋଗ କରିପାରିବେ। ଗ୍ରାହକମାନଙ୍କ ପାଇଁ ଲକି ଡ୍ର ସୁବିଧା ରହିଛି, ଯେଉଁଥିରେ ଉପଭୋକ୍ତା, ଯିଏକି ସେଲ୍ଫ କେୟାର ଆପ୍ କିମ୍ବା ବିଏସଏନଏଲ୍ ୱେବସାଇଟ୍ ମାଧ୍ୟମରେ ୧୮, ୧୯, ଏବଂ ୨୦ ଅକ୍ଟୋବର ୨୦୨୫ ତାରିଖରେ ପ୍ଲାନ ୧୦୦ ଏବଂ ତା’ଠାରୁ ଅଧିକ ରିଚାର୍ଜ କରନ୍ତି ସେମାନେ ସ୍ଵୟଂଚାଳିତ ଭାବରେ ସେମାନଙ୍କ ରିଚାର୍ଜ ଦିନ ପାଇଁ ଏହି ଲକି ଡ୍ର ରେ ପ୍ରବେଶ କରିବାକୁ ଯୋଗ୍ୟ ହେବେ। ସେମାନଙ୍କ ମଧ୍ୟରୁ ୧୦ ଜଣ ଗ୍ରାହକଙ୍କ ପାଇଁ ପ୍ରତ୍ୟେକ ଦିନ ୧୦ ଗ୍ରାମର ଗୋଟିଏ ରୂପା ମୁଦ୍ରା ଜିତିବାର ସୁଯୋଗ ରହିବ । ବିଏସଏନଏଲ୍ କର୍ପୋରେଟ୍ କମ୍ବୋ ଅଫର୍ସ ସୁବିଧା ପ୍ରଦାନ କରୁଛି। ଯେଉଁ ଗ୍ରାହକମାନେ ସର୍ବନିମ୍ନ ୧୦ଟି ନୂଆ ପୋଷ୍ଟ-ପେଡ୍ ବିଏସଏନଏଲ୍ ସଂଯୋଗ ଏବଂ ଗୋଟିଏ ଏଫଟିଟିଏଚ୍ ସଂଯୋଗ ନିଅନ୍ତି, ସେମାନଙ୍କୁ ପ୍ରଥମ ମାସର ଏଫଏମସି ଉପରେ ୧୦% ରିହାତି ଦିଆଯିବ।

ଯେଉଁ ଉପଭୋକ୍ତା ସେଲ୍ଫ କେୟାର ଆପ୍ କିମ୍ବା ବିଏସଏନଏଲ୍ ୱେବସାଇଟ୍ ମାଧ୍ୟମରେ ନିଜ ପଞ୍ଜିକୃତ ନମ୍ବରରୁ ଅନ୍ୟ ବିଏସଏନଏଲ୍ ନମ୍ବରକୁ ୧୮ ଅକ୍ଟୋବର ୨୦୨୫ ରୁ ୧୮ ନଭେମ୍ବର ୨୦୨୫ ମଧ୍ୟରେ ୧୯୯ ଟଙ୍କା ଏବଂ ତା ’ଠାରୁ ଅଧିକ ଟଙ୍କାର ରିଚାର୍ଜ କରନ୍ତି ତାଙ୍କୁ ୨.୫% ରିହାତି ମିଳିବ । ସେଲ୍ଫ କେୟାର ଆପ୍ କିମ୍ବା ବିଏସଏନଏଲ୍ ୱେବସାଇଟ୍ ମାଧ୍ୟମରେ ଅନ୍ୟ ବିଏସଏନଏଲ୍ ନମ୍ବରରେ ୪୮୫ ଟଙ୍କା ଓ ପ୍ଲାନ୍ ୧୯୯୯ ଟଙ୍କା ରିଚାର୍ଜ କଲେ, ଗ୍ରାହକ ୨.୫% ରିହାତି ପାଇବେ ଏବଂ ବାକି ୨.୫% ସାମାଜିକ ସେବା ପାଇଁ ଦାନ କରାଯିବ। ବିଏସଏନଏଲ୍ ପକ୍ଷରୁ ନୂତନ ଉପଭୋକ୍ତାଙ୍କ ଠାରୁ ଆରମ୍ଭ କରି ଦୀର୍ଘ ଦିନର ଗ୍ରାହକ, ବ୍ୟକ୍ତିଗତ ଉପଭୋକ୍ତାଙ୍କ ଠାରୁ ବ୍ୟବସାୟ ଏବଂ ବରିଷ୍ଠ ନାଗରିକମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ସୁବିଧା ରହିଛି ।

ଆଲୋକର ପର୍ବ ଦୀପାବଳି ବିଏସଏନଏଲ୍ ସ୍ଵତନ୍ତ୍ର ଅଫର
Share. Facebook Twitter LinkedIn Email WhatsApp Copy Link

Related Posts

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.