ଭୁବନେଶ୍ଵର: ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଆଜି ସୁଦ୍ଧା ମୋଟ ୧୭ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନ୍ତିମ ଦିନରେ ବିଜୁ ଜନତା ଦଳରୁ ସ୍ନେହାଙ୍ଗିନୀ ଛୁରିଆ ଆଜି ୪ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିପୂର୍ବରୁ ବିଜେପିରୁ ଜୟ ଢୋଲକିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ଶେଷ ଦିନରେ ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀ ଆଉ ଦୁଇଟି ଅତିରିକ୍ତ ନାମାଙ୍କନ ପତ୍ର ସେଟ୍ ଦାଖଲ କରିଥିବା ଜଣାଯାଇଛି। ସେହିପରି ସମାଜବାଦୀ ପାର୍ଟି ପକ୍ଷରୁ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟିରୁ ରାଜାରାମ ସାହୁଙ୍କ ସମେତ ୧୧ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।