Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଏସଏଫରେ ଭାରତୀୟ ପ୍ରଜାତିର କୁକୁର
ଆଜିର ଖବର

ବିଏସଏଫରେ ଭାରତୀୟ ପ୍ରଜାତିର କୁକୁର

October 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଏସଏଫ
ବିଏସଏଫରେ ଭାରତୀୟ ପ୍ରଜାତିର କୁକୁର

ନୂଆଦିଲ୍ଲୀ: ଭାରତର ଇତିହାସ, ସଂସ୍କୃତି ଓ ପୁରାଣରେ କୁକୁରମାନଙ୍କର ଏକ ବିଶେଷ ସ୍ଥାନ ରହିଛି। ସ୍ବଦେଶୀ ପ୍ରଜାତିର କୁକୁରମାନେ ନିଜର ସାହସ, ବିଶ୍ବସ୍ତତା ଓ ସାମର୍ଥ୍ୟ ପାଇଁ ଜଣାଶୁଣା। ବିଭିନ୍ନ ରାଜଦରବାରରେ କୁକୁରମାନଙ୍କ ଉପସ୍ଥିତି, ମଣିଷ ସହ ସେମାନଙ୍କର ସମ୍ପର୍କ ତଥା ଭାରତର ସାମରିକ ଓ ସାଂସ୍କୃତିକ ଐତିହ୍ୟରେ ସେମାନଙ୍କ ସ୍ବତନ୍ତ୍ର ସ୍ଥାନକୁ ଦର୍ଶାଉଛି।

ଏହି ସୁନ୍ଦର ପରମ୍ପରାରେ ଏକ ନୂଆ ଫର୍ଦ୍ଦ ସେତେବେଳେ ଯୋଡ଼ିହେଲା, ଯେତେବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମସିହା ଜାନୁଆରୀରେ ଟେକାନପୁରଠାରେ ଥିବା ସୀମା ସୁରକ୍ଷା ବଳ (ବିଏସଏଫ)ର ଜାତୀୟ କୁକୁର ତାଲିମ କେନ୍ଦ୍ର (ଏନଟିସିଡି) ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଭାରତୀୟ ସୁରକ୍ଷା ବାହିନୀଗୁଡ଼ିକରେ ସ୍ବଦେଶୀ ପ୍ରଜାତିର କୁକୁରମାନଙ୍କ ଉପଯୋଗକୁ ପ୍ରେତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସୁରକ୍ଷା ବଳଗୁଡିକରେ ପ୍ରଜାତିର କୁକୁରମାନଙ୍କ ଚିହ୍ନଟ, ତାଲିମ ଓ ରଣକ୍ଷେତ୍ରରେ ମୁତୟନ ଉପରେ ଗୁରୁତ୍ବ ବୃଦ୍ଧି ପାଇଥିଲା। ପରେ ୨୦୨୦ ମସିହା ଅଗଷ୍ଟ ମାସରେ ମନ କି ବାତରେ ସେ ‘ଆତ୍ମନିର୍ଭର ଭାରତ’ ଓ ‘ଭୋକାଲ ଫର ଲୋକାଲ’ ଉପରେ ଗୁରୁତ୍ବ ଦେଇ ନାଗରିକମାନଙ୍କୁ ସ୍ବଦେଶୀ ପ୍ରଜାତିର କୁକୁରମାନଙ୍କ ପାଳନ ପାଇଁ ପରାମର୍ଶ ଦେଇଥିଲେ।

ଏଥିରେ ଅନୁପ୍ରାଣିତ ହୋଇ ବିଏସଏଫ ଦୁଇଟି ଭାରତୀୟ ପ୍ରଜାତିର କୁକୁର- ରାମପୁର ହାଉଣ୍ଡ ଓ ମୁଧୋଲ ହାଉଣ୍ଡର ବ୍ୟବହାର କରିବା ଆରମ୍ଭ କରିଥିଲା। ନିଜର ସହନଶୀଳତା, ସାମର୍ଥ୍ୟ, ପରିସ୍ଥିତି ସହ ଖାପଖୁଆଇବା ପାଇଁ ପ୍ରସିଦ୍ଧ ଏସବୁ କୁକୁର ଭାରତର ଭୌଗୋଳିକ ଜଳବାୟୁ ପାଇଁ ବେଶ ଉପଯୁକ୍ତ। ରୋଗପ୍ରତିରୋଧକ ଶକ୍ତି, ସହନଶୀଳତା ଓ କମ ପାଳନ ଖର୍ଚ୍ଚ ସେମାନଙ୍କୁ ବିଏସଏଫ ପାଇଁ ବେଶ ଉପଯୋଗୀ କରିଛି। ରାମପୁର ହାଉଣ୍ଡ ଉତ୍ତରପ୍ରଦେଶର ରାମପୁର ଗଡ଼ଜାତ ରାଜ୍ୟରୁ ଆସୁଥିବାବେଳେ ମୁଧୋର ହାଉଣ୍ଡ ଡେକ୍କାନ ମାଳଭୂମିରୁ ଆସିଥାଏ। ମୁଧୋର ହାଉଣ୍ଡ କୁକୁର ମାନଙ୍କୁ ମରାଠା ବାହିନୀ ନିୟମିତଭାବେ ବ୍ୟବହାର କରୁଥିଲା।

ବିଏସଏଫ ଏସବୁ ଭାରତୀୟ ପ୍ରଜାତିର କୁକୁରମାନଙ୍କୁ କେବଳ ଏନଟିସିଡିରେ ତାଲିମ ଦେଉନାହିଁ ବରଂ ଏନଟିସିଡି ଓ ଅନ୍ୟ ଅଞ୍ଚଳରେ ଥିବା ଶିବିରଗୁଡ଼ିକରେ ପ୍ରଜନନ ଓ ପାଳନ କରାଯାଉଛି। ଏପରିକି କେ-୯ ତାଲିମ କେନ୍ଦ୍ରଗୁଡିକରେ ମଧ୍ୟ ଏସବୁ କୁକୁରମାନଙ୍କ ପ୍ରଜନନ ଓ ପାଳନ ଆରମ୍ଭ ହୋଇଛି। ଆଜି ପ୍ରାୟ ୧୫୦ଟି ଭାରତୀୟ ପ୍ରଜାତିର କୁକୁରଙ୍କୁ ବିଭିନ୍ନ ଅପରେସନାଲ ଥିଏଟର, ଯେପରିକି ପଶ୍ଚିମ ଓ ପୂର୍ବାଞ୍ଚଳ ସୀମା ଓ ନକ୍ସଲ ବିରୋଧୀ ଅପରେସନରେ ମୁତୟନ କରାଯାଉଛି । ଏସବୁ କ୍ଷେତ୍ରରେ ସେମାନଙ୍କ ପ୍ରଦର୍ଶନ ବେଶ ଉଲ୍ଲେଖନୀୟ ରହିଛି।

ଲକ୍ଷ୍ନୌରେ ଗତବର୍ଷ ଅନୁଷ୍ଠିତ ଅଖିଳ ଭାରତ ପୋଲିସ ଡ୍ୟୁଟି ମିଟ୍-୨୦୨୪ ମସିହାରେ ବିଏସଏଫର ମୁଧୋର ହାଉଣ୍ଡ ରିୟା ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା। ଏହି କୁକୁର ୧୧୬ଟି ବିଦେଶୀ ପ୍ରଜାତିଙ୍କୁ ପଛରେ ପକାଇ ଉଭୟ ଶ୍ରେଷ୍ଠ ଟ୍ରାକର ଟ୍ରେଡ୍ ଓ ମିଟ୍ ର ସର୍ବଶ୍ରେଷ୍ଠ କୁକୁର ମାନ୍ୟତା ପାଇଥିଲା।

ଗୁଜରାଟର ଏକତା ନଗରରେ ହେବାକୁ ଥିବା ଏକତାଦିବସ ପରେଡରେ ବି ବିଏସଏଫର ଏକ ଭାରତୀୟ ପ୍ରଜାତି କୁକୁର ବାହିନୀ ଯୋଗ ଦେବ। ଏହି ଅବସରରେ କୁକୁର ତାଲିମ, ସେମାନଙ୍କ ଯୁଦ୍ଧକୌଶଳ ଓ ରଣନୈତିକ ଦକ୍ଷତାର ପ୍ରଦର୍ଶନ କରାଯିବ।

ସୀମା ସୁରକ୍ଷା ବାହିନୀ ଦ୍ୱାରା ଭାରତୀୟ ପ୍ରଜାତିର କୁକୁରମାନଙ୍କୁ ସାମିଲ କରିବା, ପ୍ରଜନନ କରିବା ଏବଂ ମୁତୟନ କରିବା ଭାରତର ଆତ୍ମନିର୍ଭରଶୀଳତା, ଜାତୀୟ ଗର୍ବ ଏବଂ ସ୍ବଦେଶୀ ଐତିହ୍ୟର ପୁନରୁଦ୍ଧାର ପ୍ରତି ପ୍ରତିବଦ୍ଧତାର ଏକ ବଳିଷ୍ଠ ପ୍ରମାଣ।

ବିଏସଏଫ ଭାରତୀୟ ପ୍ରଜାତି
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Latest News

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.