Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ବିକଶିତ ଭାରତ” ଗଠନରେ ଆଦିବାସୀ ଯୁବ ନେତୃତ୍ୱ ହେବ ପ୍ରଗତିର ଭିତ୍ତି: ଡକ୍ଟର ମନସୁଖ ମାଣ୍ଡଭିୟ
ଆଜିର ଖବର

“ବିକଶିତ ଭାରତ” ଗଠନରେ ଆଦିବାସୀ ଯୁବ ନେତୃତ୍ୱ ହେବ ପ୍ରଗତିର ଭିତ୍ତି: ଡକ୍ଟର ମନସୁଖ ମାଣ୍ଡଭିୟ

October 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡକ୍ଟର ମନସୁଖ ମାଣ୍ଡଭିୟ
“ବିକଶିତ ଭାରତ” ଗଠନରେ ଆଦିବାସୀ ଯୁବ ନେତୃତ୍ୱ ହେବ ପ୍ରଗତିର ଭିତ୍ତି: ଡକ୍ଟର ମନସୁଖ ମାଣ୍ଡଭିୟ

ମୁମ୍ବାଇ: ମୁମ୍ବାଇ ମାରୋଲସ୍ଥିତ ପୋଲିସ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ହେଉଛି ୧୭ତମ ଜନଜାତି ଯୁବ ବିନିମୟ କାର୍ଯ୍ୟକ୍ରମ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ସହଯୋଗ ଓ ମହାରାଷ୍ଟ୍ର ରାଜ୍ୟ ପୋଲିସ ଦ୍ୱାରା ସମନ୍ୱିତରେ ଅକ୍ଟୋବର ୨୭ରେ ଆରମ୍ଭ ହୋଇ ୨ ନଭେମ୍ବର, ୨୦୨୫ରେ ଶେଷ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ସମ୍ମାନିତ ଅତିଥି ଭାବେଯୋଗ ଦେଇଥିଲେ।

୨୦୪୭  ସୁଦ୍ଧା ଏକ ବିକଶିତ ଭାରତ ଗଠନରେ ଯୁବ ଆଦିବାସୀ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ। ସେ ଦକ୍ଷତା ବିକାଶ ଏବଂ ଡିଜିଟାଲ ସଶକ୍ତିକରଣ ମାଧ୍ୟମରେ ଦେଶର “ବିକଶିତ ଭାରତ” ଦୃଷ୍ଟିକୋଣକୁ ସକ୍ରିୟ ଭାବରେ ଯୋଗଦାନ ଦେବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ।

ଡକ୍ଟର ମାଣ୍ଡଭିୟ ମଧ୍ୟ “ମେରା ଯୁବା (ମୋ) ଭାରତ ପୋର୍ଟାଲ”ର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହି ପ୍ଲାଟଫର୍ମରେ ଯୁବପିଢ଼ିଙ୍କୁ ସେମାନଙ୍କର ଡିଜିଟାଲ ପରିଚୟ ସୃଷ୍ଟି କରିବାକୁ ଉତ୍ସାହିତ କରିଥିଲେ। ଏହି ପୋର୍ଟାଲ୍ ଚାକିରି ସୁଯୋଗ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ଅନଲାଇନ୍ ପ୍ରତିଯୋଗିତା ଏବଂ ଅର୍ଥପୂର୍ଣ୍ଣ କାର୍ଯ୍ୟ ବିଷୟରେ ବ୍ୟାପକ ସୂଚନା ପ୍ରଦାନ କରିବା ସହ ଚିନ୍ତାଧାରା ବାଣ୍ଟିବାର ଉପାୟ ମଧ୍ୟ ପ୍ରଦାନ କରିଥାଏ, ଯାହା ଦ୍ୱାରା ଯୁବପିଢ଼ି ଅପଡେଟ୍ ଏବଂ ସଂଯୁକ୍ତ ରହିପାରିବେ।

ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରବୀଣ କୁମାର ପଡ଼ୱାଲ, ସ୍ୱତନ୍ତ୍ର ପୋଲିସ ମହାନିରୀକ୍ଷକ, ତାଲିମ ବିଭାଗ, ମହାରାଷ୍ଟ୍ର ରାଜ୍ୟ ପୋଲିସ ଅନୁପ ଇଙ୍ଗୋଲ, ଜିଲ୍ଲା ଯୁବ ଅଧିକାରୀ, ରବିନ୍ଦ୍ର ଡାଲଭି, ମାରୋଲ ପୋଲିସ ତାଲିମ କେନ୍ଦ୍ର ଅଧ୍ୟକ୍ଷ ଏବଂ ଜୁଡୋ ଆସୋସିଏସନର ଯତୀନ ବାଙ୍ଗେରା ପ୍ରମୁଖ ଉପସ୍ତିତ ଥିଲେ।

ଏହି ପଦକ୍ଷେପ ଆଦିବାସୀ ଯୁବକମାନଙ୍କୁ ଜ୍ଞାନ, କୌଶଳ ଓ ସର୍ବାଙ୍ଗୀନ ବିକାଶ ଏବଂ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଅଂଶଗ୍ରହଣ ପାଇଁ ସୁଯୋଗ ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଥାଏ।

କେନ୍ଦ୍ର ଯୁବ ଏବଂ କ୍ରୀଡା ମନ୍ତ୍ରୀ ଜନଜାତି ଯୁବ ବିନିମୟ କାର୍ଯ୍ୟକ୍ରମ ଡକ୍ଟର ମନସୁଖ ମାଣ୍ଡଭିୟ ପୋଲିସ ତାଲିମ କେନ୍ଦ୍ର ବିକଶିତ ଭାରତ ମାରୋଲ ମୁମ୍ବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ କୁ ପିଟି ହୋଇ ମୋଟରସାଇକେଲ ଚାଳକର ମୃତ୍ୟୁ

November 27, 2025

ବାଲୁଗାଁ ମୁଖ୍ୟରାସ୍ତା ଉଭୟ ପାର୍ଶ୍ୱରୁ ବେଆଇନ ଜବରଦଖଲ ଉଚ୍ଛେଦ

November 27, 2025

ଦୁବାଇ ଦୁର୍ଘଟଣାର ପ୍ରଭାବ?, ତେଜସ୍ କିଣିବ ନାହିଁ ଆର୍ମେନିଆ, ଭାଙ୍ଗିଗଲା ୧୦୭୦୫୯୮୮୫୬୮୦ ମୂଲ୍ୟର ଚୁକ୍ତି!

November 27, 2025

ସିନେଡବ୍ସ ଏକୀକରଣ ସହିତ ସୁଗମ୍ୟତା ଏବଂ ସମାବେଶନ ବଢ଼ାଇଲା 56ତମ ଆଇଏଫଏଫଆଇ

November 27, 2025
Latest News

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ କୁ ପିଟି ହୋଇ ମୋଟରସାଇକେଲ ଚାଳକର ମୃତ୍ୟୁ

November 27, 2025

ବାଲୁଗାଁ ମୁଖ୍ୟରାସ୍ତା ଉଭୟ ପାର୍ଶ୍ୱରୁ ବେଆଇନ ଜବରଦଖଲ ଉଚ୍ଛେଦ

November 27, 2025

ଦୁବାଇ ଦୁର୍ଘଟଣାର ପ୍ରଭାବ?, ତେଜସ୍ କିଣିବ ନାହିଁ ଆର୍ମେନିଆ, ଭାଙ୍ଗିଗଲା ୧୦୭୦୫୯୮୮୫୬୮୦ ମୂଲ୍ୟର ଚୁକ୍ତି!

November 27, 2025

ସିନେଡବ୍ସ ଏକୀକରଣ ସହିତ ସୁଗମ୍ୟତା ଏବଂ ସମାବେଶନ ବଢ଼ାଇଲା 56ତମ ଆଇଏଫଏଫଆଇ

November 27, 2025

ଆଜି ରାଷ୍ଟ୍ରପତି କିଛି ସମୟ ପାଇଁ ହେବେ ମନ୍ତ୍ରୀ, ଆଶ୍ଚର୍ଯ୍ୟ ଲାଗୁଛି କି? ଜାଣନ୍ତୁ କେମିତି

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.