Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

November 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା
ମାଣ୍ଡିଆ ଭାରତର ଇତିହାସ ଓ଼ ସଂସ୍କୃତି ସହ ଜଡିତ

ଖୋର୍ଦ୍ଧା: ଖୋର୍ଦ୍ଧା ଏଡ଼ିଓ଼ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ସଭାପତି ଅଧ୍ୟକ୍ଷା, ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରଧର ମିଶ୍ର, ଏ. ଏ. ଈ ପ୍ରଦୀପ୍ତ ନାୟକ, ଏ. ଆର. ସି. ଏସ ଭଗମତ ମାରାଣ୍ଡି, କେ. ବି. କେ ବୈଜ୍ଞାନିକ ହରପ୍ରିୟା ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ରୂପଶ୍ରୀ ରାଣୀ ଗୁମାନସିଂ ସମସ୍ତଙ୍କୁ ମାଣ୍ଡିଆର ବ୍ୟବହାର ଓ଼ ଚାଷ ପ୍ରସାରିତ କରିବା ସହ ବିଶ୍ୱ ସ୍ତରରେ ପହଂଚାଇବା ପାଇଁ ଆହ୍ୱାନ କରିଥିଲେ। ମାଣ୍ଡିଆର ମୂଲ୍ୟଯୁକ୍ତ ଉତ୍ପାଦର ବଜାରୀ କରଣର ସୁଵିଧା ଯୋଗାଇବାର ଆବଶ୍ୟକ ରହିଥିବାର କହିଥିଲେ। ଗାଁ ଗହଳିରେ ପୂର୍ବ ପୁରୁଷଙ୍କ ଅମଳରୁ ମାଣ୍ଡିଆ ଉପଯୁକ୍ତ ଖାଦ୍ୟ ଭାବେ ଉପଯୋଗ ହୋଇ ଅସୁଥିବା କହିଥିଲେ।

ସମ୍ମାନିତ ଅତିଥି ଭାବେ କେ. ବି. କେ ବୈଜ୍ଞାନିକ ଭାରତର ଇତିହାସ ଓ଼ ସଂସ୍କୃତି ସହ ଜଡିତ ବୋଲି କହିଥିଲେ।  ହରପପ୍ପା ସଭ୍ୟତାରେ ମଧ୍ୟ ମାଣ୍ଡିଆକୁ ଖାଦ୍ୟ ଭାବେ ବ୍ୟବହାର କରାଯାଉଥିବା ନେଇ ପ୍ରତ୍ନତତ୍ତ୍ଵବିତ ମାନେ ପ୍ରମାଣ ଦେଇଛନ୍ତି ବୋଲି କହିଥିଲେ।

ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି କହିଥିଲେ ଶ୍ରୀଅନ୍ନ ଅଭିଯାନ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ଼ ବାଣପୁର ବ୍ଲକରେ କାର୍ଯ୍ୟକ୍ରମ ହେଉଛି ବୋଲି ଜଣାଇ ଥିଲେ।

ଏହି ଅବସରରେ ଏ. ଡ଼ି. ଓ଼ ଅଫିସ ପ୍ରାଙ୍ଗଣରେ ଖାଦ୍ୟ ମହୋତ୍ସବ ଆୟୋଜନ କରା ଯାଇଥିଲା। ଅତିଥିମାନେ ଖାଦ୍ୟ ଷ୍ଟଲ ଉଦଘାଟନ କରିବା ସହ ମାଣ୍ଡିଆରେ ତିଆରି ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଚାଖିଥିଲେ। ଉତ୍ସବରେ ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀ ଏବଂ ଚାଷୀଙ୍କୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପରିବେଷଣ କରା ଯାଇଥିଲା। ମାଣ୍ଡିଆ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସଫଳ ଚାଷୀ, କାର୍ଯ୍ୟରତ ଅଂଶୀଦାର ମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଟାଙ୍ଗୀ ବ୍ଲକର ଶ୍ରେଷ୍ଠ ମାଣ୍ଡିଆ କୃଷକ ନୂଆଗଡ ପଂଚାୟତର ସୁରଥ ବିଶ୍ୱାଳ ଓ଼ ବାଣପୁର ବ୍ଲକର ନୀଳାଦ୍ରି ପ୍ରସାଦ ପଂଚାୟତର ଦାମ ଶବର, ଶ୍ରେଷ୍ଠ ଷ୍ଟଲ ପ୍ରଦର୍ଶନ ଭାବରେ ବାଣପୁର ସହଯୋଗୀ ବେସରକାରୀ ସଂସ୍ଥା ଇଶାନେ ସ୍ୱର ଯୁବକ ସଙ୍ଘ, ଟାଙ୍ଗୀ ବ୍ଲକର ଶ୍ରେଷ୍ଠ ସହଯୋଗୀ ବେସରକାରୀ ସଂସ୍ଥା ଭାବେ ବିଶ୍ୱ ଜୀଵନ ସେବା ସଂଘ ଓ଼ ଶ୍ରେଷ୍ଠ କୃଷକ ଉତ୍ପାଦକ କମ୍ପାନୀ ଭାବେ ବାଲି ହରଚଣ୍ଡୀ ଫାର୍ମର ପ୍ରଡ୍ୟୁଷର କମ୍ପାନୀ ଲିମିଟେଡ଼, ଟାଙ୍ଗୀ ବ୍ଲକର ଶ୍ରେଷ୍ଠ ଗୋଷ୍ଠୀ ସମ୍ବଳ ବ୍ୟକ୍ତି ଅନୁପ କୁମାର ବେହେରା, ଶ୍ରେଷ୍ଠ ମହିଳା ଏସ. ଏଚ. ଜି ଭାବରେ ଟାଙ୍ଗୀ ବ୍ଲକର ଉଜ୍ଜଳା ଗୋପୀନାଥ ପୁରର ଅର୍ଣ୍ଣପୂର୍ଣ୍ଣା ଏସ. ଏଚ. ଜି ଓ଼ ବାଣପୁର ବ୍ଲକର ଦେଓଗାଁ ପଞ୍ଚାୟତର ମା ତାରିଣୀ ଏସ. ଏଚ. ଜି ଓ଼ ଶ୍ରୀଅନ୍ନ ଅଭିଯାନ ର ଶ୍ରେଷ୍ଠ ବ୍ଲକ ଭାବେ ଟାଙ୍ଗି ବ୍ଲକ ର କୃଷି ଅଧିକାରୀ ସୌମେନ୍ଦ୍ର କୁମାର ବେହେରା ପୁରସ୍କୃତ ଓ଼ ସମ୍ମାନିତ କରା ଯାଇଥିଲା।

ଶ୍ରୀଅନ୍ନ ଅଭିଯାନର ଜିଲ୍ଲା ସଂଯୋଜିକା ଜେସିକା ସାହୁ ଓ଼ ଟାଙ୍ଗୀ ବ୍ଲକ ସହକାରୀ କୃଷି ଅଧିକାରୀ ଦୁର୍ଗେଶ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରି ଚାଳନା କରିଥିଲେ।

ଖୋର୍ଦ୍ଧା ମାଣ୍ଡିଆ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ସାଂସଦ ଦିଲ୍ଲୀପ ରାୟଙ୍କ ସଂସଦରେ ପ୍ରଶ୍ନ, ଓଡ଼ିଶାରେ କେତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଅଛି?

August 4, 2026

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା JEE ଏବଂ NEET କୋଚିଂ ପ୍ରଦାନ କରିବାକୁ ଦିଲ୍ଲୀ ସରକାରଙ୍କ ଘୋଷଣା

August 4, 2026

ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ 

August 4, 2026

ପୁରୀ ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ଭାବେ ମାନ୍ୟତା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

August 4, 2026
Latest News

ସାଂସଦ ଦିଲ୍ଲୀପ ରାୟଙ୍କ ସଂସଦରେ ପ୍ରଶ୍ନ, ଓଡ଼ିଶାରେ କେତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଅଛି?

August 4, 2026

ପଳାତକ ଅପରାଧୀଙ୍କ ବିରୋଧରେ ରଣନୀତି, ୩୬ଟି ଦେଶରୁ ୨୭୪ ଜଣଙ୍କୁ ଫେରାଇ ଅଣାଯାଇଛି

August 4, 2026

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା JEE ଏବଂ NEET କୋଚିଂ ପ୍ରଦାନ କରିବାକୁ ଦିଲ୍ଲୀ ସରକାରଙ୍କ ଘୋଷଣା

August 4, 2026

ଛାତ୍ର ଆନ୍ଦୋଳନକାରୀଙ୍କ ବିରୋଧରେ ଥିବା ମାମଲାକୁ ରାଜ୍ୟ ସରକାର ଚାହିଁଲେ ପ୍ରତ୍ୟାହାର କରିପାରିବେ

August 4, 2026

ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ 

August 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.