ଭୁବନେଶ୍ଵର: ନୂଆପଡା ବିଜେପି କାର୍ଯ୍ୟାଳୟଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଡ. ସମ୍ବିତ ପାତ୍ର ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି। ନୂଆପଡ଼ା ଟ୍ରିପଲ ଇଞ୍ଜିନରେ ଯୋଡ଼ି ହେବ ବୋଲି ସେ ପ୍ରକାଶ କରିଛନ୍ତି। ନୂଆପଡ଼ାର ମୁଖ୍ୟ ସମସ୍ୟା ଦାଦନ ଦୂରୀକରଣ ଓ କର୍ମ ସଂସ୍ଥା ସୃଷ୍ଟି ହେବ ବୋଲି କହି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦେଇଥିବା ଟିପ୍ପଣୀ ଉପରେ ଆପତ୍ତି ଉଠାଇ ଡକ୍ଟର ପାତ୍ର ସମାଲୋଚନା କରିଛନ୍ତି।


