Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧାରା ୩୭୦ ଉଚ୍ଛେଦ :  ଏବେ କାଶ୍ମୀରରେ ଆରପିସି ବଦଳରେ ପ୍ରଚଳିତ ହେବ ଆଇପିସି
ଆଜିର ଖବର

ଧାରା ୩୭୦ ଉଚ୍ଛେଦ :  ଏବେ କାଶ୍ମୀରରେ ଆରପିସି ବଦଳରେ ପ୍ରଚଳିତ ହେବ ଆଇପିସି

August 5, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆଜି କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ପରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ନିଆଯାଇଛି। ଫଳରେ ଏଠାରେ ୧୯୩୨ଠାରୁ ପ୍ରଚଳିତ ଥିବା ୮୭ ବର୍ଷ ପୁରାତନ ରଣବୀର ଦଣ୍ଡ ସଂହିତା(ଆର୍‌ପିସି) ବଦଳରେ ଏବେ ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର ପ୍ରଚଳନ ହେବ। ରଣବୀର ଦଣ୍ଡ ସଂହିତା ରାଜା ରଣବୀର ସିଂଙ୍କ ଦ୍ୱାରା ପ୍ରଚଳନ କରାଯାଇଥିଲା। ତାଙ୍କ ପରେ ବ୍ରିଟିଶ୍‌ ସମୟରେ ମଧ୍ୟ ଏହି ଦଣ୍ଡ ସଂହିତା ରାଜ୍ୟରେ ଜାରି ରହିଥିଲା। ଭାରତ ସ୍ବାଧୀନତା ପାଇବା ପରେ ପ୍ରଥମ ଜମ୍ମୁ କାଶ୍ମୀର ସ୍ବତନ୍ତ୍ର ରାଜ୍ୟ ରହିଥିଲା । ସେହି ସମୟରେ ଜମ୍ମୁ କାଶ୍ମୀରରେ ଡୋଗରା ରାଜବଂଶର ଶାସନ ଚାଲିଥିଲା । ସେଠାରେ ମହାରାଜାଙ୍କ ନାମ ଅନୁସାରେ ରଣବୀର ଦଣ୍ଡ ସଂହିତା ଲାଗୁ କରାଯାଇଥିଲା । ଭାରତୀୟ ଦଣ୍ଡ ସଂହିତା ଏବଂ ରଣବୀର ଦଣ୍ଡ ସଂହିତା ମଧ୍ୟରେ କେତେକ ଭିନ୍ନତା ରହିଛି। ଭାରତୀୟ ଦଣ୍ଡ ସଂହିତା ଧାରା (ଆଇପିସି) ୧୫୩-ସି-ଏ-ଏ ଅନ୍ତର୍ଗତ ସର୍ବ ସାଧାରଣ ସ୍ଥଳକୁ ଅସ୍ତ୍ରଶସ୍ତ୍ର ଧରି ଯିବାର ଅପରାଧ। ମାତ୍ର ରଣବୀର ଦଣ୍ଡ ସଂହିତାରେ ଏନେଇ କୌଣସି ଉଲ୍ଲେଖ ହୋଇ ନାହିଁ। ସେହିପରି ଭାରତୀୟ ଦଣ୍ଡ ସଂହିତା ଧାରା ୧୯୫-ଏ ଅନର୍ଗତ ମିଛ ସାକ୍ଷ୍ୟ ଦେବା ଅପରାଧ ତେବେ ରଣବୀର ଦଣ୍ଡ ସଂହିତାରେ ଏନେଇ କୌଣସି ଦଣ୍ଡାଦେଶ ନାହିଁ। ଭାରତୀୟ ଦଣ୍ଡ ସଂହିତା ଧାରା ୨୮୧ ଅନ୍ତର୍ଗତ ମିଥ୍ୟାର ଆଶ୍ରୟ ନେବା ଅଥବା ଅନ୍ୟ କାହାକୁ ସତ୍ୟଠାରୁ ଦୂରେଇ ରଖିବା ଦୋଷାବହ। ମାତ୍ର ରଣବୀର ଦଣ୍ଡ ସଂହିତାରେ ଏହାର ଉଲ୍ଲେଖ ନାହିଁ। ଆଇପିସି ଧାରା ୩୦୪-ବି ଅନ୍ତର୍ଗତ ଯୌତୁକ ନିର୍ଯାତନା ମୃତ୍ୟୁ ଅପରାଧ। ମାତ୍ର ଆର୍‌ପିସି ଏହାର ଉଲ୍ଲେଖ ନାହିଁ। ସେହିପରି ଆଇପିସି ଧାରା ୧୯୦ ଅନ୍ତର୍ଗତ ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ସାମଗ୍ରୀ ବଣ୍ଟନ ଦୋଷାବହ ତେବେ ଆର୍‌ପିସିରେ ଏହାର ଉଲ୍ଲେଖ ନାହିଁ। ସେହିପରି ଆରପିସିରେ ଥିବା ଲାଞ୍ଚଖୋର ପାଇଁ ଆରପିସି ୪୨୦ଏ ଅନ୍ତର୍ଗତରେ ଏଥିପାଇଁ ସରକାର, ସକ୍ଷମ ଅଧିକାରୀ ଧୋକା ତଥା ଛଳନା ପାଇଁ ଦଣ୍ଡ ନିର୍ଦ୍ଧାରଣ କରିପାରିବେ । ସେହିପରି ରଣବୀର ଦଣ୍ଡ ସଂହିତାରେ ଧାରା ୨୦୪ ଏରେ ପ୍ରମାଣ ନଷ୍ଟ ତଥା ବିଗାଡ଼ିବା ପାଇଁ ଦଣ୍ଡର ପ୍ରାବଧାନ ଥିବାବେଳେ  ଏହି ବିଷୟରେ ସେପରି କିଛି ସ୍ପଷ୍ଟୀକରଣ ଆଇପିସିରେ ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଝଡ଼ରେ ଫସିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ସୁରକ୍ଷିତ ବାହାର କଲେ ପାଇଲଟ୍

May 7, 2026

ନିଟ୍ ୟୁଜି-୨୦୨୬: ଏହି ଚାରୋଟି ରାଜ୍ୟରୁ ପୂରଣ ହେଲା ୪୧% ରୁ ଅଧିକ ଫର୍ମ

May 7, 2026

ମହାନଦୀରେ ସଂଗୃହିତ ଜଳରାଶି ସମ୍ପର୍କିତ ତଥ୍ୟ ବିଭ୍ରାନ୍ତିକର: ମହାନଦୀ ବଞ୍ଚାଓ ଆନ୍ଦୋଳନ

May 7, 2026

ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଦିନିକିଆ ସିରିଜ: IPL ଛାଡିବେ କି କଙ୍ଗାରୁ ଖେଳାଳି?, ଜାଣନ୍ତୁ ଅପଡେଟ୍

May 7, 2026
Latest News

ଝଡ଼ରେ ଫସିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ସୁରକ୍ଷିତ ବାହାର କଲେ ପାଇଲଟ୍

May 7, 2026

ନିଟ୍ ୟୁଜି-୨୦୨୬: ଏହି ଚାରୋଟି ରାଜ୍ୟରୁ ପୂରଣ ହେଲା ୪୧% ରୁ ଅଧିକ ଫର୍ମ

May 7, 2026

ମହାନଦୀରେ ସଂଗୃହିତ ଜଳରାଶି ସମ୍ପର୍କିତ ତଥ୍ୟ ବିଭ୍ରାନ୍ତିକର: ମହାନଦୀ ବଞ୍ଚାଓ ଆନ୍ଦୋଳନ

May 7, 2026

ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଦିନିକିଆ ସିରିଜ: IPL ଛାଡିବେ କି କଙ୍ଗାରୁ ଖେଳାଳି?, ଜାଣନ୍ତୁ ଅପଡେଟ୍

May 7, 2026

ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.