Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଓଏସଇଏଫଡ଼ି ପକ୍ଷରୁ ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜ୍ଞାପନ
ଆଜିର ଖବର

ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଓଏସଇଏଫଡ଼ି ପକ୍ଷରୁ ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜ୍ଞାପନ

November 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଓଏସଇଏଫଡ଼ି ପକ୍ଷରୁ ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜ୍ଞାପନ
ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଓଏସଇଏଫଡ଼ି ପକ୍ଷରୁ ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜ୍ଞାପନ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବା ପାଇଁ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘ (ଓଏସଇଏଫଡ଼ି) ରାଜ୍ୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ଓ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଅଦମ୍ୟ ପ୍ରଚ଼େଷ୍ଟା ଓ ସଂଘର୍ଷ ୨୦୧୭ ମସିହାରୁ କରିଆସୁଥିଲା। ଏହି ନ୍ୟାର୍ଯ୍ୟ ଦାବିକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ପ୍ରଦାନ କରିଛନ୍ତି ଓ ଓଡ଼ିଶା ସରକାରଙ୍କ ସମର୍ଥନରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବ ବୋଲି ଓସେପା ପକ୍ଷରୁ ସୂଚନା ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ସଂଘକୁ ମାର୍ଗଦର୍ଶନ ଦେଇଥିବା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଏବଂ ସକ୍ଷମ ସଂଗଠନକୁ ଓଏସଇଏଫଡ଼ି ସଂଘ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛି।

ଏହି ଅବସରରେ ଓଡ଼ିଶାର ଅନେକ ଜିଲ୍ଲାର ସଂଘର ନେତୃବୃନ୍ଦ ଆସି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ସାକ୍ଷାତ କରି କୃତଜ୍ଞତାର ସହ ଧନ୍ୟବାଦ୍ ଜ୍ଞାପନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। ତତସହିତ ଖୁବଶୀଘ୍ର ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ପ୍ରକାଶ ଏବଂ ଓଟିଇଟି ପେପର ୨ ରେ ଦୁଇବର୍ଷିଆ ସ୍ବତନ୍ତ୍ର ବି.ଇଡ଼ି ଦର୍ଶାଯାଇ ନଥିବାରୁ ଅନେକ ଆଶାୟୀ ଆବେଦନ କରିବାରୁ ବଞ୍ଚିତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଖୁବଶୀଘ୍ର ଏହାର ସମାଧାନ ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ କରାଯାଇଛି‌। ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ସ୍ବାବଲମ୍ବୀ ଓ ସଶକ୍ତିକରଣ କରିବା ପାଇଁ ଲୋକଙ୍କ ସରକାର ଯେଉଁ ଯୁଗାନ୍ତକାରୀ ଓ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ଓ ଅଭିନନ୍ଦନୀୟ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଏହି ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ସଭାପତି ସୂର୍ଯ୍ୟକାନ୍ତ ବେହେରା, ସଂପାଦକ ଆୟୁଷ୍ମାନ ଚୌଧୁରୀ, ଉପସଭାପତି ବିଶ୍ବବିଜୟୀ ଦାଶ, କୋଷାଧ୍ୟକ୍ଷ ଅଭିଷେକ ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦିକା ଆର୍ଷି ଉପାସନା କର, ସହ-କୋଷାଧ୍ୟକ ପ୍ରିୟବ୍ରତ ରାଉତଙ୍କ ସମେତ ସମସ୍ତ ଜିଲ୍ଲାର ନେତୃମଣ୍ଡଳୀ ମାନେ ଯୋଗ ଦେଇଥିଲେ।

ଓଏସଇଏଫଡ଼ି ଓଟିଇଟି ଆବେଦନ ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ୍ ସ୍ବତନ୍ତ୍ର ଶିକ୍ଷକ ପଦବୀ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ପାରିତ ହେଲା ଏକ ସଂକଳ୍ପ

June 10, 2026

ଅଷ୍ଟ୍ରେଲିଆ ଗସ୍ତରେ ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି!: କ୍ରିକେଟ ପ୍ରଶଂସକଙ୍କୁ ମିଳିବ ଉପହାର

June 10, 2026

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026
Latest News

କେବେ ମମତାଙ୍କୁ ସୟାନୀ ଘୋଷ କହୁଥିଲେ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ, ଏବେ ନେଲେ ୟୁ-ଟର୍ଣ୍ଣ

June 10, 2026

୭୮ ଦିନ ପାଇଁ ଅପରିବର୍ତ୍ତିତ ରହିବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଜାଣନ୍ତୁ ସରକାରଙ୍କ ଯୋଜନା

June 10, 2026

କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ପାରିତ ହେଲା ଏକ ସଂକଳ୍ପ

June 10, 2026

ଅଷ୍ଟ୍ରେଲିଆ ଗସ୍ତରେ ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି!: କ୍ରିକେଟ ପ୍ରଶଂସକଙ୍କୁ ମିଳିବ ଉପହାର

June 10, 2026

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.