Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪ଟି ଶ୍ରମ ସଂହିତାର କାର୍ଯ୍ୟକାରିତାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

୪ଟି ଶ୍ରମ ସଂହିତାର କାର୍ଯ୍ୟକାରିତାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

November 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
pm modi
‘ହର ଘର ତିରଙ୍ଗା’ ଅଭିଯାନରେ ଜନସାଧାରଣଙ୍କୁ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାରୋଟି ଶ୍ରମ ସଂହିତା କାର୍ଯ୍ୟକାରିତାକୁ ସ୍ୱାଗତ କରିଛନ୍ତି। ସେ ଏହାକୁ ସ୍ୱାଧୀନତା ପରଠାରୁ ସବୁଠାରୁ ବ୍ୟାପକ ଏବଂ ପ୍ରଗତିଶୀଳ ଶ୍ରମିକ ଆଧାରିତ ସଂସ୍କାର ମଧ୍ୟରୁ ଅନ୍ୟତମ ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସଂସ୍କାରଗୁଡ଼ିକ ଶ୍ରମିକମାନଙ୍କୁ ବହୁଳ ଭାବରେ ସଶକ୍ତ କରିବା ସହିତ ଅନୁପାଳନକୁ ଯଥେଷ୍ଟ ସରଳ କରିଥାଏ ଏବଂ ‘ବ୍ୟବସାୟିକ ସୁଗମତା’କୁ ପ୍ରୋତ୍ସାହିତ କରିଥାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଚାରୋଟି ଶ୍ରମ ସଂହିତା ସାର୍ବଜନୀନ ସାମାଜିକ ସୁରକ୍ଷା, ସର୍ବନିମ୍ନ ଓ ସମୟାନୁସାରେ ମଜୁରୀ ପ୍ରଦାନ, ସୁରକ୍ଷିତ କର୍ମକ୍ଷେତ୍ର ଏବଂ ଲୋକମାନଙ୍କ ପାଇଁ ବିଶେଷକରି ନାରୀ ଶକ୍ତି ଓ ଯୁବ ଶକ୍ତି ପାଇଁ ପାରିଶ୍ରମିକ ସୁଯୋଗ ପାଇଁ ଏକ ଦୃଢ଼ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ।

ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଏହି ସଂସ୍କାରଗୁଡ଼ିକ ଏକ ଭବିଷ୍ୟତ ପାଇଁ ପ୍ରସ୍ତୁତ ଇକୋସିଷ୍ଟମ ନିର୍ମାଣ କରିବ ଯାହା ଶ୍ରମିକଙ୍କ ଅଧିକାରକୁ ସୁରକ୍ଷା ଦେବ ଏବଂ ଭାରତର ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିବ। ସେ କହିଛନ୍ତି, ଏହା ନିଯୁକ୍ତି ସୃଷ୍ଟିକୁ ବଢ଼ାଇବ, ଉତ୍ପାଦକତାକୁ ଗତି ଦେବ ଏବଂ ଏକ ବିକଶିତ ଭାରତ ଆଡକୁ ଆମର ଯାତ୍ରାକୁ ତ୍ୱରାନ୍ୱିତ କରିବ।

ଏକ୍ସରେ ଏକାଧିକ ପୋଷ୍ଟ କରି ଶ୍ରୀ ମୋଦୀ କହିଛନ୍ତି:

‘‘ଶ୍ରମେବ ଜୟତେ!

ଆଜି ଆମ ସରକାର ଚାରୋଟି ଶ୍ରମ ସଂହିତା କାର୍ଯ୍ୟକାରୀ କରିଛନ୍ତି। ଏହା ସ୍ୱାଧୀନତା ପରଠାରୁ ସବୁଠାରୁ ବ୍ୟାପକ ଏବଂ ପ୍ରଗତିଶୀଳ ଶ୍ରମିକ ଆଧାରିତ ସଂସ୍କାର ମଧ୍ୟରୁ ଅନ୍ୟତମ। ଏହି ସଂସ୍କାରଗୁଡ଼ିକ ଶ୍ରମିକମାନଙ୍କୁ ବହୁଳ ଭାବରେ ସଶକ୍ତ କରିବା ସହିତ ଅନୁପାଳନକୁ ଯଥେଷ୍ଟ ସରଳ କରିଥାଏ ଏବଂ ‘ବ୍ୟବସାୟିକ ସୁଗମତା’କୁ ପ୍ରୋତ୍ସାହିତ କରିଥାଏ।

‘‘ଏହି ସଂହିତାଗୁଡ଼ିକ ସାର୍ବଜନୀନ ସାମାଜିକ ସୁରକ୍ଷା, ସର୍ବନିମ୍ନ ଓ ସମୟାନୁସାରେ ମଜୁରୀ ପ୍ରଦାନ, ସୁରକ୍ଷିତ କର୍ମକ୍ଷେତ୍ର ଏବଂ ଲୋକମାନଙ୍କ ପାଇଁ ବିଶେଷକରି ନାରୀ ଶକ୍ତି ଓ ଯୁବ ଶକ୍ତି ପାଇଁ ପାରିଶ୍ରମିକ ସୁଯୋଗ ପାଇଁ ଏକ ଦୃଢ଼ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ।’’

‘‘ଏହା ଏକ ଭବିଷ୍ୟତ ପାଇଁ ପ୍ରସ୍ତୁତ ଇକୋସିଷ୍ଟମ ନିର୍ମାଣ କରିବ ଯାହା ଶ୍ରମିକଙ୍କ ଅଧିକାରକୁ ସୁରକ୍ଷା ଦେବ ଏବଂ ଭାରତର ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିବ। ଏହି ସବୁ ସଂସ୍କାର ନିଯୁକ୍ତି ସୃଷ୍ଟିକୁ ବଢ଼ାଇବ, ଉତ୍ପାଦକତାକୁ ଗତି ଦେବ ଏବଂ ଏକ ବିକଶିତ ଭାରତ ଆଡକୁ ଆମର ଯାତ୍ରାକୁ ତ୍ୱରାନ୍ୱିତ କରିବ।’’

ଇକୋସିଷ୍ଟମ ନିର୍ମାଣ ନରେନ୍ଦ୍ର ମୋଦୀ ଶ୍ରମ ସଂହିତା ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗାଁ ନାଟକ ଶିଖୁଥିବା ବେଳେ ମାରଣାନ୍ତକ ଆକ୍ରମଣ: ଯୁବକଙ୍କ ପ୍ରାଣହାନୀ

September 16, 2026

ୟୁପି ନିର୍ବାଚନରେ ସମସ୍ୟା ବଢ଼ାଇବେ କି ପୂର୍ବତନ ବିଜେପି ନେତା?: ​​୫୦ଟି ଆସନରେ ଦେବେ ପ୍ରାର୍ଥୀ

September 16, 2026

ମଣିପୁରରେ ପୁଣି ଉତ୍ତେଜନା: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ମହିଳା ମୃତ

September 16, 2026

ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକା ଛାତ୍ରୀଙ୍କ ସଲିଳ ସମାଧି

September 16, 2026
Latest News

ହେଲିକପ୍ଟର କ୍ରାସ୍‌ ଓ ବସ ଦୁର୍ଘଟଣାରେ ୫ ମୃତ, ବହୁ ଆହତ

September 16, 2026

ଗାଁ ନାଟକ ଶିଖୁଥିବା ବେଳେ ମାରଣାନ୍ତକ ଆକ୍ରମଣ: ଯୁବକଙ୍କ ପ୍ରାଣହାନୀ

September 16, 2026

ୟୁପି ନିର୍ବାଚନରେ ସମସ୍ୟା ବଢ଼ାଇବେ କି ପୂର୍ବତନ ବିଜେପି ନେତା?: ​​୫୦ଟି ଆସନରେ ଦେବେ ପ୍ରାର୍ଥୀ

September 16, 2026

ମଣିପୁରରେ ପୁଣି ଉତ୍ତେଜନା: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ମହିଳା ମୃତ

September 16, 2026

ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକା ଛାତ୍ରୀଙ୍କ ସଲିଳ ସମାଧି

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.