Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତି ପଞ୍ଚାୟତରେ ଆଧୁନିକ ପାଠଗାର ନିର୍ମାଣ ପାଇଁ ଆହ୍ଵାନ: ଓସା କୁ ପ୍ରଶଂସା କଲେ ବାଚସ୍ପତି
ଆଜିର ଖବର

ପ୍ରତି ପଞ୍ଚାୟତରେ ଆଧୁନିକ ପାଠଗାର ନିର୍ମାଣ ପାଇଁ ଆହ୍ଵାନ: ଓସା କୁ ପ୍ରଶଂସା କଲେ ବାଚସ୍ପତି

December 7, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରତି ପଞ୍ଚାୟତରେ ଆଧୁନିକ ପାଠଗାର ନିର୍ମାଣ ପାଇଁ ଆହ୍ଵାନ: ଓସା କୁ ପ୍ରଶଂସା କଲେ ବାଚସ୍ପତି
ପ୍ରତି ପଞ୍ଚାୟତରେ ଆଧୁନିକ ପାଠଗାର ନିର୍ମାଣ ପାଇଁ ଆହ୍ଵାନ: ଓସା କୁ ପ୍ରଶଂସା କଲେ ବାଚସ୍ପତି

ଭୁବନେଶ୍ୱର: ବର୍ତ୍ତମାନ ଡିଜିଟାଲ ଯୁଗରେ ବଦଳିଛି ପାଠଗାରାର ପରିଭାଷା। ଏହା କେବଳ ପୁସ୍ତକର ଗ୍ରନ୍ଥାଗାର ଭାବେ ସୀମିତ ନ ରହି କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବ୍ୟବସ୍ଥା ସହ ଗୋଷ୍ଠୀ ସାଧନ କେନ୍ଦ୍ର ରୂପେ ଉଭା ହେଉଛି। ଓଡ଼ିଶାର ପ୍ରତି ପଞ୍ଚାୟତରେ ଏହିଭଳି ଆଧୁନିକ ସର୍ବସାଧାରଣ ପାଠାଗାର ପ୍ରତିଷ୍ଠା କରିବା ଲକ୍ଷ୍ୟରେ ରବିବାର ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିଲା ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫’। ଚଳିତବର୍ଷର ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା ‘ଓଡ଼ିଶା ପବ୍ଲିକ୍ ଲାଇବ୍ରେରୀ ଭିଜନ୍’।

ପ୍ରବାସୀ ଓଡ଼ିଆ ସଙ୍ଗଠନ ‘ଦ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍’ (ଓସା) ପକ୍ଷରୁ ଏହି ଦିନିକିଆ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ଓସା’ର ଉଦ୍ୟମକୁ ପ୍ରଶଂସା କରିଥିଲେ। ସେହିପରି କେନ୍ଦ୍ରପଡ଼ା ବିଧାୟକ ଗଣେଶ୍ଵର ବେହେରା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

“ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗଙ୍କ ଜ୍ଞାନ ବୃଦ୍ଧି କରିବା ଦିଗରେ ପାଠାଗାରର ପ୍ରମୁଖ ଭୂମିକା ରହିଛି। ତେଣୁ ବର୍ତ୍ତମାନ ସମୟରେ ନୂତନ ପାଠାଗାର ପ୍ରତିଷ୍ଠା ସହ ପୁରୁଣା ପାଠାଗାରଗୁଡ଼ିକର ଆଧୁନିକୀକରଣର ଆବଶ୍ୟକତା ରହିଛି। ଓଡ଼ିଶାର ଗ୍ରାମୀଣ ସ୍ତରରେ ଆଧୁନିକ ସର୍ବସାଧାରଣ ପାଠାଗାର ସ୍ଥାପନ ପାଇଁ ଓସା ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଛି ତାହାକୁ ସଫଳ କରିବାକୁ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ”, କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ।

ଏହି ଅବସରରେ ‘ଓଡ଼ିଶାରେ ଏକ ସୁ-ସଂଯୋଜିତ ଆଧୁନିକ ସର୍ବସାଧାରଣ ପାଠାଗାର ବ୍ୟବସ୍ଥା’, ‘ଭାରତରେ ଡିଜିଟାଲ୍ ସର୍ବସାଧାରଣ ପାଠାଗାର ପାଇଁ ଆର୍ଥିକ ବ୍ୟବସ୍ଥା’, ‘ଏକବିଂଶ ଶତାବ୍ଦୀର ଆଧୁନିକ ପାଠାଗାର ନିର୍ମାଣ: ସୂଚନା କେନ୍ଦ୍ରରୁ ଉଦ୍ଭାବନ କେନ୍ଦ୍ର ପର୍ଯ୍ୟନ୍ତ’ ଆଦି ଶୀର୍ଷକରେ ୪ଟି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ‘ଓସା’ – ଓଡ଼ିଶା ସର୍ବସାଧାରଣ ପାଠାଗାର ଅଭିଯାନର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ମହାନ୍ତି ଏବଂ ସମ୍ମିଳନୀର ଆବାହକ ନିଶିକାନ୍ତ ସାହୁ ଯୋଗଦେଇ ବିଭିନ୍ନ ତଥ୍ୟ ଏବଂ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଓଡ଼ିଶାରେ ଅଗାମୀ ଦିନରେ ରାଜ୍ୟ ସରକାରଙ୍କ ନେତୃତ୍ୱରେ ଆଧୁନିକ ପାଠଗାର ଆନ୍ଦୋଳନ କିଭଳି ସମାଜର ସବୁ କ୍ଷେତ୍ରର ଲୋକଙ୍କୁ ସଶକ୍ତ କରିବାରେ ସହାୟକ ହୋଇପାରିବ ସେ ବିଷୟରେ ବ୍ୟାପକ ଆଲୋଚନା କରାଯାଇଥିଲା।

କର୍ଣ୍ଣାଟକର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଉମା ମହାଦେବନ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ। କର୍ଣ୍ଣାଟକ ସରକାର ପ୍ରାୟ ୬ ହଜାର ପାଠାଗାର ପ୍ରତିଷ୍ଠା କରି ସାରା ଦେଶରେ କିପରି ଏକ ମଡେଲ କରିପାରିଛନ୍ତି ସେ ଦିଗରେ ଆଲୋକପାତ କରିଥିଲେ।

“ପାଠାଗାର ମାଧ୍ୟମରେ ଲୋକେ ସବୁ କ୍ଷେତ୍ରରେ ସଶକ୍ତ ହୋଇପାରିବେ। କର୍ଣ୍ଣାଟକରେ ୫୮୦୦ରୁ ଅଧିକ ଗ୍ରାମ ପଞ୍ଚାୟତରେ ଆଧୁନିକ ପାଠାଗାର ପ୍ରତିଷ୍ଠା କରାଯାଇଛି। ଏ ସବୁର ପରିଚାଳନା ପାଇଁ କର୍ଣ୍ଣାଟକ ସରକାର ବିଭିନ୍ନ ସଂସ୍ଥା ସହିତ ବୁଝାମଣାପତ୍ର ସ୍ଵାକ୍ଷର କରିଛନ୍ତି। ଏହି ପାଠାଗାରଗୁଡ଼ିକରେ ପିଲାମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି। କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବ୍ୟବସ୍ଥା ସହ ଏହି ପାଠାଗାର ଯୁବବର୍ଗ, ଏସଏଚଜି ମହିଳା ତଥା ବୟସ୍କ ଲୋକଙ୍କ ଜ୍ଞାନ ତଥା ଦକ୍ଷତା ବୃଦ୍ଧି କରିବାରେ ବିଶେଷ ସହାୟକ ହେଉଛି”, କହିଛନ୍ତି ଉମା ମହାଦେବନ।

ସମ୍ମିଳନୀରେ ଯୁବପିଢ଼ିଙ୍କ ନିଯୁକ୍ତି ସମ୍ଭାବନା ବୃଦ୍ଧି, ବିଭିନ୍ନ ବର୍ଗଙ୍କ ପାଇଁ ଦକ୍ଷତା ବିକାଶ, ଡିଜିଟାଲ ଓ ଆର୍ଥିକ ସାକ୍ଷରତା ଆଦି କ୍ଷେତ୍ରରେ ସଫଳତା ପାଇଁ ପାଠାଗାରର ଭୂମିକା ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଏବଂ ଓଡ଼ିଆ ଅସ୍ମିତା ଅଧୀନରେ ସ୍ଥାୟୀ ସର୍ବସାଧାରଣ ପାଠାଗାର ସ୍ଥାପନ, ଓଡ଼ିଶା ସର୍ବସାଧାରଣ ପାଠାଗାର ଆଇନ-୨୦୦୧ ଏବଂ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଗ୍ରାମପଞ୍ଚାୟତ ଲାଇବ୍ରେରି ସର୍କୁଲାର ୨୦୧୮ର ଦ୍ରୁତ କାର୍ଯ୍ୟାନ୍ୱୟନ ଉପରେ ଓସା ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ‘ଓସା’ର ସଭାପତି ନାଗେଶ ରାଜନଲାଙ୍କ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଥିଲା। ଏହାସହିତ ‘ଓସା’ର ସଦସ୍ୟ ପ୍ରଫେସର ଦେବେନ୍ଦ୍ର ଦାସ, ଜୟଗୋପାଳ ମହାନ୍ତିଙ୍କ ସହିତ ଓଡ଼ିଶା ଲାଇବ୍ରେରି ନେଟୱାର୍କର କର୍ମକର୍ତ୍ତା, ଶିକ୍ଷାବିତ, ପାଠାଗାର ଆନ୍ଦୋଳନ ସହ ସଂପୃକ୍ତ ବ୍ୟକ୍ତିତ୍ୱ, ଲାଇବ୍ରେରି ସାଇନ୍ସ ବିଭାଗର ଅଧ୍ୟାପକ, ବିଭିନ୍ନ ପାଠାଗାର ପରିଚାଳକ, ଗଣମାଧ୍ୟମ ବ୍ୟକ୍ତିତ୍ୱ, ଲେଖକ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଓଡ଼ିଶା ପବ୍ଲିକ୍ ଲାଇବ୍ରେରୀ ଭିଜନ୍ ଓସା ଡିଜିଟାଲ ଯୁଗ ଦ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍ ପାଠଗାର
Share. Facebook Twitter LinkedIn Email WhatsApp Copy Link

Related Posts

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026
Latest News

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.