ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟ ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବାଲୁଗାଁ ମହାବିଦ୍ୟାଳୟର ଓଡ଼ିଆ ସ୍ନାତକ ବିଭାଗର ଦ୍ବିତୀୟ ବର୍ଷ ଛାତ୍ର ସନ୍ତୋଷ ସ୍ବାଇଁ ସ୍ବର୍ଣ୍ଣ ପଦକ ହାସଲ କରିଥିବା ସ୍ଥଳେ ଇତିହାସ ସ୍ନାତକ ବିଭାଗର ଦ୍ବିତୀୟ ବର୍ଷ ଛାତ୍ର ଆଦିତ୍ୟ ନାରାୟଣ ପ୍ରହରାଜ ବ୍ରୋଞ୍ଜପଦକ ହାସଲ କରିଛନ୍ତି। ଏହି ଅବସରରେ ଉଭୟ ଛାତ୍ରଙ୍କୁ ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଏବଂ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଶ୍ରୀଚନ୍ଦନ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଏବଂ କ୍ରୀଡ଼ା କ୍ଷେତ୍ରରେ ଆହୁରି ଉତ୍କର୍ଷତା ହାସଲ କରି ମହାବିଦ୍ୟାଳୟ ଓ ଅଞ୍ଚଳକୁ ଗୌରବାନ୍ବିତ କରିବା ପାଇଁ ପରାମର୍ଶ ଦେଇଛନ୍ତି।


