Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଗୁଲର ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଗୁଗୁଲର ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ କେନ୍ଦ୍ରମନ୍ତ୍ରୀ

December 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୁଗୁଲର ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ କେନ୍ଦ୍ରମନ୍ତ୍ରୀ
ଗୁଗୁଲର ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଗୁଗୁଲ୍‌ ଦ୍ୱାରା ଆୟୋଜିତ ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ  ଯୋଗ ଦେଇ ଭାରତର କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷମତାକୁ ପ୍ରୋତ୍ସାହିତ କରିବା ସହ ଦେଶରେ ଏକ ‘ଏଆଇ-ପ୍ରସ୍ତୁତ ପିଢ଼ି’ ସୃଷ୍ଟି କରିବା ତଥା ଏଆଇ ମାଧ୍ୟମରେ ଆଗାମୀ ପିଢିର ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଦେଶରେ ୪ଟି ଏଆଇ ଉତ୍କର୍ଷ କେନ୍ଦ୍ର ସହିତ ଗୁଗୁଲ୍‌ର ସହଯୋଗ ଏବଂ ଏଥିପାଇଁ ୮ ମିଲିୟନ୍ ଆମେରିକୀୟ ଡଲାର୍ ବିନିଯୋଗକୁ ପ୍ରଶଂସା କରିଛନ୍ତି। ଏହା ବ୍ୟତୀତ, ଆଇଆଇଟି ବମ୍ବେ ଠାରେ ‘ଇଣ୍ଡିକ୍ ଲାଙ୍ଗୁଏଜ୍ ଟେକ୍ନୋଲୋଜିଜ୍ ରିସର୍ଚ୍ଚ ହବ୍’ ପ୍ରତିଷ୍ଠା ପାଇଁ ଗୁଗୁଲ୍ ଦ୍ୱାରା ପ୍ରଦତ୍ତ ୨ ମିଲିୟନ୍ ଆମେରିକୀୟ ଡଲାର୍‌ର ଯୋଗଦାନକୁ ମଧ୍ୟ ସେ ସ୍ୱୀକୃତି ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ଇଣ୍ଡିଆ ଏଆଇ ମିଶନ୍’ ସହିତ ଏହିପରି ରଣନୀତିକ ଶିଳ୍ପ ଭାଗିଦାରୀ ଭାରତକୁ ଏକ ଆନ୍ତର୍ଜାତୀୟ ଏଆଇ ଶକ୍ତିକେନ୍ଦ୍ରରେ ପରିଣତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ସେ ଗୁଗୁଲ୍ ଭଳି ବୈଶ୍ୱିକ ସହଯୋଗୀମାନଙ୍କୁ କେବଳ ପାଣ୍ଠି ଯୋଗାଣ ବଦଳରେ, ଏଆଇ ଉତ୍କର୍ଷ କେନ୍ଦ୍ରଗୁଡ଼ିକ ସହିତ ଦୀର୍ଘମିଆଦୀ ସାଂସ୍ଥାନିକ ଭାଗିଦାରୀ ସ୍ଥାପନ କରିବାକୁ ଆହ୍ୱାନ କରିଛନ୍ତି। ଏହା ଦ୍ୱାରା ଭାରତ ବିଶ୍ୱସ୍ତରୀୟ ଏଆଇ ମୂଲ୍ୟ ସୃଷ୍ଟିର ଏକ କେନ୍ଦ୍ର ହୋଇପାରିବ ଏବଂ ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ ହୋଇପାରିବ।

ପରେ, ଶ୍ରୀ ପ୍ରଧାନ ଗୁଗୁଲ୍ ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ତଥା ଉପ-ସଭାପତି ଶ୍ରୀମତୀ ପ୍ରୀତି ଲୋବାନା ଏବଂ ଗୁଗୁଲ୍ ନେତୃତ୍ୱ ଟିମ୍ ସହ ଏକ ଫଳପ୍ରଦ ବୈଠକ କରିଥିଲେ। ଏହି ଆଲୋଚନାରେ ଡିଜିଟାଲ୍ ବ୍ୟବଧାନକୁ ଦୂର କରିବା, ପ୍ରଯୁକ୍ତିର  ଗଣତାନ୍ତ୍ରିକୀକରଣ, ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଉନ୍ନତ ଶିକ୍ଷାକୁ ସୁଗମ କରିବା ପାଇଁ ପ୍ରଯୁକ୍ତିର ଉପଯୋଗ ଏବଂ ବଡ଼ ଭାଷା ମଡେଲ୍‌ଗୁଡ଼ିକୁ (ଏଲଏଲଏମ) ‘ଭାରତୀୟ ଭାଷା’ ଓ ‘ଭାରତୀୟତା’ ସହିତ ସମନ୍ୱିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରୀ ପ୍ରଧାନଙ୍କ ଏହି ଉଦ୍ୟମଗୁଡ଼ିକ ପ୍ରଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଭାରତର ଆଗାମୀ ଯାତ୍ରା ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

ଏଆଇ ଗୁଗୁଲ୍ ଇଣ୍ଡିଆ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.