Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ୨୦୨୫ ରେ ଜିଓର ଦବଦବା, ପ୍ରଥମ ୧୦ ମାସରେ ଯୋଡ଼ିଛି ୧୫ ଲକ୍ଷରୁ ଅଧିକ ନୂତନ ଗ୍ରାହକ
ଆଜିର ଖବର

ଓଡ଼ିଶାରେ ୨୦୨୫ ରେ ଜିଓର ଦବଦବା, ପ୍ରଥମ ୧୦ ମାସରେ ଯୋଡ଼ିଛି ୧୫ ଲକ୍ଷରୁ ଅଧିକ ନୂତନ ଗ୍ରାହକ

December 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
JioAirFiber in Odisha
ଓଡ଼ିଶାରେ ୨୦୨୫ ରେ ଜିଓର ଦବଦବା, ପ୍ରଥମ ୧୦ ମାସରେ ଯୋଡ଼ିଛି ୧୫ ଲକ୍ଷରୁ ଅଧିକ ନୂତନ ଗ୍ରାହକ

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ତଥା ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏହାର ଜୟଯାତ୍ରା ଜାରି ରଖି ୨୦୨୫ ବର୍ଷର ପ୍ରଥମ ୧୦ ମାସରେ ରାଜ୍ୟରେ ୧୫ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଜାନୁଆରୀ ରୁ ଅକ୍ଟୋବର ୨୦୨୫ ମଧ୍ୟରେ ରାଜ୍ୟରେ ଯୋଡି ହୋଇଥିବା ମୋଟ ନୂତନ ମୋବାଇଲ୍ ଗ୍ରାହକଙ୍କ ମଧ୍ୟରୁ ୭୮ ପ୍ରତିଶତରୁ ଅଧିକ ହାସଲ କରି ଏହି ୧୦ ମାସରେ ଓଡ଼ିଶାରେ ୧୨.୭୭ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି। ଅନ୍ୟପକ୍ଷରେ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ମାତ୍ର ୧୮ ପ୍ରତିଶତ ନୂଆ ମୋବାଇଲ ଗ୍ରାହକ କରିଥିବା ଜଣାପଡିଛି।

ରାଜ୍ୟରେ ଗୃହ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଏହାର ପ୍ରାଧାନ୍ୟକୁ ଆହୁରି ସୁଦୃଢ଼ କରିଛି ଜିଓ। ୨୦୨୫ ବର୍ଷର ପ୍ରଥମ ୧୦ ମାସରେ ଜିଓ ରାଜ୍ୟରେ ସର୍ବାଧିକ ଦୁଇ ଲକ୍ଷ ଚାଳିଶ ହଜାର ନୂତନ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ଯୋଡିଛି। ମାତ୍ର ୧୦ ମାସ ମଧ୍ୟରେ ଜିଓ ଓଡ଼ିଶାର ଗୃହ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ପ୍ରଭାବଶାଳୀ ୬୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି, ଯାହା ଫଳରେ ୩୧ ଅକ୍ଟୋବର, ୨୦୨୫ ସୁଦ୍ଧା ରାଜ୍ୟରେ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକଙ୍କ ମୋଟ ସଂଖ୍ୟା ୬ ଲକ୍ଷ ଚାଳିଶ ହଜାରରୁ ଅଧିକ ହୋଇଛି।

ଜାତୀୟ ସ୍ତରରେ, ୨୦୨୫ ବର୍ଷ ରିଲାଏନ୍ସ ଜିଓ ପାଇଁ ଅନେକ ମାଇଲଖୁଣ୍ଟ ହାସଲର ବର୍ଷ ହୋଇଛି। ସେପ୍ଟେମ୍ବର ୨୦୨୫ ରେ ପ୍ରଥମ ଭାରତୀୟ ଟେଲିକମ୍ ସେବା ପ୍ରଦାନକାରୀ ଭାବେ ଜିଓ ୫୦ କୋଟି ଗ୍ରାହକ ମାଇଲଖୁଣ୍ଟ ଅତିକ୍ରମ କରି ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା ନେଟୱାର୍କ ଭାବରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଅନ୍ୟ ଏକ ମାଇଲ୍ଖୁଣ୍ଟ ଭାବରେ ଜିଓ ବିଶ୍ୱର ଏକ ନମ୍ବର ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) ସେବା ପ୍ରଦାନକାରୀ ହେବାର ଏକ ବଡ଼ ଲମ୍ଫ ପ୍ରଦାନ କରିଛି।ଏହାର ୫ଜି ଏବଂ ୟୁବିଆର ଆଧାରିତ ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ୨୦୨୫ ଜୁଲାଇ ମାସରେ ଗ୍ରାହକ ସଂଖ୍ୟା ଆଧାରରେ ଆମେରିକାର ଟି-ମୋବାଇଲକୁ ପଛରେ ପକାଇ ବିଶ୍ୱର ଅଗ୍ରଣୀ ସ୍ଥାନ ହାସଲ କରିଥିଲା। ବର୍ତ୍ତମାନ ଦେଶରେ ଏକ କୋଟିରୁ ଅଧିକ ଜିଓଏୟାରଫାଇବର ଉପଭୋକ୍ତା ଗେମିଂ, ମନୋରଞ୍ଜନ ଏବଂ କ୍ଲାଉଡ୍କୁ ଏକୀକୃତ କରୁଥିବା ସ୍ମାର୍ଟ ସେଟ୍ ଟପ୍ ବକ୍ସ ଜରିଆରେ ବିଶ୍ୱସ୍ତରୀୟ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ), ଅସୀମିତ ୱାଇଫାଇ ଉପଭୋଗ କରୁଛନ୍ତି। ୨୦୨୫ରେ ଜିଓ ୫ଜି ନେଟୱାର୍କର ବିସ୍ତାର ଦ୍ରୁତ ହେବା ସହିତ ୫ଜି ସେବା ଡାଟା ବ୍ୟବହାର ଏବେ ମୋଟ ୱାୟାରଲେସ୍ ଡାଟା ଟ୍ରାଫିକର ପ୍ରାୟ ୫୦ ପ୍ରତିଶତରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ ଯେ, ଜିଓ ୪୭ ପ୍ରତିଶତରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ଏବଂ ଉଭୟ ୱାୟାରଲାଇନ୍ ଓ ଏଫଡବ୍ଲୁଏ କ୍ଷେତ୍ରରେ ଦୃଢ଼ ନେତୃତ୍ୱ ସ୍ଥିତି ସହିତ ଓଡ଼ିଶା ଟେଲିକମ୍ ବଜାରରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଟ୍ରାଇ ତଥ୍ୟ ଅନୁଯାୟୀ, ଅକ୍ଟୋବର ୩୧, ୨୦୨୫ ସୁଦ୍ଧା ଓଡ଼ିଶାରେ ଜିଓର ସର୍ବାଧିକ ୧ କୋଟି ୬୯ ଲକ୍ଷ ମୋବାଇଲ୍ ଗ୍ରାହକ, ୩ ଲକ୍ଷ ୪୫ ହଜାରରୁ ଅଧିକ ଜିଓଫାଇବର ଗ୍ରାହକ, ୨ ଲକ୍ଷ ୫୯ ହଜାରରୁ ଅଧିକ ୫ଜି ଏଫଡବ୍ଲୁଏ ବା ଜିଓଏୟାରଫାଇବର ଉପଭୋକ୍ତା ଏବଂ ୩୬୦୦୦ରୁ ଅଧିକ ୟୁବିଆର ଏଫଡବ୍ଲୁଏ ଗ୍ରାହକ ରହିଛନ୍ତି।

ଏହି ମାଇଲଖୁଣ୍ଟ ଜିଓର ସେବା ପ୍ରତି ଗ୍ରାହକଙ୍କ ଅତୁଳନୀୟ ବିଶ୍ୱାସ ଏବଂ ସାରା ରାଜ୍ୟରେ ଏହାର ଅତ୍ୟାଧୁନିକ ୪ଜି ଏବଂ ୫ଜି ନେଟୱାର୍କର ପ୍ରଯୁକ୍ତିର ଶ୍ରେଷ୍ଠତା ଦ୍ୱାରା ଶକ୍ତିଶାଳୀ ହୋଇଛି। ଏହାର ଅତ୍ୟାଧୁନିକ ପ୍ରଯୁକ୍ତି, ଦୃଢ଼ ଭିତ୍ତିଭୂମି ଏବଂ ଗ୍ରାହକ ସର୍ବପ୍ରଥମ ଭାବନା ସହିତ, ଜିଓ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ୍ ପରିବର୍ତ୍ତନର ଯାତ୍ରାକୁ ଆଗକୁ ବଢାଇବାରେ ପ୍ରମୁଖ ଭୂମିକା ନିର୍ବାହ ଜାରି ରଖିଛି।

jio JioAirFiber JioFiber Reliance JIO ଜିଓ ନେଟୱାର୍କ ଜିଓଏୟାରଫାଇବ‍ର ଜିଓଫାଇବର
Share. Facebook Twitter LinkedIn Email WhatsApp Copy Link

Related Posts

ଡିସେମ୍ବର ୨୬ ରେ ୧୦୦ତମ ପ୍ରତିଷ୍ଠା ଦିବସ ପାଳନ କରିବ ଭାରତୀୟ କମ୍ୟୁନିଷ୍ଟ ପାର୍ଟି 

December 24, 2025

ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀରେ ରାଷ୍ଟ୍ର ପ୍ରେରଣା ସ୍ଥଳକୁ ଉଦଘାଟନ କରିବେ ପିଏମ ମୋଦୀ

December 24, 2025

ଜୀବନର ପ୍ରଥମ ବିମାନ ଯାତ୍ରାକୁ ଉପଭୋଗ କଲେ ୧୫୦ ଛାତ୍ରଛାତ୍ରୀ

December 24, 2025

ପୂର୍ବତଟ ରେଳପଥର ବିପର୍ଯ୍ୟୟ ପ୍ରସ୍ତୁତି ଉପରେ ନାଗରିକ ପ୍ରତିରକ୍ଷା ପ୍ରଦର୍ଶନ

December 24, 2025
Latest News

ଓଡ଼ିଶାରେ ୨୦୨୫ ରେ ଜିଓର ଦବଦବା, ପ୍ରଥମ ୧୦ ମାସରେ ଯୋଡ଼ିଛି ୧୫ ଲକ୍ଷରୁ ଅଧିକ ନୂତନ ଗ୍ରାହକ

December 24, 2025

ଡିସେମ୍ବର ୨୬ ରେ ୧୦୦ତମ ପ୍ରତିଷ୍ଠା ଦିବସ ପାଳନ କରିବ ଭାରତୀୟ କମ୍ୟୁନିଷ୍ଟ ପାର୍ଟି 

December 24, 2025

ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀରେ ରାଷ୍ଟ୍ର ପ୍ରେରଣା ସ୍ଥଳକୁ ଉଦଘାଟନ କରିବେ ପିଏମ ମୋଦୀ

December 24, 2025

ଜୀବନର ପ୍ରଥମ ବିମାନ ଯାତ୍ରାକୁ ଉପଭୋଗ କଲେ ୧୫୦ ଛାତ୍ରଛାତ୍ରୀ

December 24, 2025

ପୂର୍ବତଟ ରେଳପଥର ବିପର୍ଯ୍ୟୟ ପ୍ରସ୍ତୁତି ଉପରେ ନାଗରିକ ପ୍ରତିରକ୍ଷା ପ୍ରଦର୍ଶନ

December 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.