Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ରପତିଙ୍କ ଦ୍ୱାରା ରାଇରଙ୍ଗପୁର ଠାରେ ଇଗ୍ନୋର ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଲୋକାର୍ପିତ
ଆଜିର ଖବର

ରାଷ୍ଟ୍ରପତିଙ୍କ ଦ୍ୱାରା ରାଇରଙ୍ଗପୁର ଠାରେ ଇଗ୍ନୋର ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଲୋକାର୍ପିତ

January 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରପତିଙ୍କ ଦ୍ୱାରା ରାଇରଙ୍ଗପୁର ଠାରେ ଇଗ୍ନୋର ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଲୋକାର୍ପିତ
ରାଷ୍ଟ୍ରପତିଙ୍କ ଦ୍ୱାରା ରାଇରଙ୍ଗପୁର ଠାରେ ଇଗ୍ନୋର ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଲୋକାର୍ପିତ

ଭୁବନେଶ୍ୱର: ଇଂରାଜୀ ନୂଆବର୍ଷର ଶୁଭ ଅବସରରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଇଗ୍ନୋ ଦକ୍ଷତା କେନ୍ଦ୍ର ଆଭାସୀ ମାଧ୍ୟମରେ ଉଦଘାଟନ ହୋଇଯାଇଛି।

ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ସ୍କିଲିଂ ଫର୍ ଏଆଇ ରିଡନେସ୍(ସୋର୍) ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଅଭିଭାଷଣ ରଖି କହିଛନ୍ତି ଯେ ରାଇରଙ୍ଗପୁରରେ ଇଗ୍ନୋର ଏହି ନୂତନ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ସମାଜରେ ରୋଜଗାର ଓ ଉଦ୍ୟମିତା ବୃଦ୍ଧି ପାଇବ। ପ୍ରଥମ ଥର ପାଇଁ ଇଗ୍ନୋ ମାଧ୍ୟମରେ ଶିକ୍ଷା ସହିତ ଦକ୍ଷତା ଶିକ୍ଷା ପ୍ରଦାନ କରାଯିବ, ଯାହା ଏକ ବଡ଼ ପରିବର୍ତ୍ତନ ଆଣିବ। ମାନ୍ୟବର ରାଷ୍ଟ୍ରପତି ଜଣେ ଶିକ୍ଷୟିତ୍ରୀ ଭାବେ ନିଜ ଜୀବନର ମୂଲ୍ୟବୋଧ ଓ ସମ୍ମାନର ପରିଚୟ ଦେଇଛନ୍ତି। ତାଙ୍କ ମାର୍ଗଦର୍ଶନରେ ଏହି କେନ୍ଦ୍ରଗୁଡ଼ିକ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କୁ ବିଶେଷ ଭାବେ ଉପକୃତ କରିବ। ସେ କହିଛନ୍ତି ଯେ, ମୟୂରଭଞ୍ଜର ପ୍ରାକୃତିକ ସମ୍ପଦ, ବନସ୍ପତି ଓ ଶ୍ରମଶକ୍ତିର ସଠିକ୍ ବିନିଯୋଗ ପାଇଁ ସ୍ଥାନୀୟ ଜନଜାତି ଓ ଗ୍ରାମୀଣ ଜନସାଧାରଣଙ୍କୁ ଏଆଇ ଏବଂ ଆଧୁନିକ ଟେକ୍ନୋଲୋଜି ସହିତ ଯୋଡ଼ାଯିବ। ଏହା ସେମାନଙ୍କ କ୍ଷମତା ବୃଦ୍ଧି କରିବାରେ ସହାୟକ ହେବ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଭାରତ ବର୍ତ୍ତମାନ ‘ଏଆଇ ଇମ୍ପାକ୍ଟ’ ସମ୍ମିଳନୀ କରୁଛି। ଯେଉଁ ସମୟରେ ବିଶ୍ୱ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କୁ ନେଇ ଆଶଙ୍କା କରୁଛି, ଭାରତ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ୍। ନୂଆପିଢ଼ିକୁ ଏଆଇ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା କରାଯିବ। ‘ଏଆଇ ଫର୍ ଅଲ୍’ ଆଗାମୀ ଦିନରେ ଏକ ‘ଗେମ୍ ଚେଞ୍ଜର’ ସାବ୍ୟସ୍ତ ହେବ। ସେହିପରି ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ର ସ୍ୱପ୍ନ ସାକାର କରିବା ପାଇଁ ନାଗରିକଙ୍କ ଆର୍ଥିକ ଆଉଟପୁଟ୍ ବଢ଼ାଇବାକୁ ହେବ। ବିକଶିତ ଭାରତ ଗଠନ ପାଇଁ ଆମର ୱର୍କଫୋର୍ସକୁ ୫୦ରୁ ୭୫ ପ୍ରତିଶତକୁ ନେବାକୁ ପଡ଼ିବ ଏବଂ ଏଥିପାଇଁ ଦକ୍ଷତା ବିକାଶ ହିଁ ମୂଳାଧାର।

ଶ୍ରୀ ପ୍ରଧାନ ଏହି ଅବସରରେ ମୟୂରଭଞ୍ଜ ତଥା ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଇଗ୍ନୋକୁ ଏହି ଅଭିଯାନରେ ଅଂଶୀଦାର ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଟେକ୍ନୋଲୋଜିର ବ୍ୟବହାର କରି ଆମେ ଏକ ସ୍ୱାଭିମାନୀ ଓ ସମୃଦ୍ଧ ‘ନୂଆ ଭାରତ’ ଗଠନ କରିବା ପାଇଁ ସଙ୍କଳ୍ପବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲା ବେଳେ ବାରିପଦାରୁ ଭିସି ମାଧ୍ୟମରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଭାରତ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଇଗ୍ନୋ ଧର୍ମେନ୍ଦ୍ର ପ୍ରଧାନ ରାଇରଙ୍ଗପୁର ଲୋକାର୍ପିତ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026

ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ଗୁଳି ଧମକ ମାମଲା: ପୋଲିସ ହେପାଜତରେ ଅଭିଯୁକ୍ତ

February 19, 2026
Latest News

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.