ବାଣପୁର: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟ ପରିସରରେ ଆସନ୍ତା ୧୧ ତାରିଖ, ରବିବାର ଦିନ ଭୁବନେଶ୍ୱର କିମସ୍ ହସ୍ପିଟାଲ ତରଫରୁ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବାକୁ ଯାଉଅଛି। ଉକ୍ତ ମେଗା ସ୍ୱାସ୍ଥ୍ୟ ଶିବିରକୁ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦଘାଟନ କରିବେ। ଏଥିରେ ବିଭିନ୍ନ ବିଭାଗର ଅଭିଜ୍ଞ ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ବିଭିନ୍ନ ରୋଗରେ ପୀଡ଼ିତ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଡାକ୍ତରଖାନା ତରଫରୁ ମାଗଣା ଔଷଧ ମଧ୍ୟ ବିତରଣ କରାଯିବ।
ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଦ୍ବାରା ବିଭିନ୍ନ ରୋଗରେ ପୀଡ଼ିତ ଅସହାୟ ରୋଗୀ ମାନେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ଆରୋଗ୍ୟ ଲାଭ କରିପାରିବେ। ଉକ୍ତ ଶିବିରରେ ସକାଳ ଆଠ ଘଟିକା ଠାରୁ ପଞ୍ଜୀକରଣ ଆରମ୍ଭ ହେବ। ଏଣୁ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ଜନସାଧାରଣ ମାନେ ଏହାର ବ୍ୟାପକ ପ୍ରଚାର ପ୍ରସାର କରିବା ସହ ଉକ୍ତ ସ୍ବାସ୍ଥ୍ୟ ସେବା ଶିବିରରେ ଉପସ୍ଥିତ ରହି ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିବେଦନ କରିଛନ୍ତି।


