Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ
ଆଜିର ଖବର

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ
ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଚ଼ିଲିକା ନିର୍ବାଚ଼ନମଣ୍ଡଳୀ ଅନ୍ତର୍ଗତ ନାଚୁଣୀ ମହାବିଦ୍ୟାଳୟ ପରିସରରେ କିମ୍ସ ହସ୍ପିଟାଲ ପକ୍ଷରୁ ଆୟୋଜିତ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଉଦଘାଟନ କରିଛନ୍ତି। ଉକ୍ତ ଶିବିରରେ ପୂର୍ବାହ୍ନ ୯ ଘଟିକା ଠାରୁ ପଞ୍ଜିକରଣ ଆରମ୍ଭ କରାଯାଇଥିଲା ଏବଂ କିମ୍ସ ହସ୍ପିଟାଲର ବରିଷ୍ଠ ଅଭିଜ୍ଞ ବିଶେଷଜ୍ଞ ଡ଼ାକ୍ତରମାନେ ଉପସ୍ଥିତ ରହି ରୋଗୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ଉତ୍ତମ ପରାମର୍ଶ ଦେବା ସହ ନିଃଶୁଳ୍କ ଔଷଧ ବଣ୍ଟନ କରିଥିଲେ।

କିମ୍ସ ହସ୍ପିଟାଲର ୨୫ ଟି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ବିଭିନ୍ନ ରୋଗରେ ପୀଡ଼ିତ ଥିବା ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ପରାମର୍ଶ ଦେବା ସହ ନିଶୁକ୍ଳ ଔଷଧ ବଣ୍ଟନ କରିଥିଲେ। ଅନୁଷ୍ଠିତ ଶିବିରରେ ୫ ହଜାରରୁ ଉର୍ଦ୍ଧ୍ବ ରୋଗୀ ପଞ୍ଜିକରଣ କରିଥିଲେ।

ଆମ ଅଞ୍ଚଳର ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରୟାସ ଓ ପଦକ୍ଷେପ ଜାରି ରଖିଛନ୍ତି।ଡାକ୍ତର ଅଭାବ ଦୂର କରିବା ଦିଗରେ ସମସ୍ତ ପଦକ୍ଷେପ ନିଆଯାଉଛି।ଆୟୁଷ୍ମାନ ଭାରତ ଯୋଜନାରେ ସମସ୍ତଙ୍କୁ ଯୋଡ଼ିବାର ପ୍ରୟାସ କରାଯାଉଛି। ଏବେ ସ୍ୱାସ୍ଥ୍ୟ ଶିବିର ଜରିଆରେ ବିଶେଷଜ୍ଞ ଡାକ୍ତରଙ୍କଠାରୁ ପରାମର୍ଶ ନେବା ମଧ୍ୟ ଅଞ୍ଚଳବାସୀଙ୍କ ପାଇଁ ଏକ ଅନନ୍ୟ ସୁଯୋଗ।

ଚ଼ିଲିକା‌ ନିର୍ବାଚନମଣ୍ଡଳୀରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିବାରୁ କିମ୍ସ ଓ କିଟ୍ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କୃତଜ୍ଞତା ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର, ଚ଼ିଲିକାର ପୂର୍ବତନ ବିଧାୟକ ଡ଼ଃ ବିଭୁତି ଭୂଷଣ ହରିଚନ୍ଦନ, କିଟ୍ ଓ କିମ୍ସ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ, କିଟ୍ ଓ କିମ୍ସ ର ଉପଦେଷ୍ଟା ପ୍ରଫେସର ଶଶାଙ୍କ ଶେଖର ଚୂଡ଼ାମଣି, ବାଣପୁର ବ୍ଲକ୍ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ବେହେରା, କିମ୍ସ ଡାକ୍ତର ଡକ୍ଟର ହରିଶ ଚୌଧୁରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁନୀଲ ପଟ୍ଟନାୟକ, ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି ଗଣ,ଅଧ୍ୟାପକ ଓ‌ କର୍ମଚାରୀବୃନ୍ଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

ଚିଲିକା ପୃଥ୍ୱୀରାଜ ହରିଚନ୍ଦନ ମେଗା ସ୍ୱାସ୍ଥ୍ୟ ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026
Latest News

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.