Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ
ଆଜିର ଖବର

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ
ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

ରଣପୁର: ନୟାଗଡ ଜିଲ୍ଲାର ରଣପୁର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଞ୍ଜନଙ୍କୁ ଓଡ଼ିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ (ଓୟୁଜେ)ର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ଏହି ନୂତନ ଦାୟିତ୍ୱ ନୟାଗଡ ଜିଲ୍ଲା ସହିତ ସମଗ୍ର ରଣପୁର ଅଞ୍ଚଳ ପାଇଁ ଗର୍ବ ଓ ସମ୍ମାନର ବିଷୟ ହୋଇଛି।

ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା, ନିଷ୍ଠା ଓ ନିର୍ଭୀକ ଲେଖନୀ ପାଇଁ ପରିଚିତ ଆଚାର୍ଯ୍ୟ ବିଶ୍ୱରଞ୍ଜନ ଏହା ପୂର୍ବରୁ ନୟାଗଡ ଜିଲ୍ଲା ଓୟୁଜେ ସାମ୍ବାଦିକ ସଂଘର ସଭାପତି ଭାବେ ସଫଳତାର ସହ କାର୍ଯ୍ୟ କରି ଆସୁଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସାମ୍ବାଦିକଙ୍କ ସମସ୍ୟା, ଅଧିକାର ଓ ସଂଗଠନକୁ ମଜବୁତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ଶ୍ରୀ ଆଚାର୍ଯ୍ୟ ରାଜ୍ୟ ସମ୍ପାଦକ ନିଯୁକ୍ତି ପରେ ତାଙ୍କୁ ନୟାଗଡ ଜିଲ୍ଲା ସହ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଗଠନ, ସହକର୍ମୀ ଓ ବୁଦ୍ଧିଜୀବୀ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ସମସ୍ତଙ୍କ ଆଶା—ତାଙ୍କ ନେତୃତ୍ୱରେ ଓୟୁଜେ ଆହୁରି ସକ୍ରିୟ, ସଂଗଠିତ ଓ ସାମ୍ବାଦିକଙ୍କ ସ୍ୱାର୍ଥର ସୁରକ୍ଷାରେ ଆଗୁଆ ଭୂମିକା ନେବ।

ଆଚାର୍ଯ୍ୟ ବିଶ୍ୱରଞ୍ଜନ ଓଡ଼ିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ନୟାଗଡ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Latest News

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.