Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ କାଳିଜାଇଙ୍କ ପୀଠରୁ ପହଞ୍ଚିଲା ନିମନ୍ତ୍ରଣ, ଭଉଣୀଙ୍କ ମକର ମେଳାକୁ ଯିବ ମା’ଭଗବତୀଙ୍କ ଆଜ୍ଞାମାଳ
ଆଜିର ଖବର

ମା’ କାଳିଜାଇଙ୍କ ପୀଠରୁ ପହଞ୍ଚିଲା ନିମନ୍ତ୍ରଣ, ଭଉଣୀଙ୍କ ମକର ମେଳାକୁ ଯିବ ମା’ଭଗବତୀଙ୍କ ଆଜ୍ଞାମାଳ

January 13, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମା' କାଳିଜାଇଙ୍କ ପୀଠରୁ ପହଞ୍ଚିଲା ନିମନ୍ତ୍ରଣ, ଭଉଣୀଙ୍କ ମକର ମେଳାକୁ ଯିବ ମା'ଭଗବତୀଙ୍କ ଆଜ୍ଞାମାଳ
ମା' କାଳିଜାଇଙ୍କ ପୀଠରୁ ପହଞ୍ଚିଲା ନିମନ୍ତ୍ରଣ, ଭଉଣୀଙ୍କ ମକର ମେଳାକୁ ଯିବ ମା'ଭଗବତୀଙ୍କ ଆଜ୍ଞାମାଳ

ବାଣପୁର: ବର୍ଷର ପ୍ରତିଟି ପର୍ବପର୍ବାଣୀରେ ଶକ୍ତିପୀଠ ମା’ଭଗବତୀଙ୍କ ସହିତ ଚାରି ଦିଗ ରକ୍ଷାକାରିଣୀ ଚାରି ଭଉଣୀଙ୍କ ଅତୁଟ ସ୍ନେହସଂପର୍କର ନିଛକ ପରିପ୍ରକାଶ ହେଉଛି ମକର ମେଳାରେ ଯୋଗଦାନ। ପ୍ରାଚୀନ କାଳରୁ ରହି ଆସିଥିବା ପୀଠର ଏହି ଅନନ୍ୟପରମ୍ପରା ମା’ଭଗବତୀଙ୍କ ମାନବୀୟ ଲୀଳାର ଏକ ପ୍ରମୁଖ ପରମ୍ପରା।

ଆଶ୍ୱିନ ମାସର ଷୋଳ ପୂଜାରେ ଯୋଗ ଦେବା ପାଇଁ ମା’ ଭଗବତୀ ନିଜେ ଚିଲିକାକୁ ବିଜେ କରି ପାଣି ତୋଳାରେ ମା’ କାଳିଜାଇଙ୍କୁ ନିମନ୍ତ୍ରଣ କରି ଭଉଣୀଙ୍କ ଆଜ୍ଞାମାଳ ସାଥିରେ ନେଇ ଆସୁଥିବାବେଳେ ମା କାଳିଜାଇ ଆଜି ମା’ ଭଗବତୀଙ୍କୁ ଶାଢ଼ି, ମହାପ୍ରସାଦ, ଚୁଡ଼ି, ଅଳତା, ସିନ୍ଦୁର, ଫୁଲମାଳ ଗୁଆ ପାନ ନଡ଼ିଆ ଦେଇ ସେବାୟତ ସହଦେବ ନାୟକ ମନ୍ଦିରରେ ପହଞ୍ଚିଥିଲେ।

ପୂଜକ ସାଆନ୍ତ ନିରଞ୍ଜନ ମହାପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ସେବାୟତ ଗଣେଶ ନାୟକ, ସୁକାନ୍ତ ନାୟକ, ପ୍ରକାଶ ମହାପାତ୍ର ପ୍ରମୁଖ ନିମନ୍ତ୍ରଣ ରକ୍ଷା କରି ମା’ଙ୍କୁ ଲାଗି କରାଇଥିଲେ। ମକର ମେଳାରେ ମା, ଭଗବତୀଙ୍କ ଆଜ୍ଞାମାଳ ପହଞ୍ଚିବା ପରେ କୃଷ୍ଣପ୍ରସାଦଗଡ଼ର ରାଜା ଶ୍ରୀସନ୍ତୋଷକୁମାର ମାନସିଂହମର୍ଦ୍ଦରାଜ ଗ୍ରହଣ କରି ମା’ କାଳିଜାଇଙ୍କୁ ଲାଗି କରାଇବେ। ଦୁଇ ଶକ୍ତିପୀଠର ଏହି ମହାନ ପରମ୍ପରା ସମଗ୍ର ଉତ୍କଳରେ ନିଆରା ପରମ୍ପରା।

ଚାରି ଦିଗ ରକ୍ଷାକାରିଣୀ ଚିଲିକା ମକର ମେଳା ମା'କାଳିଜାଇ ମା'ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026
Latest News

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.