Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ

January 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ
ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ

ଚେନ୍ନାଇ/ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ପାରମ୍ପରିକ ପୋଷାକ ପିନ୍ଧି ତାମିଲନାଡୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ପୋଙ୍ଗଲ’ ପର୍ବ ପାଳନ କରିଛନ୍ତି।

ପ୍ରତିଷ୍ଠାନର କମ୍ୟୁନିଟି ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସାମିଲ ହୋଇ ଅମଳର ଏହି ପର୍ବକୁ ଉପଭୋଗ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ତାମିଲନାଡୁବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ପୋଙ୍ଗଲ ହେଉଛି କୃତଜ୍ଞତା, ସମୃଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଏହା ଆମ ସମାଜରେ ସଦଭାବନା ଏବଂ ଏକତାକୁ ପ୍ରତିଫଳିତ କରିଥାଏ।  ଏହି ପର୍ବ ଶିକ୍ଷାୟତନ ପରିସରରେ ଭବ୍ୟ ବାତାବରଣ ସୃଷ୍ଟି କରିବା ସହ ଭାରତୀୟ ସଂସ୍କୃତିର ବିଭିନ୍ନତା ମଧ୍ୟରେ ଏକତାକୁ ଆହୁରି ସୁଦୃଢ଼ କରିଛି।

ମନ୍ତ୍ରୀ ଆଇଆଇଟି ମାଡ୍ରାସ ପରିବାର ସହ ସମୟ ବିତାଇବା ନେଇ ଖୁସି ବ୍ୟକ୍ତ କରିବା ସହ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଶାନ୍ତି, ସମୃଦ୍ଧି ଏବଂ ସୁଖମୟ ଜୀବନ କାମନା କରିଛନ୍ତି। ଏହି ସ୍ୱତନ୍ତ୍ର ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗର ସଚିବ ବିନୀତ ଯୋଶୀ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି. କାମାକୋଟି, ବିଭିନ୍ନ ବିଭାଗର ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

ଏହା ପରେ ଶ୍ରୀ ପ୍ରଧାନ କାଶୀ ତାମିଲ ସଙ୍ଗମମ୍ ୪.୦ର ସ୍ୱେଚ୍ଛାସେବୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଗସ୍ତ କାଳରେ ଆଇଆଇଟି ମାଡ୍ରାସ ପକ୍ଷରୁ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଆଇଆଇଟି ମାଡ୍ରାସ କାଶୀ ତାମିଲ ସଙ୍ଗମମ୍ ୪.୦ ଧର୍ମେନ୍ଦ୍ର ପ୍ରଧାନ ପୋଙ୍ଗଲ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026
Latest News

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.