Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଦଘାଟିତ ହେଲା ଅଟ୍ରି ମକର ମହୋତ୍ସବ
ଆଜିର ଖବର

ଉଦଘାଟିତ ହେଲା ଅଟ୍ରି ମକର ମହୋତ୍ସବ

January 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉଦଘାଟିତ ହେଲା ଅଟ୍ରି ମକର ମହୋତ୍ସବ
ଉଦଘାଟିତ ହେଲା ଅଟ୍ରି ମକର ମହୋତ୍ସବ

ଖୋର୍ଦ୍ଧା: ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ଅଟ୍ରି ଉଷ୍ଣପ୍ରସ୍ରବଣ ପରିସରରେ ଏଗାର ତମ ବାର୍ଷିକ ମକର ମହୋତ୍ସବ ଉଦ୍ଘାଟିତ ହୋଇଯାଇଅଛି। ଏଥିରେ ମକର ମହୋତ୍ସବ କମିଟିର ସଭାପତି ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଭୁବନେଶ୍ଵର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟଅତିଥି, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମହାନ୍ତି ମୁଖ୍ୟବକ୍ତା, ମହୋତ୍ସବ କମିଟିର ଆବାହକ ତଥା ତହସିଲଦାର ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ଅତିରିକ୍ତ ତହସିଲଦାର ମୃତ୍ୟୁଞ୍ଜୟ ବରାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ସରପଞ୍ଚ ମାନସ ରଞ୍ଜନ ବିଶ୍ଵାଳ, ସମିତି ସଭ୍ୟ ନବନିତା ମହାନ୍ତି, ସମାଜସେବୀ ସୁଶାନ୍ତ କୁମାର ମହାପାତ୍ର, ପୃଥ୍ବୀରାଜ, ଚଳଚ୍ଚିତ୍ର ତାରକା ଦୁର୍ଗା ମାଧବ ପାତ୍ର ଓ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମୋନାଲି ଷଡ଼ଙ୍ଗୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ସମସ୍ତଙ୍କର ଅବଦାନ ରହିବା ଉଚିତ୍ ବୋଲି ମତ ପ୍ରକାଶ କରିଥିଲେ।

ସଭାର ପ୍ରାରମ୍ଭରେ ଓଡ଼ିଶା ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷକ ସୁଧାକର ସେଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡିଆ କଣ୍ଠଶିଳ୍ପୀ ଅନନ୍ୟା, ହିଂମାଶୁ, ରକି ମଡର୍ଣ୍ଣ ଡ୍ୟାନସ ସହ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ପରେ ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଦେବାଶିଷ ଆଚାର୍ଯ୍ୟଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।

ଏହି ମହୋତ୍ସବ ପରିସରରେ ଓରମାସ ପକ୍ଷରୁ ଷ୍ଟଲ୍, କୃଷି ଓ ଉଦ୍ୟାନ କୃଷି ବିଭାଗ, ଶିକ୍ଷା ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ଷ୍ଟଲ୍ ସହ ବରଗଡ଼ ଜିଲ୍ଲାର କଳାକାର ମାନଙ୍କ ଦ୍ବାରା ସେଲଫି ଜୋନ, ଅଗ୍ନି ନିର୍ବାପକ ଓ ପୁଲିସ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା ସେବା ଯୋଗାଇ ଦିଆଯିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଅଛି। ଏହି ପଞ୍ଚ ଦିବସୀୟ ହଟକେଶ୍ଵର ଅଟ୍ରି ମହୋତ୍ସବ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ଅଟ୍ରି ଉଷ୍ଣପ୍ରସ୍ରବଣ ଅଟ୍ରି ମକର ମହୋତ୍ସବ ଖୋର୍ଦ୍ଧା ବାଘମାରୀ ପଞ୍ଚାୟତ ବେଗୁନିଆ ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ବଡ଼ ଝଟକା: ଫାଲଟା ଆସନରେ ନିର୍ବାଚନ ଲଢିବାକୁ ମନା କଲେ ଟିଏମସି ପ୍ରାର୍ଥୀ

May 19, 2026

ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026
Latest News

ମମତା ବାନାର୍ଜୀଙ୍କୁ ବଡ଼ ଝଟକା: ଫାଲଟା ଆସନରେ ନିର୍ବାଚନ ଲଢିବାକୁ ମନା କଲେ ଟିଏମସି ପ୍ରାର୍ଥୀ

May 19, 2026

ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026

ଭାରତରେ ଖେଳାଯିବ ବିଗ୍ ବ୍ୟାସ୍ ଲିଗ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ମ୍ୟାଚ୍

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.