ଭୁବନେଶ୍ଵର: ଚିଲିକା ଓ ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଆଜି ସକାଳେ ଆରମ୍ଭ ହୋଇଥିବା ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି। ଚିଲିକା ଡିଭିଜନରେ ୨୨ ଟି ଟିମ ଦ୍ୱାରା ବାଳୁଙ୍ଗା, ରମ୍ଭା, ନୂଆପଡା, ସାତପଡ଼ା ଓ ଟାଙ୍ଗୀରେ ପକ୍ଷୀ ଗଣନା ହୋଇଥିଲା। ସେହିପରି ପୁରୀ ଡିଭିଜନରେ ଗୋପ,କାକଟପୁର, କୋଣାର୍କ, ବାଲୁଖଣ୍ଡ ଏବଂ ବ୍ରହ୍ମଗିରି ରେଞ୍ଜରେ ୨୫ ଟି ଟିମ ପକ୍ଷୀ ଗଣନା କରିଛନ୍ତି। ବାଇନାକୁଲାର ଓ ଫୋଟୋଗ୍ରାଫି ସାହାଯ୍ୟରେ ପକ୍ଷୀଙ୍କ ଗତିବିଧି ଅନୁଧ୍ୟାନ କରି ଲାଇନ ଟ୍ରାଞ୍ଜକ ମେଥଡ଼ରେ ପକ୍ଷୀ ଗଣନା ହୋଇଥିଲା।


